ପୁରୀ: ସେବା ଓ ଦକ୍ଷିଣାକୁ ନେଇ ପୂଜକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ। ଦୀର୍ଘଦିନର ବିବାଦ ଆଜି ଉଗ୍ରରୂପ ନେଇଛି। ଦୁଇ ଗୋଷ୍ଠୀ ସେବାୟତଙ୍କ ମଧ୍ୟରେ ତୁ ତୁ ମେଁ ମେଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମନ୍ଦିରରେ ସମସ୍ତ ନୀତିକାନ୍ତି ଠପ ହେବା ସହ ଶିରୁଳୀ ମହାବୀର ମନ୍ଦିରରେ ତାଲା ପକାଇ ଦେଇଛନ୍ତି ସେବାୟତ ।
ଠାକୁରଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତ ମାନେ ଦର୍ଶନ ନପାଇ ଦ୍ବାର ମୁଁହରୁ ଫେରୁଛନ୍ତି। ଘଟଣା ସ୍ଥଳରେ ଯେଭଳି କୈାଣସି ଅପ୍ରିତିକର ପରିସ୍ଥିତି ନଉପୁଜେ ସେନେଇ ଚନ୍ଦନପୁର ଥାନା ପୋଲିସ ମୁତୟନ ହୋଇଛନ୍ତି। ଗ୍ରାମବାସୀଙ୍କ ଉପସ୍ଥିତିରେ ଉଭୟ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦର ସମାଧାନ ପାଇଁ ଉଦ୍ୟମ ଜାରିରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ