ପୁରୀ: ଆଜି ବିଶ୍ବ ହୃଦୟ ଦିବସ ବା ୱାର୍ଲଡ ହାର୍ଡ ଡେ । ହୃଦୟକୁ ସୁସ୍ଥ ରଖିବା ନିମନ୍ତେ ପ୍ରତି ବର୍ଷ ସେପ୍ଟେମ୍ବର 29କୁ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ସଚେତନ କରାଯାଉଛି । ଏହି ଦିନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇ କିଭଳି ଚିନ୍ତାମୁକ୍ତ, ଉପଯୁକ୍ତ ଖାଦ୍ୟ, ପାନୀୟ ଓ ବିଶେଷ କରି ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରହିବାକୁ ସଚେତନ କରାଯାଉଛି ।
ତେବେ ଏହି ଅବସରରେ ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ବାଲୁକା କଳା । ବିଶ୍ବବାସୀଙ୍କୁ ବାଲୁକା କଳା ମାଧ୍ୟମରେ ସୁସ୍ଥ ଓ ସୁନ୍ଦର ହୃଦୟ ବଜାୟୀ ରଖିବାକୁ ଆହ୍ବାନ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ । ଲାଇଟ ହାଉସ ବେଳାଭୂମିରେ ଏହି ବାଲୁକା କଳା କରି ବିଶ୍ବବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ମାନସ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ