ETV Bharat / city

ବେବିନାଙ୍କ ଘରେ ସମ୍ବିତଙ୍କର ସିବିଆଇ ବାଣ, ଟାର୍ଗେଟରେ ମହାରଥୀ

ଲୋକସଭା ସାଂସଦ ପ୍ରାର୍ଥୀ ସମ୍ଵିତ ପାତ୍ର ନିର୍ବାଚନୀ ପ୍ରଚାର ନେଇ ସୋମବାର ପିପିଲିର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଯାହା ପୁଣି ସମ୍ବିତଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି ।

author img

By

Published : Apr 1, 2019, 10:37 PM IST

Updated : Apr 10, 2019, 2:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଲୋକସଭା ସାଂସଦ ପ୍ରାର୍ଥୀ ସମ୍ଵିତ ପାତ୍ର ନିର୍ବାଚନୀ ପ୍ରଚାର ନେଇ ସୋମବାର ପିପିଲିର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନରେ ସମ୍ବିତ ବେବିନାଙ୍କ ଘରକୁ ଯାଇ ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି । ଯାହା ପୁଣି ସମ୍ବିତଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ସୋମବାର ନିର୍ବାଚନୀ ପ୍ରଚାରରେ ଯାଇ ବେବିନାଙ୍କ ଘରେ ପଖାଳ ଓ ଶାଗ ଭଜା ଖାଇବା ସହ ପରିବାରକୁ ସମବେଦନା ଜଣାଇଥିଲେ ସମ୍ବିତ । ସେପଟେ ବେବିନା ପ୍ରତି ଅନ୍ୟାୟ ହୋଇଛି ଏବଂ ଓଡିଶାରେ ଜଣେ ଝିଅକୁ ଏଭଳି ହତ୍ୟା କରାଯିବ ତାହା ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

ତେଣୁ ଯଦି ବେବିନାକୁ ନ୍ୟାୟ ନ ମିଳିବ ତେବେ ଓଡିଶା ଇତିହାସ ଅ।ମକୁ ଧିକ୍କାର କରିବ ବୋଲି ସେ କହିଥିଲେ । ଏଭଳି କହି ସମ୍ବିତ ପରୋକ୍ଷରେ ପିପିଲିରୁ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଟାର୍ଗେଟ କରିଛନ୍ତି । ଏଥିସହ ନିର୍ବାଚନରେ ଜିତିଲେ ସୁଯୋଗ ମିଳିଲେ ଏହି ଘଟଣାର ସିବିଅ।ଇ ତଦନ୍ତ ହେବ ବୋଲି ସମ୍ଵିତ ବେବିନାଙ୍କ ପରିବାରକୁ ପ୍ରତିଶୃତି ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
Last Updated : Apr 10, 2019, 2:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.