ETV Bharat / city

ଶ୍ରୀପଞ୍ଚମୀରେ ରଥ କାଠ ଅନୁକୂଳ, ରାମନବମୀରେ ହେବ ଚିରଟ ପ୍ରକ୍ରିୟା

author img

By

Published : Feb 5, 2022, 9:34 PM IST

Updated : Feb 5, 2022, 11:00 PM IST

ଶ୍ରୀପଞ୍ଚମୀରେ ହେଲା ରଥ କାଠ ଅନୁକୂଳ । ପରମ୍ପରା ଅନୁଯାୟୀ ପ୍ରତିବର୍ଷ ପରି ଏହି ତିଥିରେ ରଥଯାତ୍ରା ପାଇଁ ରଥ କାଠକୁ ଅନୁକୂଳ କରାଯିବା ସହ ପୂଜାର୍ଚ୍ଚନା କରାଯାଇଛି । ଅଧିକ ପଢନ୍ତୁ

ଶ୍ରୀପଞ୍ଚମୀରେ ରଥ କାଠ ଅନୁକୂଳ, ରାମନବମୀରେ ହେବ ଚୀରଟ ପ୍ରକ୍ରିୟା

ପୁରୀ: ଶ୍ରୀପଞ୍ଚମୀରେ ହେଲା ରଥ କାଠ ଅନୁକୂଳ । ଏହି ଅବସରରେ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ପରି ଏହି ତିଥିରେ ରଥଯାତ୍ରା ପାଇଁ ରଥ କାଠକୁ ଅନୁକୂଳ କରାଯିବା ସହ ପୂଜାର୍ଚ୍ଚନା କରାଯାଇଛି । ଗଜପତିଙ୍କ ରାଜଗୁରୁ, ବ୍ରାହ୍ମଣଙ୍କ ଦ୍ଵାରା କାଠ ପୂଜା କରାଯାଇ ଚଳିତ ବର୍ଷ ରଥଯାତ୍ରାରେ ସୁରୁଖୁରୁରେ ହେବା ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରାଯାଇଥିଲା ।

ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ଆଜି ସନ୍ଧ୍ୟାରେ ପୂଜାପାଠ କରାଯାଇଥିଲା । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା' ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣମାନେ ବନ୍ଦାପନା ସହିତ ପୂଜା କରିଛନ୍ତି ।

ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୮୦ ଖଣ୍ଡ କାଠ ମହଜୁଦ ଅଛି । ଅବଶିଷ୍ଟ ୭୮୫ ଖଣ୍ଡ କାଠ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଅଣାଯିବାକୁ ଥିବାବେଳେ ଗତ ୨ ତାରିଖ ସନ୍ଧ୍ୟାରେ ତିନୋଟି ଟ୍ରକରେ ୬୩ ଖଣ୍ଡ କାଠ ପୁରୀରେ ଆସି ପହଞ୍ଚିଛି । ସେଥି ମଧ୍ୟରୁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ଆଜି ପୂଜାର୍ଚ୍ଚନା କରାଯିବ । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ରଥ ଖଳାରେ ରଥ ନିର୍ମାଣ ଅନୁକୂଳ ପରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 5, 2022, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.