ETV Bharat / city

ନୀଳାଚଳେ ଜଗନ୍ନାଥ: ରତ୍ନବେଦୀରୁ ଜନ୍ମବେଦୀ ଯାତ୍ରାରେ ଶ୍ରୀଜୀଉ

author img

By

Published : Jun 23, 2020, 10:06 PM IST

ଆଷାଢ ଶୁକ୍ଲ ଦ୍ବିତୀୟାରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରା । ରତ୍ନବେଦୀ ଛାଡି ରଥରେ ଚଢି ଜନ୍ମବେଦୀ ଯିବେ ତିନି ଠାକୁର । ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ଭକ୍ତ ଶୂନ୍ୟ ରହିଥିଲା ବଡଦାଣ୍ଡ । ହେଲେ ମାତ୍ର ଶ୍ୟାମଳମେଘ ପ୍ରାୟ କଳା ଶରୀରକୁ ରଥ ଉପରେ ସ୍ବଗୃହରେ ରହି ଦର୍ଶନ କରି ଧନ୍ୟ ହୋଇଛନ୍ତି ଭକ୍ତଜନ । ରଥଯାତ୍ରା ପାଇଁ ପୁଷ୍ପମଣ୍ଡିତ ହୋଇ ସୁସଜ୍ଜିତରେ ଝଲସୁଥିଲା ଶ୍ରୀମନ୍ଦିର ।

rath-yatra-2020-three-chariot-at-saradhabali
ନୀଳାଚଳେ ଜଗନ୍ନାଥ: ରତ୍ନବେଦୀରୁ ଜନ୍ମବେଦୀ ଯାତ୍ରାରେ ଶ୍ରୀଜୀଉ

ପୁରୀ: କୋରୋନା କାଳରେ ମହାପ୍ରଭୁଙ୍କ ମହାଲୀଳା । ଲୀଳାପୁରୁଷଙ୍କ ମହୋତ୍ସବ । ଆଷାଢ ଶୁକ୍ଲ ଦ୍ବିତୀୟାରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରା । ରତ୍ନବେଦୀ ଛାଡି ରଥରେ ଚଢି ଜନ୍ମବେଦୀ ଯିବେ ତିନି ଠାକୁର । ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ଭକ୍ତ ଶୂନ୍ୟ ରହିଥିଲା ବଡଦାଣ୍ଡ । ହେଲେ ମାତ୍ର ଶ୍ୟାମଳମେଘ ପ୍ରାୟ କଳା ଶରୀରକୁ ରଥ ଉପରେ ସ୍ବଗୃହରେ ରହି ଦର୍ଶନ କରି ଧନ୍ୟ ହୋଇଛନ୍ତି ଭକ୍ତଜନ । ରଥଯାତ୍ରା ପାଇଁ ପୁଷ୍ପମଣ୍ଡିତ ହୋଇ ସୁସଜ୍ଜିତରେ ଝଲସୁଥିଲା ଶ୍ରୀମନ୍ଦିର ।

ବିଶ୍ବ ପ୍ରସିଦ୍ଧ, ବିଶ୍ବ ବିଦିତ ପବିତ୍ର ଘୋଷଯାତ୍ରା ପାଇଁ ବ୍ରାହ୍ମ ମୂହୁର୍ତ୍ତରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ତଡ଼ପ ଲାଗି, ରୋଷହୋମ ଓ ଅବକାଶ ନୀତି ହୋଇଛି ଦ୍ବାରପାଳ ପୂଜା ପରେ ରଥ ପ୍ରତିଷ୍ଠା ସମ୍ପନ୍ନ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଦିବ୍ୟ, ଭବ୍ୟ ପହଣ୍ଡି ବିଜେ ନୀତି । ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ବଡ ଭାଇ ବଳଭଦ୍ରଙ୍କ ଓ ପରେ ପରେ ସମ୍ପନ୍ନ ହୋଇଥିଲା ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି । ଶେଷରେ ମୟୂରଚୂଳିଆ, କୋଟି ଓଡିଆଙ୍କ ମଉଡମଣି, ମହାପ୍ରଭୁ ଶ୍ରୀକ୍ଷେତ୍ର ସାଆନ୍ତେ ଟାହିଆ ହଲେଇ, ଝୁଲେଇ ପହଣ୍ଡିରେ ଆସି ନନ୍ଦିଘୋଷରେ ବିରାଜି ଥିଲେ । ଭକ୍ତ ବିଭୋର ହେଉଥିଲେ ଏଯାତ୍ରା ଦେଖି ଜଗତର ନାଥଙ୍କୁ ଦର୍ଶନ କରି ।

ଏଯାତ୍ରା ଅପୂର୍ବ, ବିଚିତ୍ର, ଅଲୈକିକ । ଚତୁର୍ଦ୍ଧାମୂର୍ତ୍ତି ରଥାରୋହଣ ପରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଶ୍ରୀଜୀଉଙ୍କୁ ରଥେ ଦର୍ଶନ କରିଥିଲେ । ଏହାପରେ ପରେ ଛେରାପହଁରା ନିମନ୍ତେ ଶ୍ରୀନଅରରୁ ବାହାରି ବଡଦାଣ୍ଡ ଅଭିମୁଖେ ଯାତ୍ରା କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ୩ ରଥରେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା ସୁନା ଝାଡୁରେ ଛେରାପହଁରା କାର୍ଯ୍ୟ । ପରେ ପରେ ଆରମ୍ଭ ହୋଇଥିଲା ଚାରମାଳ ଫିଟା, ଘୋଡା , ସାରଥୀ ବନ୍ଧା ଓ ରଥ ଟଣା । ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟାର ନାଦରେ ପ୍ରଥମେ ଦେବୀ ହଳଦୀ ମୁହିଁ ସୁନାଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବଡଦାଣ୍ଡରେ ଘର୍ଘର ନାଦ କରି ଗଡିଥିଲା । ପରେ ପରେ ଆରମ୍ଭ ହୋଇଥିଲା ବଡ ଠାକୁର ବଳିଆରଭୁଜ, ଶେଷନାଗ, ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା । ସର୍ବଶେଷରେ ନନ୍ଦିଘୋଷରେ ବିରାଜି ନୀଳାଦ୍ରୀନାଥ, ଜଗତର ନାଥ କାଳିଆ ।

କୋରୋନା କଟକଣା ମଧ୍ୟରେ ସୀମିତ ସେବାୟତ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀରେ ସମ୍ପନ୍ନ ହୋଇଛି ରଥଯାତ୍ରା । ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି ତିନି ରଥ । ଏହାପରେ ମହାପ୍ରଭୁ ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ ଦିନ ରଥରେ ଗୁଣ୍ଡିଚା ଘରୁ ଫେରିବେ ବଡ଼ ଦେଉଳକୁ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.