ETV Bharat / city

9 ମାସରେ ଦଣ୍ଡ ପ୍ରଣାମ ଯାତ୍ରା କରି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ରାଜସ୍ଥାନ ଭକ୍ତ

author img

By

Published : Aug 25, 2020, 3:48 PM IST

ରାଜସ୍ଥାନରୁ ଶ୍ରୀକ୍ଷେତ୍ର ପୁରୀ ପୁଣି ଦଣ୍ଡ ପ୍ରଣାମ ଯାତ୍ରା ମାଧ୍ୟମରେ । ଦୀର୍ଘ 2300 କିଲୋମିଟର ଯାତ୍ରା 9 ମାସରେ ପୂରଣ କରିଛନ୍ତି ଶ୍ରୀଜଗନ୍ନାଥଙ୍କ ଭକ୍ତ ରାମ ସିଂ। ଶୁଣିଲେ ଅବିଶ୍ବାସ ହେଲେ ପୁରା ଘଟଣା ସତ୍ୟ। ଅଧିକ ଖବର ପଢନ୍ତୁ...

9 ମାସରେ ଦଣ୍ଡ ପ୍ରଣାମ ଯାତ୍ରା କରି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ରାଜସ୍ଥାନ ଭକ୍ତ
9 ମାସରେ ଦଣ୍ଡ ପ୍ରଣାମ ଯାତ୍ରା କରି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ରାଜସ୍ଥାନ ଭକ୍ତ

ପୁରୀ: ରାଜସ୍ଥାନ ରୁ ଶ୍ରୀକ୍ଷେତ୍ର ପୁରୀ ପୁଣି ଦଣ୍ଡ ପ୍ରଣାମ ଯାତ୍ରା ମାଧ୍ୟମରେ । ଦୀର୍ଘ 2300 କିଲୋମିଟର ଯାତ୍ରା 9 ମାସରେ ପୂରଣ କରିଛନ୍ତି ଶ୍ରୀଜଗନ୍ନାଥଙ୍କ ଭକ୍ତ ରାମ ସିଂ। ଶୁଣିଲେ ଅବିଶ୍ବାସ ହେଲେ ପୁରା ଘଟଣା ସତ୍ୟ। ଦେଶରୁ କୋରୋନା ମହାମାରୀ ବିନାଶ ସମେତ ଦେଶବାସୀଙ୍କ ସୁଖ ଶାନ୍ତି କାମନା ନେଇ ଏହି ନିଆରା ଯାତ୍ରା କରିଥିବା କହିଛନ୍ତି ରାମ ସିଂ। ଯାହାକି ବେଶ ଚର୍ଚ୍ଚାର ବିଷୟ ହୋଇଛି।

ରାସ୍ତାରେ ଦଣ୍ଡ ପ୍ରଣାମ କରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ ରାମ ସିଂ । ଖରା, ବର୍ଷା କୌଣସି କଷ୍ଟକୁ ଖାତିର ନ କରି ଦିନକୁ ଦଣ୍ଡ ପ୍ରଣାମ ଯାତ୍ରା କରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ରାଜସ୍ଥାନର ରାମ ସିଂ। ପୁରୀରେ ପହଞ୍ଚିବାକୁ ତାଙ୍କୁ ଦୀର୍ଘ 10 ମାସ ଲାଗିଛି । ବିଶ୍ବରୁ କୋରୋନା ମହାମାରୀ ଦୂର କରିବା ଓ ଦେଶରେ ଶାନ୍ତି, ସମୃଦ୍ଧି ସମେତ ନିଜ ପରିବାରର ମଙ୍ଗଳ କାମନା କରି ଶ୍ରୀକ୍ଷେତ୍ର ପୁରୀରେ ଆସି ପହଞ୍ଚିଛନ୍ତି ରାମ ସିଂ।

ମହାପ୍ରଭୁଙ୍କ ଆଶୀର୍ବାଦ ଥିଲେ ସବୁ ସମ୍ଭବ ବୋଲି ରାମ ସିଂ କହିଛନ୍ତି । 2019 ନଭେମ୍ବର 3 ତାରିଖରେ ରାମ ସିଂ ରାଜସ୍ଥାନ ର କରୋଲି ଜିଲ୍ଲାରୁ ନିଜର ଦୁଇ ସମ୍ପର୍କୀୟ ଭାଇ ଜୟ ସିଂ ଏବଂ ବତୁ ଲାଲଙ୍କ ସହିତ ଶ୍ରୀକ୍ଷେତ୍ରକୁ ଏହି ଦୁଃସାହାସିକ ଯାତ୍ରା ଆରମ୍ଭ କରିଥିଲେ । ବହୁ କଷ୍ଟ ସାଧ୍ୟ ଯାତ୍ରା ଥିଲେ ମଧ୍ୟ ମହାପ୍ରଭୁଙ୍କୁ ସ୍ମରଣ କରି ଯାତ୍ରା କରୁଥିଲେ ସମସ୍ତେ । ରାସ୍ତାରେ ଭକ୍ତମାନେ ଯାହା କିଛି ଖାଦ୍ୟ ଦିଅନ୍ତି ତାକୁ ଖାଇ ସେ ଦଣ୍ଡ ପ୍ରଣାମ ଯାତ୍ରା କରି ଶ୍ରୀକ୍ଷେତ୍ରରେ ପହଞ୍ଚି ବେଶ ଆନନ୍ଦ ଥିବା କହିଛନ୍ତି । କୋଭିଡ କଟକଣା ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ନ ଥିଲେ ମଧ୍ୟ ସେ ବାହାରୁ ପତିତପାବନଙ୍କୁ ମୁଣ୍ଡିଆ ମାରି ଶ୍ରୀକ୍ଷେତ୍ରରୁ ଫେରିବେ ବୋଲି କହିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.