ETV Bharat / city

ମଙ୍ଗଳା ମନ୍ଦିର ଗର୍ଭଗୃହରେ ପଶିଲା ପାଣି, ନୀତିକାନ୍ତିରେ ସମସ୍ୟା - puri district news

ଲଗାଣ ବର୍ଷାରେ ବେହାଲ କାକଟପୁରର ମା ମଙ୍ଗଳା ମନ୍ଦିର । ଗର୍ଭଗୃହ ସମେତ ବିଭିନ୍ନ ସ୍ଥାନରେ ପ୍ରବେଶ କଲା ବର୍ଷାଜଳ । ମା’ଙ୍କ ନୀତିକାନ୍ତିରେ ସମସ୍ୟା । ଅଧିକ ପଢନ୍ତୁ...

ଲଗାଣ ବର୍ଷାରେ କାକଟପୁର ମଙ୍ଗଳା ମନ୍ଦିର ଗର୍ଭଗୃହରେ ପଶିଲା ପାଣି, ମା’ଙ୍କ ନୀତିକାନ୍ତିରେ ସମସ୍ୟା

author img

By

Published : Sep 12, 2021, 5:58 PM IST

ପୁରୀ: ଲଗାଣ ଲଘୁଚାପ ଜନିତ ବର୍ଷା ଯୋଗୁ ପୁରୀ କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କ ମନ୍ଦିରରେ ପଶିଲା ପାଣି। ମନ୍ଦିରର ଉପର ଭାଗରେ ଫାଟଥିବା ଯୋଗୁ ମୁଖ୍ୟ ମନ୍ଦିରର ଗର୍ଭଗୃହ, ଭୋଗ ମଣ୍ଡପ, ନାଟ ମଣ୍ଡପ ଏବଂ ଉତ୍ତର ଦ୍ବାର ମୁଖଶାଳାରେ ବର୍ଷାଜଳ ପ୍ରବେଶ କରିଛି । ଫଳରେ ମା’ଙ୍କ ଦୈନିକ ନୀତିକାନ୍ତି କରିବାରେ ସମସ୍ୟା ଭୋଗୁଛନ୍ତି ସେବାୟତ । ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ଲଗାଣ ବର୍ଷାରେ ମଙ୍ଗଳା ମନ୍ଦିର ଗର୍ଭଗୃହରେ ପଶିଲା ପାଣି, ନୀତିକାନ୍ତିରେ ସମସ୍ୟା

ପୂର୍ବରୁ ମନ୍ଦିରକୁ ମରାମତି ନେଇ ବାରମ୍ବାର ସେବାୟତଙ୍କ ପକ୍ଷରୁ ଦେବୋତ୍ତର ବିଭାଗ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ମରାମତି ଦିଗରେ କୌଣସି ଧ୍ୟାନ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି । ଫଳରେ କାକଟପୁରର ପ୍ରସିଦ୍ଧ ମା ମଙ୍ଗଳାଙ୍କ ମନ୍ଦିର ଆଗାମୀ ଦିନରେ ବିପଦ ଶଙ୍କୁଳ ସ୍ଥିତି ଉପୁଜିବା ଆଶଙ୍କା ରହିଥିବା ସେବାୟତ ଅଭିଯୋଗ କରିଛନ୍ତି। ତୁରନ୍ତ ରାଜ୍ୟ ସରକାର ପୁରାତନ ଐତିହ ବହନ କରୁଥିବା ମା’ ମଙ୍ଗଳା ମନ୍ଦିରର ସୁରକ୍ଷା ଦିଗରେ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି ସେବାୟତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.