ETV Bharat / city

ପବିତ୍ର ଅଁଳା ନବମୀରେ ରାଧାପାଦ ଦର୍ଶନରୁ ବଞ୍ଚିତ ସାକ୍ଷୀଗୋପାଳ ସେବାୟତଙ୍କ ପରିବାର - radha pada darshan

ଆଜି ଅଁଳା ନବମୀ । କୋରୋନା ପାଇଁ ସାକ୍ଷୀଗୋପାଳ ମନ୍ଦିରରେ 144 ଧାରା ଲାଗୁ । ରାଧାପାଦ ଦର୍ଶନରୁ ବଞ୍ଚିତ ସେବାୟତଙ୍କ ପରିବାର । ଯାହାକୁ ନେଇ ପ୍ରକାଶ ପାଇଛି ଅସନ୍ତୋଷ । ଅଧିକ ପଢନ୍ତୁ...

ଅଁଳା ନବମୀ : ରାଧାପାଦ ଦର୍ଶନରୁ ବଞ୍ଚିତ ସାକ୍ଷୀ ଗୋପାଳ ସେବାୟତଙ୍କ ପରିବାର

author img

By

Published : Nov 12, 2021, 3:44 PM IST

ପୁରୀ: ସାକ୍ଷୀଗୋପାଳ ମନ୍ଦିରରେ ଆଜି(ଶୁକ୍ରବାର) ରାଧାରାଣୀଙ୍କ ପାଦ ଦର୍ଶନ ନେଇ ଭକ୍ତଙ୍କ ପାଇଁ କଟକଣା ଜାରି କରାଯାଇଛି। 144 ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଏପରିକି ସେବାୟତ ପରିବାରଙ୍କ ମଧ୍ୟ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି। ଯାହାକୁ ନେଇ ସାକ୍ଷୀଗୋପାଳ ମନ୍ଦିରର ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିରରେ ଯଦି ଡବଲ ଡୋଜ କୋଭିଡ ଟିକା ପ୍ରମାଣ ପତ୍ର ଦେଖାଇ ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ତେବେ ସାକ୍ଷୀଗୋପାଳ ମନ୍ଦିରରେ କାହିଁକି ସେବାୟତ ପରିବାର ଲୋକଙ୍କ ପାଇଁ କଟକଣା କରାଯାଇଛି ବୋଲି ସେବାୟତ ପ୍ରଶ୍ନ କରିଛନ୍ତି।

ଅଁଳା ନବମୀ : ରାଧାପାଦ ଦର୍ଶନରୁ ବଞ୍ଚିତ ସାକ୍ଷୀ ଗୋପାଳ ସେବାୟତଙ୍କ ପରିବାର

ବର୍ଷକୁ ଗୋଟିଏ ଦିନ ରାଧାପାଦ ଦର୍ଶନ ଭଳି ଦୁର୍ଲଭ ଦର୍ଶନରୁ ସେବାୟତଙ୍କ ପରିବାର ଲୋକଙ୍କୁ ବଞ୍ଚିତ କରିବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ସେବାୟତ କହିଛନ୍ତି। ସେହିପରି କୋଭିଡ ମହାମାରୀ ଯୋଗୁଁ ଦୀର୍ଘ ଦିନ ହେବ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ଥିବାରୁ ସେବାୟତମାନେ ନିଜର ଆୟ ହରାଇବା ସହ ଆର୍ଥିକ କ୍ଷତିର ସମୁଖୀନ ହୋଇଛନ୍ତି । ତୁରନ୍ତ ସରକାର ସେବାୟତଙ୍କୁ ଉଚିତ ପ୍ରାପ୍ୟ ପାଉଣା ଦେବାକୁ ଦାବି କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.