ETV Bharat / city

ଖୋଲିବ ରତ୍ନ ଭଣ୍ଡାର ! - puri ratna bhandar will open soon !

ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ପ୍ରଶାସନ ଖୋଲିବାର ସମ୍ଭାବନା ରହିଛି । ଯାହାକୁ ନେଇ ପୁରୀରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଖୋଲିବ ରତ୍ନ ଭଣ୍ଡାର !
author img

By

Published : Nov 19, 2019, 7:56 PM IST

ପୁରୀ: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ପ୍ରଶାସନ ଖୋଲିବାର ସମ୍ଭାବନା ରହିଛି । ଯାହାକୁ ନେଇ ପୁରୀରେ ଚର୍ଚ୍ଚା ଆରମ୍ଭ ହୋଇଛି । ବୁଦ୍ଧିଜୀବୀଙ୍କ ସହିତ ବିଭିନ୍ନ ସଂଗଠନ ରତ୍ନ ଭଣ୍ଡାର ଖୋଲିବା ନେଇ ଦାବି ଉଠାଇଛନ୍ତି ।

ଖୋଲିବ ରତ୍ନ ଭଣ୍ଡାର !

ରତ୍ନ ଭଣ୍ଡାରରେ କେତେ ଅଳଙ୍କାର ଅଛି ତାହା କାହାରିକୁ ଜଣାନଥିବାବେଳେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅର୍ଥାତ ଜାନୁଆରୀ 8 ତାରିଖରେ ଅଳଙ୍କାର ସହ ସମ୍ପତିର ତାଲିକା ଓ ତାହାର ମୁଲ୍ୟ ଏବଂ ରତ୍ନ ଭଣ୍ଡାରର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଶୁଣାଣି ହେବ ।

ଏଥିରେ ଶ୍ରୀମନ୍ଦିର ପ୍ରଶାସନ ନିଜର ପକ୍ଷ ରଖିବା ସହ ରିପୋର୍ଟ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚାଳନା କମିଟିରେ ଆଲୋଚନା ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ହିଁ ରତ୍ନ ଭଣ୍ଡାର ଉପରେ ଏକ ରପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି ।

ସୂଚନା ଥାଉକି, ଗତ ବର୍ଷ 2018 ଏପ୍ରିଲ 4ରେ 17 ଜଣିଆ ଟିମ ରତ୍ନ ଭଣ୍ଡାର ଖୋଲିବା ପାଇଁ ପ୍ରୟାସ କରିଥିଲେ । ହେଲେ ସେତେବେଳେ ତାଙ୍କ ପାଖରେ ରତ୍ନ ଭଣ୍ଡାର ଚାବି ନ ଥିଲା । ଯାହାକୁ ନେଇ ଏକ ବିବାଦୀୟ ପରିସ୍ଥିତି ମୁଣ୍ଡ ଟେକିଥିଲା । ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏହାକୁ ନେଇ କିଛି ସ୍ପଷ୍ଟ ଉତ୍ତର ମଧ୍ୟ ନଥିଲା ।

ଚାବିଟି କେଉଁଠି ଓ କିଭଳି ଅଛି । ସୁରକ୍ଷିତ କି ଅସୁରକ୍ଷିତ । ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଲା । ଏମିତିକି ରାଜ୍ୟ ସରକାର ଏନେଇ ଜଷ୍ଟିସ ରଘୁବୀର ଦାଶ ତଦନ୍ତ କମିଶନ ବସାଇଥିଲେ । ଇତି ମଧ୍ୟରେ କମିଶନ ତଦନ୍ତ କରି ରିପୋର୍ଟ ଦାଖଲ କରିସାରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏହି ରିପୋର୍ଟକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରିନାହାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରତ୍ନ ଭଣ୍ଡାର ଖୋଲିବ Body:ଶ୍ରୀମନ୍ଦିର ସଂସ୍କାର ମାମଲା ର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ 8 ତାରିଖରେ ସୁପ୍ରିମକୋର୍ଟ ରେ ହେବ। ତେବେ ସୁପ୍ରିମକୋର୍ଟ ଙ୍କ ନିର୍ଦେଶ ପରେ ଏବେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରଶାସନ ଖୋଲି ବାର ସମ୍ଭାବନା ରହିଛି। ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ବଢ଼ିବାରେ ଲାଗିଛି ପୁରୀ ସହରରେ। ବୁଦ୍ଧିଜୀବୀ , ବିଭିନ୍ନ ସଂଗଠନ ରତ୍ନ ଭଣ୍ଡାର ଖୋଲିବା ନେଇ ଦାବି ଉଠାଇ ଛନ୍ତି। ଯେଭଳି ଭାବେ ରତ୍ନ ଭଣ୍ଡାର ଚାବି ହାଯିବା ଓ ନକଲି ଚାବି ମିଳିବା ଘଟଣା ନଜରକୁ ଗତ ବର୍ଷ ଆସିଥିଲା ରତ୍ନ ଭଣ୍ଡାର ରେ ରତ୍ନ ସୁରକ୍ଷିତ ଅଛିକି ନାହିଁ ତାକୁ ନେଇ ଏବେ ପ୍ରଶ୍ନ ପୁଣି ଉଠାଇଛନ୍ତି ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନ।ଗତ ବର୍ଷ ୨୦୧୮ ଏପ୍ରିଲ  ୪ରେ ୧୭ ଜଣିଆ ଟିମ ରତ୍ନ ଭଣ୍ଡାର ଖୋଲିବା ପାଇଁ ପ୍ରୟାସ କରିଥିଲେ ସେତେବେଲେ ତାଙ୍କ ପାଖରେ ରତ୍ନ ଭଣ୍ଡାର ଚାବି ନ ଥିଲା  । ଯାହାକୁ ନେଇ ଏକ ବିବାଦୀୟ ପରିସ୍ଥିତି ମୁଣ୍ଡଟେକିଥିଲା  । ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର  ପ୍ରଶାସନ ପାଖରେ ଏହାକୁ ନେଇ କିଛି ସ୍ପଷ୍ଟ ଉତ୍ତର ମଧ୍ୟ ଦିଆଯାଇପାରିନଥିଲା  । ଚାବି ଟି କେଉଁଠି ଓ କିଭଳି ଅଛି ସୁରକ୍ଷିତ କି ଅସୁରକ୍ଷିତ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଲା  । ଏମିତକି ରାଜ୍ୟ ସରକାରଙ୍କୁ ତଦନ୍ତ କମିଶନ ବସାଇଥିଲେ  । ଇତି ମଧ୍ୟରେ  ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ ତଦନ୍ତ କରି ରିପୋର୍ଟ ଦାଖଲ କରିସାରିଛନ୍ତି  । କିନ୍ତୁ ରାଜ୍ୟ ସରକାର ଏହି ରିପୋର୍ଟକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରିନାହାନ୍ତି  ।ସେପଟେ ମହାପ୍ରଭୂଙ୍କ ଅସ୍ଥାବର ସ୍ୱର୍ଣ ଅଳଙ୍କାର ଆଦି ସହ ସମ୍ପତିର ତାଲିକା ଓ ତାହାର ମୁଲ୍ୟ ଏବଂ ରତ୍ନ ଭଣ଼୍ଡାରର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପରବର୍ତି ଶୁଣାଣୀ ଜାନୁଆରୀ ୮ରେ ରହିଛି  । ଏଥିରେ ଶ୍ରୀମନ୍ଦିର ପ୍ରଶାସନ ନିଜର ପକ୍ଷ ରଖିବା ସହ ରିପୋର୍ଟ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି  ।ଏପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚାଳନା କମିଟିରେ ଆଲୋଚନା ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ହିଁ ରତ୍ନ ଭଣ୍ଡାର ଉପରେ   ଏକ ରପୋର୍ଟ ପ୍ରସ୍ତୁତ କରାଯିବ  । ତାହାକୁ କୋର୍ଟରେ ଦାଖଲ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ  ।

ବାଇଟ,, 1,, ପ୍ରସନ୍ନ ଦାଶ,, ସଚେତନ ନାଗରିକ ମଞ୍ଚ

ବାଇଟ-2 ଜିତେନ୍ଦ୍ର କୁମାର ସାହୁ , ନୀତି ପ୍ରଶାସକ , ଶ୍ରୀମନ୍ଦିର ପ୍ରଶାସନ 

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.