ପୁରୀ: ରଥ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ତିନି ରଥର ନିର୍ମାଣ କାର୍ଯ୍ୟକୁ ବିଶ୍ବକର୍ମା ମାନେ ଆଗେଇ ନେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଚକର 25 ଟି ତୁମ୍ବର ବିନ୍ଧ କାର୍ଯ୍ୟ ସରିଛି । ତିନି ରଥର ଛଅଟି ଚକର ପଇ ବିନ୍ଧ ସରି ଅର ସହିତ ପଇ ସଂଯୋଗ କରାଯାଇ କଳସା କରାଯାଇଛି ।
ସେହିପରି ଗୁଜ, ଜଳଯନ୍ତ୍ର, କୁଡୁକା କାମ ଚାଲିଛି । ଶୁକ୍ରବାର ଭଉଁରୀ ତିଥିରେ ତିନି ରଥ ଚକ ଓ ଅଖ ଡେରା ହେବାର ବିଧି ରହିଛି। ଅନ୍ୟପଟେ ବୁଧବାର ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସମ୍ପୃକ୍ତ 162 ଜଣ ସେବକଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ଅଛନ୍ତି ।
ଏଥି ସହିତ କୋଭିଡ-19 ପରୀକ୍ଷା ପାଇଁ ସ୍ବାବ କଲେକ୍ସନ ଆରମ୍ଭ ହୋଇଛି । ଆଜି 55 ଜଣ ରଥ ନିର୍ମାଣ ସମ୍ପୃକ୍ତ ସେବକଙ୍କର ସ୍ବାବ କଲେକ୍ସନ କରାଯାଇଛି । ତିନି ଦିନ ଭିତରେ ସମସ୍ତ ସେବକଙ୍କ ସ୍ବାବ ସଂଗ୍ରହ କାର୍ଯ୍ୟ ଶେଷ ହେବ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ