ETV Bharat / city

ପୁରୀ ପୋଲିସର ଜୁଲମ, ବଡଦାଣ୍ଡରେ ଗୋଇଠା ମାରି ଭାଙ୍ଗିଲେ ମହିଳାଙ୍କ ଦୀପ - puri police turture

ପୁଣି ପୁରୀ ପୋଲିସର ନିରୀହ ଲୋକଙ୍କ ଉପରେ ଜୁଲମର ଏକ ଭିଡିଓ ସୋସିଆଲ ମିଡିଆ ରେ ଘୂରି ବୁଲୁଛି। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦୀପ ବିକ୍ରି କରୁଥିବା ଜଣେ ଗରିବ ମହିଳାର ଦୀପ ଗୁଡିକୁ ଡ୍ୟୁଟିରେ ଥିବା ଜଣେ ହୋମ ଗାର୍ଡ ଗୋଇଠା ମାରି ଭାଙ୍ଗି ଦେଇଛନ୍ତି।

ପୁରୀ ପୋଲିସର ଜୁଲମ, ବଡଦାଣ୍ଡରେ ଗୋଇଠା ମାରି ଭାଙ୍ଗିଲେ ମହିଳାଙ୍କ ଦୀପ
ପୁରୀ ପୋଲିସର ଜୁଲମ, ବଡଦାଣ୍ଡରେ ମହିଳାଙ୍କ ଦୀପକୁ ଗୋଇଠା ମାରି ଭାଙ୍ଗିଲେ
author img

By

Published : Oct 5, 2020, 12:06 PM IST

Updated : Oct 5, 2020, 12:27 PM IST

ପୁରୀ: କିଛି ଦିନ ହେବ ପୁରୀ ପୋଲିସର ଦୁର୍ବ୍ୟବହାର କିଭଳି ବଢି ଚାଲିଛି ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୁଣି ପୁରୀ ପୋଲିସର ନିରୀହ ଲୋକଙ୍କ ଉପରେ ଜୁଲମର ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଶ୍ରୀମନ୍ଦିର ସିଂହ ଦ୍ବାର ସମ୍ମୁଖରେ ଦୀପ ବିକ୍ରି କରୁଥିବା ଜଣେ ଗରିବ ମହିଳାର ଦୀପ ଗୁଡିକୁ ଡ୍ୟୁଟିରେ ଥିବା ଜଣେ ହୋମ ଗାର୍ଡ ଗୋଇଠା ମାରି ଭାଙ୍ଗି ଦେଇଛନ୍ତି।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗରୀବ ଲୋକଙ୍କ ଉପରେ ପୁରୀ ପୋଲିସର ଜୁଲମକୁ ନେଇ ବିଭିନ୍ନ ମହଲରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପଇଛି। ସୂଚନା ଅନୁଯାୟୀ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ଥିବା ବେଳେ ବଡ଼ଦାଣ୍ଡ ଉଠା ଦୋକାନୀଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଛି। ଦିନକୁ 50 ଟଙ୍କା ରୋଜଗାର ହେବା ବି ମୁସ୍କିଲ ହୋଇ ପଡିଛି। ସ୍ଥାନୀୟ ଲୋକ କିଛି ଶ୍ରୀମନ୍ଦିର ସିଂହ ଦ୍ବାର ସମୁଖ ଦର୍ଶନ କରୁଥିବା ହେତୁ କିଛି ମହିଳା ଅଳ୍ପ ଦୀପ ବିକ୍ରି କରି ଦିନକୁ 50 ରୁ 100 ଟଙ୍କା ରୋଜଗାର କରି ଅତି କଷ୍ଟରେ ଘର ଚଳାଉଛନ୍ତି।

ପୁରୀ ପୋଲିସର ଜୁଲମ, ବଡଦାଣ୍ଡରେ ଗୋଇଠା ମାରି ଭାଙ୍ଗିଲେ ମହିଳାଙ୍କ ଦୀପ

ଏଭଳି ପରିସ୍ଥିତିରେ ଦୀପ ବିକ୍ରି ଯୋଗୁ ଲୋକଙ୍କ ଗହଳି ହେଉଥିବା ଅଭିଯୋଗ ନେଇ ପୋଲିସ ଦୀପ ଦୋକାନକୁ ଅନୁମତି ଦେଉନାହିଁ। କିଛି ଗରିବ ମହିଳା ସିଂହଦ୍ବାର ରାଧାବଲ୍ଲବ ମଠ ଆଗରେ ଅଳ୍ପ କିଛି ଦୀପ ବିକ୍ରି କରି ରୋଜଗାର ଆଶାରେ ବସୁଥିବା ବେଳେ ପ୍ରତିଦିନ ପୋଲିସ ଦୀପ ଗୁଡ଼ିକୁ ଫିଙ୍ଗା ଫୋପଡା କରୁଛି।

ପୁରୀ ପୋଲିସର ଜୁଲମ, ବଡଦାଣ୍ଡରେ ମହିଳାଙ୍କ ଦୀପକୁ ଗୋଇଠା ମାରି ଭାଙ୍ଗିଲେ
ପୁରୀ ପୋଲିସର ଜୁଲମ, ବଡଦାଣ୍ଡରେ ମହିଳାଙ୍କ ଦୀପକୁ ଗୋଇଠା ମାରି ଭାଙ୍ଗିଲେ

ଗତ ରବିବାର ପୋଲିସର ଏହି କାର୍ଯ୍ୟ ସେଠାରେ ଉପସ୍ଥିତ ଥିବା ଜଣେ ଲୋକ ମୋବାଇଲରେ ଉଠାଇ ସୋସିଆଲ ମିଡିଆରେ ଛାଡି ଦେଇଛି। ଏହି ଭିଡ଼ିଓ ଏବେ ଭାଇରାଲ ହେବା ପରେ ପୋଲିସ ଏଭଳି ଅମାନବୀୟ କାର୍ଯ୍ୟକୁ ସମସ୍ତେ ତୀବ୍ର ନିନ୍ଦା କରିଛନ୍ତି।

ପୋଲିସ କର୍ମଚାରୀ ମାସକୁ ମାସ ଦରମା ପାଉଥିବା ବେଳେ ସେମାନେ ରୋଜଗାର ନ ଥିବା ଲୋକଙ୍କ ଅସୁବିଧା କଣ ଜାଣିବେ ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି। ତେବେ ଏଭଳି କ୍ରୁର , ଅମାନବୀୟ ଆଚରଣ କରୁଥିବା ପୋଲିସ କର୍ମଚାରୀ ଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ପୋଲିସ ବିଭାଗ ନେବାକୁ ଦାବି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Oct 5, 2020, 12:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.