ETV Bharat / city

ପୁରୀ ପୋଲିସର ଦାଦାଗିରି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

author img

By

Published : Sep 20, 2020, 11:01 PM IST

ପୁରୀ ପୋଲିସର ଗୁଣ୍ଡାଗିରି ବ୍ୟବହାର ସବୁ ମହଲରେ କଡା ସମାଲୋଚନା କରଯାଇଛି। ଅଭିଯୋଗ ହୋଇ ଥିବା ବ୍ୟକ୍ତିକୁ ପୋଲିସ ଷ୍ଟେସନ ଆଣିବା ପାଇଁ ଯାଇଥିବା ପୋଲିସ ଘରେ ପଶି ଉକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ପୁରୀ ପୋଲିସର ଦାଦାଗିରି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ପୁରୀ ପୋଲିସର ଦାଦାଗିରି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ପୁରୀ: ସହରରେ ଅଭାବନୀୟ ଘଟଣା । ପୋଲିସର ଗୁଣ୍ଡାଗିରି ବ୍ୟବହାର ସୋସିଆଲ ମିଡିଆରେ ଭାଇରାଲ ହୋଇ ଥିବା ବେଳେ ସବୁ ମହଲରେ କଡା ସମାଲୋଚନା କରଯାଇଛି। ଯେଉଁଠି ପୋଲିସ ନାଗରିକଙ୍କ ସୁରକ୍ଷା ପାଇଁ ବନ୍ଧୁ ଭଳି ଆଚରଣ ପ୍ରଦର୍ଶନ ପାଇଁ କୁହାଯାଉଛି ସେଠି ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖା ଦେଇଛି । ଅଭିଯୋଗ ହୋଇ ଥିବା ବ୍ୟକ୍ତିକୁ ପୋଲିସ ଷ୍ଟେସନ ଆଣିବା ପାଇଁ ଯାଇଥିବା ପୋଲିସ ଘରେ ପଶି ଉକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ କରୁଥିବା ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି।

ସୂଚାଅନୁଯାୟୀ ପୁରୀ ସହରର ଚୁଡ଼ଙ୍ଗ ସାହି ରେ ରୁହନ୍ତି ଶ୍ରୀଧର ସେନାପତି ଓ ତାଙ୍କ ଭାଇ ଗଦାଧର ସେନାପତି। କିଛି ଜାଗା ବାଡ଼ି ବିବାଦ ଓ ଝଗଡା କୁ ନେଇ ଗଦାଧର ସେନାପତିଙ୍କ ପତ୍ନୀ ଶ୍ରୀଧର ସେନାପତି ଙ୍କ ନାମରେ ପୁରୀ ଟାଉନ ଥାନା ରେ ଅଭିଯୋଗ କରିଥିଲେ। ପରେ ପୋଲିସ ଏଏସଆଇ ଜିତେନ୍ଦ୍ର କୁମାର ଗୁମାନ ସିଂ ଓ କନେଷ୍ଟବଳ ରଞ୍ଜିତ କୁଲୁ ଅଭିଯୋଗ ହୋଇ ଥିବା ଶ୍ରୀଧର କୁ ପୋଲିସ ଷ୍ଟେସନ ଆଣିବାକୁ ତାଙ୍କ ଘର କୁ ଯାଇ ଥିଲେ। ତେବେ ଶ୍ରୀଧର କୁ ପୋଲିସ ଜୋର ଜବରଦସ୍ତ ଆଣିବା ପାଇଁ ଚେଷ୍ଟା କଲା ବେଳେ ତାଙ୍କ ନାବାଳିକା ଝିଅ ତାଙ୍କୁ ଛାଡି ନଥିଲା। ଆଉ ବାସ ତା ପରେ ଏଏସଆଇ ଜିତେନ୍ଦ୍ର ଗୁମାନ ସିଂ ମୁଣ୍ଡକୁ ପିତ ଚଢି ଯାଇଥିଲା। ପରେ ସେ ହିତାହିତ ଜ୍ଞାନ ହରାଇ ଶ୍ରୀଧରଙ୍କୁ ମାଡ଼ ମାରିବା ସହ ତାଙ୍କ ନାବାଳିକା ଝିଅକୁ ମଧ୍ୟ ମାଡ଼ ମାରି ଠେଲା ପେଲା କରିଥିଲେ। ତେବେ ଶ୍ରୀଧରଙ୍କ ପରିବାର ଲୋକଙ୍କ କହିବା କଥା ତାଙ୍କ ନାଁ ରେ ମିଛ ଅଭିଯୋଗ କରାଯାଇଛି।

ତେବେ ଜମି ବାଡି ବିବାଦ ଭଳି ଏକ ସାମାନ୍ୟ ଗଣ୍ଡ ଗୋଳକୁ ନେଇ ପୋଲିସ ଏତେ ତତ୍ପର ହୋଇ ଉଠିଲା ଯେ ଘରେ ପଶି ଅଭିଯୋଗ ହୋଇ ଥିବା ବ୍ୟକ୍ତି ଙ୍କ ସମେତ ତାଙ୍କ ନାବାଳିକା ଝିଅ କୁ ମାଡ଼ ମାରିବା କେତେ ଯୁକ୍ତି ଯୁକ୍ତ ପ୍ରଶ୍ନ ଉଠିଛି। ଜମିବାଡ଼ି ବିବାଦକୁ ନେଇ ହାର୍ଡକୋର କ୍ରିମନାଲ ଭଳି ଅଭିଯୁକ୍ତ କୁ ଧରିବା ଭଳି ନିରୀହ ଲୋକ ଙ୍କ ଉପରେ ପୋଲିସ ଦବଙ୍ଗ ଗିରି ଦେଖାଇବା କେତେ ଠିକ ସେ ନେଇ ପ୍ରଶ୍ନ ଉଠିଛି। ତେବେ ଏଭଳି ଅମାନବୀୟ ଆଚରଣ କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଥିବା ବିଭିନ୍ନ ମହଲରେରେ ଦାବି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.