ETV Bharat / city

ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର

ଆଜି ଠାରୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର । ସୋମବାର ଠାରୁ ନୂଆ କଟକଣାରେ ମନ୍ଦିର ଭିତରକୁ ପ୍ରବେଶ କରିବେ ଭକ୍ତ । ଅଧିକ ପଢନ୍ତୁ...

ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର
ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର
author img

By

Published : Sep 10, 2021, 9:39 AM IST

ପୁରୀ: ଆଜି ଠାରୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । ଆଜି ଗଣେଶ ପୂଜା ଥିବାରୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରହିବା ନେଇ ପ୍ରଶାସନ ତରଫରୁ ସୂଚନା ମିଳିଛି । ତେବେ ଏସଓପି ଅନୁଯାୟୀ ଶନିବାର ଓ ରବିବାର ମଧ୍ୟ ମନ୍ଦିର ବନ୍ଦ ରହିବ । ଲଗାତାର ୩ ଦିନ ମନ୍ଦିର ବନ୍ଦ ରହିବା ପରେ ପୁଣି ଭକ୍ତ ମାନେ ସୋମବାର ଠାରୁ ଭଗବାନକୁ ଦର୍ଶନ କରିବେ । ଏନେଇ ନୂଆ କଟକଣା ମଧ୍ୟ ଜାରି କରାଯିବ । ନୂଆ ଏସଓପି ଅନୁଯାୟୀ ଏଥର କେବଳ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ଓ ବାକି ୬ ଦିନ ଭଗବାନଙ୍କୁ ଦର୍ଶନ କରିପାରିବେ ଭକ୍ତ ।

ସେହିପରି ଆଜି ଶ୍ରୀମନ୍ଦିରରେ ଶ୍ରୀଗଜାନନଙ୍କ ପୂଜାର୍ଚ୍ଚନା ଅବସରରେ ମାଦଳା ପାଞ୍ଜି ମଧ୍ୟ ଆଜି ପୂଜା ହେବ । ବଟଗଣେଶଙ୍କ ନିକଟରେ ସ୍ବତନ୍ତ୍ର ପୂଜା ବିଧି ହୋଇ, ସନ୍ଧ୍ୟା ଧୂପ ଶେଷ ହେବା ପରେ ଶ୍ରୀଜିଉଙ୍କ ଶୀତଳଭୋଗ ଓ ବନ୍ଦାପନା ନୀତି ହେବ । ଏହାପରେ ମୁଳିଆ ସୁଆଁସିଆ ଦେଇଥିବା ଭଦ୍ରାସନରେ ମାଦଳାପାଞ୍ଜି ଲାଗି କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.