ETV Bharat / city

ସ୍ନାନଯାତ୍ରାରେ 144 ଧାରା ନିୟମ ମାନିବାକୁ ପୁରୀ ଜିଲ୍ଲାପାଳଙ୍କ ଅପିଲ

ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଲାଗୁ ହେବାକୁ ଥିବା 144 ଧାରାକୁ ପାଳନ କରିବାକୁ ଜନସାଧାରଣଙ୍କୁ ଅପିଲ କଲେ ପୁରୀ ଜିଲ୍ଲାପାଳ । ପୁରୀ ବାସିନ୍ଦା ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ବଲବନ୍ତ ସିଂହ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ସ୍ନାନଯାତ୍ରାରେ 144 ଧାରା ନିୟମ ମାନିବାକୁ ପୁରୀ ଜିଲ୍ଲାପାଳଙ୍କ ଅପିଲ
ସ୍ନାନଯାତ୍ରାରେ 144 ଧାରା ନିୟମ ମାନିବାକୁ ପୁରୀ ଜିଲ୍ଲାପାଳଙ୍କ ଅପିଲ
author img

By

Published : Jun 2, 2020, 6:32 PM IST

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଲାଗୁ ହେବ ଧାରା 144 । ଏନେଇ ଶ୍ରୀମନ୍ଦିର ନୀତି କମିଟି ବୈଠକରେ ନିଆଯାଇଛି ନିଷ୍ପତ୍ତି । ଏହି ନିୟମକୁ ମାନିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପୁରୀ ଜିଲ୍ଲାପାଳ ।

ସ୍ନାନଯାତ୍ରାରେ 144 ଧାରା ନିୟମ ମାନିବାକୁ ପୁରୀ ଜିଲ୍ଲାପାଳଙ୍କ ଅପିଲ

ସ୍ନାନଯାତ୍ରା ପୂର୍ବ ଦିନ ଅର୍ଥାତ 4 ତାରିଖ ରାତ୍ର 10ଟାରୁ 6 ତାରିଖ ଦିନ 2ଟା ଯାଏଁ ଧାରା 144 ବଳବତ୍ତର ରହିବା ନେଇ ସୂଚନା ଦିଆଯାଇଛି । ମାର୍କେଟ ଛକରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସବୁ ରାସ୍ତା ଓ ଗଳିକୁ ମଧ୍ୟ ସିଲ କରିଦିଆଯିବ । ତେବେ ପୁରୀ ବାସିନ୍ଦା ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ବଲବନ୍ତ ସିଂହ ନିବେଦନ କରିଛନ୍ତି ।

ଅନ୍ୟପକ୍ଷେ ଭକ୍ତ ଯେପରି ନିଜ ପ୍ରଭୁଙ୍କୁ ଘରେ ବସି ଭଲରେ ଦେଖିପାରିବେ, ଏନେଇ ସ୍ନାନଯାତ୍ରାର ସିଧାପ୍ରସାରଣ ବ୍ୟବସ୍ଥାର ଦାୟିତ୍ବ ମଧ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦିଆଯାଇଛି । ଏଣୁ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ଲୋକେ ଘରେ ବସି ଟିଭି ମାଧ୍ୟମରେ କରିପାରିବେ । କୋରୋନା ସଂକ୍ରମଣ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା ବଲବନ୍ତ ସିଂ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.