ETV Bharat / city

Cyclone Jawad: ସ୍ଥାନାନ୍ତରିତ ହେବେ ତଳିଆ ଅଞ୍ଚଳ ଲୋକ, ଭୟଭୀତ ନ ହେବାକୁ ପୁରୀବାସୀଙ୍କୁ ଅପିଲ୍‌

author img

By

Published : Dec 3, 2021, 7:23 PM IST

Updated : Dec 3, 2021, 8:07 PM IST

ମାଡି ଆସୁଛି ବାତ୍ୟା ଜୱାଦ( cyclone Jawad ) । ଆସନ୍ତା ୫ ତାରିଖରେ ଏହା ପୁରୀ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Cyclone Jawad Update : ବାତ୍ୟା ଜୱାଦ ନେଇ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ପୁରୀ: ପ୍ରଳୟଙ୍କରୀ ବାତ୍ୟା ଫନି ପରେ ପୁରୀ ଜିଲ୍ଲାବାସୀ ସମ୍ମୁଖୀନ ହେବାକୁ ଯାଉଛନ୍ତି ଆଉ ଏକ ବାତ୍ୟା । ଅବପାତର ରୂପ ନେଇଥିବା ଜୱାଦ ବାତ୍ୟାର ରୂପ ନେଇସାରିଛି । ଆସନ୍ତା ୫ ତାରିଖରେ ଏହା ପୁରୀ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । NDRF, ଓଡ୍ରାଫ ଓ ଅଗ୍ନିଶମ ବିଭାଗର ଟିମ ପହଞ୍ଚିସାରିଛନ୍ତି । ୮୮ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ରଖାଯାଇଛି । ସମ୍ଭାବ୍ୟ ବାତ୍ୟା ଜୱାଦ ପୁରୀକୁ ଅଧିକ ପ୍ରଭାବିତ କରିବାର ଆଶଙ୍କା ରହିଛି। ।

ଆଜି ରାତିରେ (ଶୁକ୍ରବାର) ପୁରୀ ପେଣ୍ଠକଟା ସମେତ ବିଭିନ୍ନ ତଳିଆ ଓ ସମୁଦ୍ରକୂଳିଆ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ବିଶେଷ କରି ଗର୍ଭବତୀ ମହିଳା,ବୃଦ୍ଧବୃଦ୍ଧାଙ୍କ ପ୍ରତି ଅଧିକ ନଜର ରଖାଯାଇଛି । ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ନିମନ୍ତେ ପରାମର୍ଶ ଦିଆଯାଇଛି । ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି । SRCଙ୍କ ନିର୍ଦ୍ଦେଶ ଅନୁସାରେ NDRF ଓ ଓଡ୍ରାଫ ଟିମକୁ ମୁତୟନ କରାଯିବ। ବାତ୍ୟା ଜୱାଦ ପ୍ରଭାବରେ ପ୍ରବଳ ବର୍ଷା ହେବା ଆଶଙ୍କା ଥିବାରୁ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଓ ସଠିକ କ୍ଷୟକ୍ଷତିର ଆକଳନ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି ।

ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇ ରହିଛି । ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଜରୁରୀକାଳୀନ ସେବା ଯେପରି ଅବ୍ୟାହତ ରହିବ ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ।

ଆସନ୍ନା ପ୍ରସବା ମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବ । ବୟସ୍କ ବ୍ୟକ୍ତି ଓ ଶିଶୁ ମାନଙ୍କ ସ୍ବାସ୍ଥ୍ଯ ଓ ଯତ୍ନ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି । ଗୃହପାଳିତ ପଶୁ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବ । ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ରକୂଳରେ ଲାଇଫଗାର୍ଡ ମୁତୟନ କରାଯାଇଛି । ସୁରକ୍ଷିତ ଭାବେ ସମସ୍ତ ଡ଼ଙ୍ଗା କୂଳକୁ ଫେରିଆସିଛି । ତେବେ ଭୟଭୀତ ନ ହୋଇ ପୁରୀ ଜିଲ୍ଲାବାସୀ ଧୈର୍ଯ୍ୟ ଓ ସାହସର ସହିତ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Dec 3, 2021, 8:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.