ପୁରୀ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। ସେବାୟତଙ୍କ ସହଯୋଗରୁ ଓ ମହାପ୍ରଭୁଙ୍କ ଆଶୀର୍ବା ରୁ ସବୁକିଛି ଭଲରେ ସମ୍ପନ୍ନ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲଲ୍ଲାପାଳ ଓ ପୋଲିସ ଡିଜି କହିଛନ୍ତି।
ତେବେ କଟକଣା ମାନି ସହଯୋଗ କରିଥିବାରୁ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ପୋଲିସ ଡିଜି । ଅନ୍ୟପଟେ ମହାପ୍ରଭୁଙ୍କ ସୁନା ବେଶ ମଧ୍ୟ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି।
ସେହିପରି ପୁରୀରେ ବାହୁଡ଼ା ଓ ସୁନା ବେଶକୁ ନେଇ ହୋଇଥିବା କଟକଣା କୋହଳ ହେବ । କେବଳ ଶ୍ରୀମନ୍ଦିର ଚାରିପାଖରେ କର୍ଫ୍ୟୁ ରହିବ। ବୁଧବାର ସକାଳ 6 ଟାରୁ ଏହି ନିୟମ ଲାଗୁ ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ସେପଟେ ପୋଲିସ ଡିଜି ଅଭୟ ପୁରୀ ସହର ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସୁନାବେଶ ସମେତ ଅନ୍ୟ ସମସ୍ତ ନୀତି ଶୃଙ୍ଖଳାରେ ଶେଷ ହେବ ବୋଲି ସେ ଆଶା ରଖିଛନ୍ତି।
ପୁରୀରୁ ଶକ୍ତି ପ୍ରଶାଦ ମିଶ୍ର, ଇଟିଭି ଭାରତ