ETV Bharat / city

ରଥ ନିର୍ମାଣରେ ଲାଗିଥିବା ସେବାୟତଙ୍କ ସ୍ବାବ ସଂଗ୍ରହ

author img

By

Published : May 13, 2020, 6:25 PM IST

ରଥ ନିର୍ମାଣରେ ଲାଗିଥିବା ସମସ୍ତ ସେବାୟତଙ୍କ ସ୍ବାବ ସଂଗ୍ରହ ଆରମ୍ଭ । ଦୁଇରୁ ତିନି ଦିନ ମଧ୍ୟରେ ଆସିବ କୋଭିଡ ଟେଷ୍ଟ ରିପୋର୍ଟ । ଅଧିକ ପଢନ୍ତୁ...

Puri district admin starts swab sample collection from chariot makers
ରଥ ନିର୍ମାଣରେ ଲାଗିଥିବା ସେବାୟତଙ୍କ ସ୍ବାବ ସଂଗ୍ରହ

ପୁରୀ: ରଥ ନିର୍ମାଣରେ ଲାଗିଥିବା ସମସ୍ତ ବର୍ଗର ସେବାୟତଙ୍କ ଠାରୁ ବୁଧବାର କୋଭିଡ ଟେଷ୍ଟ ପାଇଁ ସ୍ବାବ ସଂଗ୍ରହ ଆରମ୍ଭ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ଗୃହକୁ ସାନିଟାଇଜ କରାଯାଇ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ସ୍ବତନ୍ତ୍ର ଡାକ୍ତର ଟିମ ଏହି ସ୍ବାବ ସଂଗ୍ରହ କାର୍ଯ୍ୟ କରୁଛନ୍ତି । ତେବେ ଦୁଇରୁ ତିନି ଦିନ ଭିତରେ ଏହି କୋଭିଡ ଟେଷ୍ଟ ରିପୋର୍ଟ ଆସିବ । ତେବେ 180 ଜଣ ସେବାୟତଙ୍କ ସ୍ବାବ ଟେଷ୍ଟ ପାଇଁ ସଂଗ୍ରହ କରାଯାଉଛି ।

ରଥ ନିର୍ମାଣରେ ଲଗିଥିବା ବିଶ୍ବକର୍ମା ମହାରଣା, ରୂପକାର, ଭୋଇ ସେବକ ,କରତି ସେବକଙ୍କ ସ୍ବାବ ସଂଗ୍ରହ କରାଯାଉଛି । ଦିନକୁ 60ଟି ସ୍ବାବ ସଂଗ୍ରହ ସହ 3 ଦିନରେ ସମସ୍ତ ସ୍ବାବ ସଂଗ୍ରହ ପାଇଁ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ରଥ ନିର୍ମାଣରେ ଲାଗିଥିବା ସେବକଙ୍କ କୋଭିଡ ଟେଷ୍ଟ କରାଯାଉଛି । ଆଗାମୀ ଦିନରେ ସ୍ନାନ ଯାତ୍ରା ଓ ରଥଯାତ୍ରା ଥୁବାରୁ ଏହାକୁ ଦୃଷ୍ଟିରେ ରଖି ସତର୍କତା ସ୍ବରୂପ ଏହି ଟେଷ୍ଟ ହେଉଛି । ତେବେ ପରବର୍ତ୍ତି ସମୟରେ ଦଇତାପତି ଓ ଅନ୍ୟ ସେବକଙ୍କ କୋଭିଡ ଟେଷ୍ଟ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଏହି କାର୍ଯ୍ୟକ୍ରମକୁ ସେବାୟତ ମାନେ ସ୍ବାଗତ କରିଥିବା ବେଳେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.