ETV Bharat / city

ଖୋଲିଲାଣି ତାଲା, ପୁରୀରେ ଖୋଲୁନି ଜୀବିକା

author img

By

Published : Sep 29, 2020, 5:44 PM IST

କୋରୋନା ପାଇଁ କାଳିଆ ପାଖକୁ ଗଡୁନି ଟ୍ରେନ। ରାଜ୍ୟ ବାହରୁ ଆସି ପାରୁ ନାହାଁନ୍ତି ପର୍ଯ୍ୟଟକ। ଯେଉଁଥି ପାଇଁ ପୁରୀ ବ୍ୟବସାୟୀଙ୍କ ବ୍ୟବସାୟ ଠପ୍। ଲକଡାଉନ ଓ ସଟଡାଉନ ପରେ ଦୋକାନରୁ ସଟର ଉଠିଥିଲେ ବି ଆସୁନାହାଁନ୍ତି ଗ୍ରାହକ। ଯାହାଫଳରେ କ୍ଷତିରେ ଚାଲିଛି ବିଭିନ୍ନ ହୋଟେଲ ଓ ଲଜ୍। ଅଧିକ ଖବର ପଢନ୍ତୁ...

ଖୋଲିଲାଣି ତାଲା, ହେଲେ ପୁରୀରେ ଖୋଲୁନି ଜୀବିକା

ପୁରୀ: ଲକ ଡାଉନ କଟକଣା ହଟିଛି। ଅନଲକ ପର୍ଯ୍ୟାୟ ରେ ଅନେକ କଟକଣା କୋହଳ ହୋଇଛି ଓ ହୋଟେଲ ଗୁଡିକ ମଧ୍ୟ ଖୋଲି ସାରିଛି। ଓଡିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପୁରୀ ସହରକୁ ପର୍ଯ୍ୟଟକଙ୍କ ପ୍ରବେଶ କଟକଣା ହଟିବା ପରେ ପର୍ଯ୍ୟଟକ ମାନେ ପୁରୀ ଭ୍ରମଣ ରେ ମଧ୍ୟ ଆସୁଛନ୍ତି। ତେବେ ମୁଖ୍ୟତ ଶ୍ରୀମନ୍ଦିର ବନ୍ଦ,ପୁରୀକୁ ଟ୍ରେନ ଚଳାଚଳ ବନ୍ଦ ଏବଂ କୋଭିଡ ସଂକ୍ରମଣ ଭୟ ଯୋଗୁ ରାଜ୍ୟ ବାହାରୁ କିନ୍ତୁ ପୁରୀକୁ ପର୍ଯ୍ୟଟକ ଆସୁ ନାହାଁନ୍ତି।

ଫଳରେ ଅନଲକ ପରେ ହୋଟେଲ ବ୍ୟବସାୟ ଭଲ ଚାଲିବା ଆଶା ରଖିଥିବା ପୁରୀ ର ହୋଟେଲ ବ୍ୟବସାୟୀ ଏବେ ନିରାଶ ହୋଇଛନ୍ତି। ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ହୋଟେଲ ଖୋଲି ଥିବା ବେଳେ ଆସୁଥିବା ପର୍ଯ୍ୟଟକଙ୍କୁ କୋଭିଡରୁ ସୁରକ୍ଷା ପାଇଁ ନିୟମିତ ସାନିଟାଇଜ ସମେତ କିଭଳି ସାମାଜିକ ଦୂରତ୍ୱ ରଖିହେବ ସେ ନେଇ ହୋଟେଲ ରେ ବ୍ୟାପକ ବ୍ୟବସ୍ଥା ହୋଇଛି। ତେବେ ପୁରୀ କୁ ଟ୍ରେନ୍ ଚଳାଚଳ ବନ୍ଦ ଥିବା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସୁ ନାହାନ୍ତି।

ଖୋଲିଲାଣି ତାଲା, ପୁରୀରେ ଖୋଲୁନି ଜୀବିକା

ପୁରୀ ହୋଟେଲ ବ୍ୟବସାୟ ମୁଖ୍ୟତଃ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ଅଧିକ ନିର୍ଭରଶୀଳ ଥିବା ବେଳେ ଏଥି ପାଇଁ ଭଲ ବ୍ୟବସାୟ ହୋଇ ଥାଏ।ତେବେ ପର୍ଯ୍ୟଟକଙ୍କ ଆଗମନ କମ ହେତୁ ହୋଟେଲ ଗୁଡିକ ରେ 50 ପ୍ରତିଶତ କର୍ମଚାରୀ ଙ୍କୁ ନେଇ କାର୍ଯ୍ୟ ଚାଲିଛି। ଲାକ ଡାଉନ ରେ ଦୀର୍ଘ ଦିନ ହେବ ହୋଟେଲ ବନ୍ଦ ଯୋଗୁ ପୁରୀ ରେ ହୋଟେଲ ବ୍ୟବସାୟୀ ବିପୁଳ କ୍ଷତି ସହିଛନ୍ତି। କର୍ମଚାରୀ ଙ୍କ ଦରମା , ହୋଟେଲ ର ରକ୍ଷଣା ବେକ୍ଷଣ ଆଦି କରିବା ବହୁତ କଷ୍ଟକର ହୋଇ ପଡିଛି।

ଅନ୍ୟପଟେ ପୁରୀ ରେ ଛୋଟ ବଡ଼ ହୋଟେଲ ଓ ଲଜ ମିଶି 800 ଥିବା ବେଳେ ହଜାର ହଜାର ଲୋକ ଚାକିରୀ କରି ଘର ପ୍ରତିପୋଷଣ କରନ୍ତି। ଲକ ଡାଉନ ଅନେକ ହୋଟେଲ ର କର୍ମଚାରୀ ଘରେ ବିନା ଦରମା ରେ ଥିବା ବେଳେ ହୋଟେଲ ଖୋଲିବା ପରେ ନିଜର ଜୀବନ ଜୀବିକା କୁ ନେଇ ଆଶ୍ବସ୍ତ ହୋଇ ଛନ୍ତି। ବିନା ରୋଜଗାର ରେ ଘରେ ପିଲା ଛୁଆ ଙ୍କ ସମେତ ଦୈନିକ ଖର୍ଚ୍ଚ , ଘରଭଡା , ବୟସ୍କ ଲୋକ ଙ୍କ ଔଷଧ ଖର୍ଚ୍ଚ ପାଇଁ ବେଶ ଅସୁବିଧା ରେ ଥିଲେ ହୋଟେଲ କର୍ମଚାରୀ ମାନେ। ତେବେ କିଛି ହୋଟେଲ ମାଲିକ କିନ୍ତୁ ମାନବିକତା ଦେଖାଇ ନିଜ କର୍ମଚାରୀ ଙ୍କୁ ଲାକ ଡାଉନ ସମୟ ରେ ଦରମା ଦେଇ ରଖିଥିଲେ। ତେବେ ହୋଟେଲ ଶିଳ୍ପ ନ ଚାଲିଲେ ଅଗାମୀ ଦିନରେ କିଭଳି ଏହି କର୍ମଚାରୀ ଙ୍କୁ ଦରମା ଦେବେ ସେ ନେଇ ଆଶା ଆଶଙ୍କା ରେ ଅଛନ୍ତି ହୋଟେଲ ବ୍ୟବସାୟି।

ପୁରୀ କୁ ବିଶେଷ ଭାବେ ଆସୁଥିବା ପର୍ଯ୍ୟଟକ ଙ୍କ ଆଗମନ ଉପରେ ରୋଜଗାର ନିର୍ଭର କରେ ଫୋଟୋ ଗ୍ରାଫି କରି ଜୀବିକା ନିର୍ବାହ କରୁଥିବା ଲୋକ ଙ୍କ ର। ପୁରୀ କୁ ପର୍ଯ୍ୟଟକ ଆସିଲେ ମୁଖ୍ୟତ ସି ବିଚ ଆସି ସମୁଦ୍ର ସ୍ନାନ କରିଥାନ୍ତି। ଆଉ ଏହି ସମୟ ସି ବିଚ ରେ ଥିବା 650 ରୁ ଅଧିକ ଫୋଟୋ ଗ୍ରାଫର ପର୍ଯ୍ୟଟକ ଙ୍କ ଫୋଟୋ ଉଠାଇ ଯାହା କିଛି ରୋଜଗାର ହୁଏ ଘର ଚଳାନ୍ତି। ଲକ ଡାଉନ ରେ ସମ୍ପୂର୍ଣ୍ଣ ରୋଜଗାର ହରେଇ ଦୁର୍ଦ୍ଦଶା ରେ ଦିନ କାଟୁଥିବା ଫୋଟୋ ଗ୍ରାଫର ମାନେ ଅନଲକ ରେ ପୁରୀ କୁ ପର୍ଯ୍ୟଟକ ଆସିବେ ବୋଲି ଭାବି ବେଶ ଖୁସି ହୋଇ ଥିଲେ। ହେଲେ ଶ୍ରୀମନ୍ଦିର ରେ ଭକ୍ତ ଙ୍କ ପ୍ରବେଶ କଟକଣା , ଟ୍ରେନ ଚଳାଚଳ ବନ୍ଦ ସମେତ କୋଭିଡ ସଂକ୍ରମଣ ଭୟ ଯୋଗୁ ପୁରୀ କୁ ପର୍ଯ୍ୟଟକ ଆସୁନାହାନ୍ତି। ଫଳରେ ଅଳ୍ପ ପର୍ଯ୍ୟଟକ ଆସୁଥିବା ବେଳେ ସ୍ୱଳ୍ପ ରୋଜଗାର ରେ ପରିବାର କିଭଳି ଚାଲିବ ସେ ନେଇ ଚିନ୍ତାରେ ଫୋଟୋ ଗ୍ରାଫର । ଅନ୍ୟପଟେ କୋଭିଡ ମହାମରି ଯୋଗୁ ପୁରୀ କୁ ପର୍ଯ୍ୟଟକ ଙ୍କ ଆଗମନ ନେଇ ପ୍ରଭାବ ପଡି ଥିବା ବେଳେ ଆଗାମୀ 2 ରୁ 3 ମାସ ଭିତରେ ପରିସ୍ଥିତି ସୁଧୁରିବା ନେଇ ଆଶା ରଖିଛି ଜିଲା ପର୍ଯ୍ୟଟନ ବିଭାଗ।

ଓଡିଶା ପର୍ଯ୍ୟଟ ବିଭାଗ ର ଏକ ସୂଚନା ଅନୁଯାୟୀ ଓଡ଼ିଶା କୁ 2019 -20 ତଥା 2020 ମାର୍ଚ୍ଚ ପର୍ଯ୍ୟନ୍ତ ଓଡିଶା ବାହାରୁ 60ଲକ୍ଷ14ହଜାର671 ଜଣ ଦେଶ ଭିତରୁ ବିଭିନ୍ନ ରାଜ୍ୟର ପର୍ଯ୍ୟଟକ ଆସିଥିବା ବେଳେ ବିଦେଶୀ ପର୍ଯ୍ୟଟକ ଏକ ଲକ୍ଷ 567 ଜଣ ଓଡିଶା କୁ ଭ୍ରମଣ ରେ ଆସିଛନ୍ତି। ତେବେ ଏହି ପର୍ଯ୍ୟଟକଙ୍କ ଭିତରୁ ପ୍ରାୟ 95 ପ୍ରତିଶତ ପୁରୀ ବୁଲିବାକୁ ଆସିଥାନ୍ତି। ତେବେ ଲକ ଡାଉନ ଲାଗୁ ପରେ ପର୍ଯ୍ୟଟକ ଙ୍କ ଆଗମନ କଟକଣା ଯୋଗୁ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ ପୁରୀ ରେ ଆର୍ଥିକ ସ୍ଥିତି ବେଶ ଖରାପ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.