ETV Bharat / city

ସ୍କୁଲ ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ, ଶୈକ୍ଷିକ ବାତାବରଣ ଓ ଆନୁଷଙ୍ଗିକ ବ୍ୟବସ୍ଥାର କଲେ ସମୀକ୍ଷା

author img

By

Published : Nov 23, 2020, 9:04 AM IST

ଉଚ୍ଚବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ଶିକ୍ଷା ଓ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ସଂପର୍କରେ ଜିଲ୍ଲାପାଳ ବଲୱନ୍ତ ସିଂ ସମୀକ୍ଷା କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ଓ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ବିକାଶ ନିମନ୍ତେ ଖେଳପଡିଆ ଉନ୍ନତିକରଣ ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ଅଧିକ ପଢନ୍ତୁ...

ପୁରୀ ଜିଲ୍ଲାପାଳ ବିଭିନ୍ନ ସ୍କୁଲ ପରିଦର୍ଶନ କରି ଶୈକ୍ଷିକ ବାତାବରଣ ଓ ଆନୁଷଙ୍ଗିକ ବ୍ୟବସ୍ଥାର କଲେ ସମୀକ୍ଷା

ପୁରୀ: ଉଚ୍ଚବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ଶିକ୍ଷା ଓ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ସଂପର୍କରେ ଜିଲ୍ଲାପାଳ ବଲୱନ୍ତ ସିଂ ସମୀକ୍ଷା କରିଛନ୍ତି । ଏହି ମର୍ମରେ ଜିଲ୍ଲାପାଳ ରବିବାର ଜିଲ୍ଲା ସ୍କୁଲ, ବିଶ୍ବମ୍ଭର ବିଦ୍ୟାପୀଠ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଭୋଳାନାଥ ବିଦ୍ୟାପୀଠ ଓ ବଳଗଣ୍ଡି ହାଇସ୍କୁଲ ପରିଦର୍ଶନ କରିଛନ୍ତି । ସ୍କୁଲ ଗୁଡିକରେ ଶ୍ରେଣୀଗୃହ, ଖେଳପଡିଆ, ପାଠାଗାର, ପରୀକ୍ଷାଗାର ସଂପର୍କରେ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ଓ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ବିକାଶ ନିମନ୍ତେ ଖେଳପଡିଆ ଉନ୍ନତିକରଣ ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି ।

ଖେଳପଡିଆରେ ଯେପରି ପାଣି ନ ଜମେ ଏଥିପାଇଁ ମାଟିପକାଇ ସମତୁଲ କରିବାକୁ ପୂର୍ତ୍ତବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବହୁଦିନ ବ୍ୟବଧାନ କାରଣରୁ ସ୍କୁଲ ଖୋଲିବା ସମୟରେ ପିଲାମାନଙ୍କ ମନରେ ସକରାତ୍ମକ ଭାବନା ଆଣିବା ନିମନ୍ତେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଅନାଧିକାର ପ୍ରବେଶ ଏବଂ ଅସାମାଜିକ କାର୍ଯ୍ୟକଳାପ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲା ସ୍କୁଲ ପାଚେରୀ ନିର୍ମାଣ ମରାମତି କରାଯିବା ସହ ଅବରୋଧ ହଟାଯିବ । ସରାକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଆହୁରି ୪୦୦ ସାଇକେଲ ରଖିବା ବ୍ୟବସ୍ଥା, ବିଶ୍ବମ୍ଭର ବିଦ୍ୟାପୀଠରେ ୩୦ ଶୌଚାଳୟ କାମ ଆସନ୍ତା ଡିସେମ୍ବର ସୁଦ୍ଧା ଏବଂ ଖେଳପଡିଆ ଉନ୍ନୟନ କାମ ଆସନ୍ତା ଜାନୁୟାରୀ ୨୬ ସୁଦ୍ଧା କାମ ଶେଷ ହେବ । ବିଦ୍ୟାଳୟର ଉନ୍ନୟନ ନିମନ୍ତେ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରି ମତାମତ ନେଇଥିଲେ । ଏହି ଅବସରରେ ସମଗ୍ର ଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.