ପୁରୀ: ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ଆସନ୍ତାକାଲି ହେବ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି । ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ କାର୍ଯ୍ୟ । ବର୍ତ୍ତମାନ ପର୍ଯ୍ୟନ୍ତ ତିନିରଥର ସରିଛି ଭୂଇଁ କାର୍ଯ୍ୟ ।
ମହାପ୍ରଭୁଙ୍କ ଘୋଷ ଯାତ୍ରା ପାଇଁ ତିନି ରଥ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି। ଦେବସ୍ନାନ ପୂର୍ଣ୍ଣିମାରେ ଚାରି ନାହାକା ଉଠିବା କଣ୍ଟ ଥିବା ବେଳେ ଏହା ସରି ଚଉଦ ନାହାକା କାର୍ଯ୍ୟ ସରିଯାଇଛି। ତିନି ରଥରେ ତୃତୀୟ ଭୁଇଁ ଚାରି କାଠ ଉଠି ସରିଛି। ଏହା ପରେ ଢମକ, ବଡ଼ ପୋଟଳ ଉଠିବା କାର୍ଯ୍ୟ ନେଇ ପ୍ରସ୍ତୁତି ଚାଲିଛି। କଳସ, ଚାରି ଦୁଆର ଆଦି କାର୍ଯ୍ୟ ରଥ ଖୋଳାରେ ନିର୍ମାଣ ଚାଲିଛି।
ଲଘୁଚାପ ବର୍ଷା ସତ୍ତ୍ବେ ପ୍ରବଳ ବର୍ଷାକୁ ଖାତିର ନ କରି ରଥ ନିର୍ମାଣରେ ଲାଗି ପଡିଛନ୍ତି ରଥ ନିର୍ମାଣ ସେବକମାନେ । ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା କୋରୋନା କଟକଣା ମଧ୍ୟରେ ପାଳନ କରାଯିବ । ଆସନ୍ତା ଜୁଲାଇ 12 ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ