ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଅଲାରନାଥ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପର୍ଯ୍ୟାୟ କ୍ରମେ ଏହାର ନକ୍ସା ପ୍ରସ୍ତୁତିକୁ ଶେଷ ରୁପ ଦେବା ପାଇଁ ଆଜି ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତ ବିଭାଗ ମୁଖ୍ୟ ଶାସନ ସଚିବ(Works Department Secretary Visits Alarnath Temple) ଭିର ବିକ୍ରମ ଯାଦବ ଓ ଓବିସିସି ଏମଡି ଜୟ ନାରାୟଣ ଦାସ ଅଲାରନାଥଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ସେଠିକାର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନେଇ ସେବାୟତଙ୍କ ସହ ଆଲୋଚନା କରିଥିଲେ ।
ଯଥା ସମ୍ଭବ 5T ମୁଖ୍ୟ ସଚିବ ଭି.କେ ପାଣ୍ଡିଆନଙ୍କ ନିର୍ଦ୍ଦେଶ ଅନୁସାରେ ଅଲାରନାଥଙ୍କ ପୀଠରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରିବା ପାଇଁ କ୍ଷେତ୍ର ପରିଦର୍ଶନ କରିଥିଲେ । ମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ 2ଟି ରାସ୍ତା ବୁଲି ଦେଖିବା ପରେ ପାର୍କିଂ ସ୍ଥାନ ଦେଖିଥିଲେ । ସ୍ଥାନୀୟ ତହସିଲଦାର କାହ୍ନୁ ଚରଣ ଘଡେଇ ଉପସ୍ଥିତ ରହି ସ୍ଥାନ ଦେଖାଇଥିଲେ । ମନ୍ଦିର ପରିଚାଳନା କମିଟି ଏବଂ ସେବାୟତ ମାନଙ୍କ ସହିତ ଆଲୋଚନା କରି ଫେରିଥିଲେ ପୂର୍ତ୍ତ ବିଭାଗ ମୁଖ୍ୟ ଶାସନ ସଚିବ ।
ଇଟିଭି ଭାରତ, ବ୍ରହ୍ମଗିରି