ETV Bharat / city

ପୁରୀରେ ସମ୍ପୂର୍ଣ୍ଣ ମଦ ବିକ୍ରି ନିଷେଧ ଦାବିରେ ଜନ ସତ୍ୟାଗ୍ରହ ଯାତ୍ରା - Puri city

ମଦ ବିକ୍ରି ନିଷେଧ ନେଇ ଜୋର ଧରିଛି ଆନ୍ଦୋଳନ । ମଦ ବିକ୍ରି ଯୋଗୁଁ ଶ୍ରୀକ୍ଷେତ୍ର ଭଳି ସହରରେ ଗରିମା ନଷ୍ଟ ହେଉଥିବା ନେଇ ଅଭିଯୋଗ କରିଛି ଓଡିଶା ପୂଜ୍ୟ ପୂଜା ସାଂସଦ ସଙ୍ଗଠନ । ଅଧିକ ପଢନ୍ତୁ...

ପୁରୀରେ ସମ୍ପୂର୍ଣ୍ଣ ମଦ ବିକ୍ରି ନିଷିଦ୍ଧ ଦାବିରେ ଜନ ସତ୍ୟଗ୍ରହ ଯାତ୍ରା

author img

By

Published : Oct 2, 2021, 10:09 PM IST

ପୁରୀ: ସହରରେ ସମ୍ପୂର୍ଣ୍ଣ ମଦ ବିକ୍ରି ନିଷେଧ ନେଇ ଜୋର ଧରିଛି ତାତି । ତେବେ ଦେଶ ସ୍ଵାଧୀନ ହେଲେ ପ୍ରଥମେ ନିଶା ନିବାରଣ ଆଇନ ଲାଗୁ ନେଇ ମହାତ୍ମା ଗାନ୍ଧୀଙ୍କ ନିଷ୍ପତ୍ତି ଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଏଯାବତ ଏହା ଲାଗୁ ହୋଇ ପାରିଲା ନାହିଁ ।

ସେହିପରି ପୁରୀ ଭଳି ଏକ ଆଧ୍ୟାତ୍ମିକ ନଗରୀରେ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷେଧ କରିବାକୁ ଦାବି କରିଛି ଓଡିଶା ପୂଜ୍ୟ ପୂଜା ସାଂସଦ । ଏହି ଦାବି ନେଇ ଆଜି (ଶନିବାର) ପୁରୀ ଡେଲାଙ୍ଗର ଗାନ୍ଧି ସ୍ମୃତିପୀଠ ବେରବୋଇରୁ ପୁରୀ ଗାନ୍ଧୀ ସ୍ମୃତି ପୀଠ ଯାଏଁ ଏକ ଜନ ସତ୍ୟାଗ୍ରହ ଯାତ୍ରା ଅନୁଷ୍ଠିତ ହୋଇଛି । ପୂଜ୍ୟ ପୂଜା ସାଂସଦ ପକ୍ଷରୁ କୁହାଯାଇଛି ମହାପ୍ରଭୁଙ୍କ ସ୍ଥାନରେ ପୁରୀ ଜିଲ୍ଲା ପ୍ରଶାସନ ମଦ ବିକ୍ରିକୁ ସହଯୋଗ କରୁଛି ।

ପୁରୀରେ ସମ୍ପୂର୍ଣ୍ଣ ମଦ ବିକ୍ରି ନିଷିଦ୍ଧ ଦାବିରେ ଜନ ସତ୍ୟଗ୍ରହ ଯାତ୍ରା

ଯାହାକି ସମୁଦ୍ରକୂଳ ଓ ସ୍ବର୍ଗଦ୍ବାର ଭଳି ପବିତ୍ର ଅଞ୍ଚଳରେ ମଦ ଦୋକାନ ଖୋଲିବା ନେଇ ପ୍ରଶାସନ ଟେଣ୍ଡର କରିଥିଲା । ହେଲେ ଏହାକୁ ବିରୋଧ ପରେ ସାମୟିକ ସମୟ ପାଇଁ ମଦ ଦୋକାନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ତେବେ ପୁରୀରେ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବା ଦାବିରେ ଜନ ସତ୍ୟାଗ୍ରହ ଯାତ୍ରା ଆରମ୍ଭ ହୋଇଥିବା ବେଳେ ପୁରୀ ସହରରେ ମଦ ବିକ୍ରି ବନ୍ଦ ନହେଲେ ଆଗାମୀ ଦିନରେ ଏନେଇ ସଙ୍ଗଠନ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.