ETV Bharat / city

President Visit: ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କଲେ, ବାନାବନ୍ଧା ଦୃଶ୍ୟ ଦେଖି ଭାବବିହ୍ବଳ ହେଲେ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ବଳ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାପାଙ୍କ ଦସ୍ତଖତ ଦେଖାଇଲେ କୌଳିକ ପଣ୍ଡା । ଅଧିକ ପଢନ୍ତୁ

author img

By

Published : Feb 19, 2022, 5:43 PM IST

Updated : Feb 19, 2022, 8:07 PM IST

President Visit: ସସ୍ତ୍ରୀକ ମହାପ୍ରଭୁଙ୍କ ଦର୍ଶନ କଲେ, ବାନାବନ୍ଧା ଦୃଶ୍ୟ ଦେଖି ଭାବବିହ୍ବଳ ହେଲେ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ରାଜଭବନରୁ କଡା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସସ୍ତ୍ରୀକ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରାଷ୍ଟ୍ରମତିଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ବାଗତ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇ ରାଷ୍ଟ୍ରପତି ଭାବବିହ୍ଵଳ ହୋଇପଡିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି । ଏଥିସହ ମା' ମହାଲକ୍ଷ୍ମୀ ଓ ମା' ବିମଳାଙ୍କୁ ମଧ୍ୟ ଦର୍ଶନ କରିଛନ୍ତି ।

ଏଥର ମଧ୍ୟ ନୀଳଚକ୍ର ଉପରେ ରାଷ୍ଟ୍ରପତିଙ୍କ ନାମରେ ବାନା ବନ୍ଧାଯାଇଛି । ରାଷ୍ଟ୍ରପତି ଏହି ଦୃଶ୍ୟ ଦେଖି ଖୁସିବ୍ୟକ୍ତ କରିଥିବା କୌଳିକ ପଣ୍ଡା କହିଛନ୍ତି । ଏହି ସମୟରେ କୌଳିକ ପଣ୍ଡା ରାଷ୍ଟ୍ରପତିଙ୍କୁ ତାଙ୍କ ବାପାଙ୍କ ଦସ୍ତଖତ ଦେଖାଇଥିଲେ । ଦସ୍ତଖତ ଦେଖି ଅଭିଭୂତ ହୋଇ ପଡିଥିଲେ ରାଷ୍ଟ୍ରପତି । ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ପ୍ରତିକୃତି ଥିବା ଫଳକ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- President Visit: କଡା ସୁରକ୍ଷା ମଧ୍ୟରେ ରାଜଭବନରେ ପହଞ୍ଚିଲେ ରାଷ୍ଟ୍ରପତି

ଅନ୍ୟପଟେ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ମଧ୍ୟ ରାଷ୍ଟ୍ରପତିଙ୍କ ପାଇଁ ଆଉ ଏକ ବାନା ବାନ୍ଧିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି(ଶନିବାର) ଅପରାହ୍ନ ୩.୧୦ରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି, ପତ୍ନୀ ସବିତା କୋବିନ୍ଦ ଓ ପରିବାରବର୍ଗଙ୍କ ସହ ତାଳବଣିଆ ହେଲିପ୍ୟାଡ, ପରେ କାରକେଡ ଯୋଗେ ରାଜ୍ୟପାଳ ଭବନରେ ପହଞ୍ଚିଥିଲେ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ସିଂହଦ୍ଵାର ଅଭିମୁଖେ ବାହାରି ଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଛତିଶା ନିଯୋଗ ମହାନାୟକ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ଆଜି ଆସୁଛନ୍ତି ରାଷ୍ଟ୍ରପତି: ଅପେକ୍ଷାରେ ରାଜଭବନ, ସୁରକ୍ଷା ବ୍ୟବସ୍ଥା କଡାକଡି

ବିଶ୍ଵକଲ୍ୟାଣ ପାଇଁ ରାଷ୍ଟ୍ରପତି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଦର୍ଶନ ପରେ ସେ ରାଜଭବନ ଅଭିମୁଖେ ଯାଇ ଆଜି ରାତିରେ ସେଠାରେ ଅବସ୍ଥାପନ କରିବେ । ଆସନ୍ତାକାଲି ଶ୍ରୀଚୈତନ୍ୟ ଗୌଡୀୟ ମଠର ଏକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 19, 2022, 8:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.