ETV Bharat / city

Municipal Election:ପୁରୀ ପ୍ରଶାସନର ନିର୍ବାଚନକୁ ନେଇ ପ୍ରସ୍ତୁତି ବୈଠକ

author img

By

Published : Mar 8, 2022, 10:43 PM IST

ପୁରୀ ଜିଲ୍ଲାର ନିମାପଡା, ପିପିଲି ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳରେ ନିର୍ବାଚନ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

Municipal Election:ପୁରୀ ପ୍ରଶାସନର ନିର୍ବାଚନକୁ ନେଇ ପ୍ରସ୍ତୁତି ବୈଠକ
Municipal Election:ପୁରୀ ପ୍ରଶାସନର ନିର୍ବାଚନକୁ ନେଇ ପ୍ରସ୍ତୁତି ବୈଠକ

ପୁରୀ: ପୁରୀ ଜିଲ୍ଲାର ନିମାପଡା, ପିପିଲି ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳରେ ନିର୍ବାଚନ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୨୪ ତାରିଖରେ ମତଦାନ ହୋଇ ଆସନ୍ତା ୨୬ ତାରିଖରେ ଭୋଟ ଗଣତି ହେବ । ନିମାପଡାର ୧୧ଟି ୱାର୍ଡର ୧୯ଟି ବୁଥ, ପିପିଲିର ୧୬ଟି ୱାର୍ଡର ୨୦ଟି ବୁଥ ଏବଂ କୋଣାର୍କର ୧୩ଟି ୱାର୍ଡର ୧୫ଟି ବୁଥରେ ମତଦାନ ହେବ ।

ତେବେ ନିମାପଡାରେ ୧୫୭୮୨, ପିପିଲିରେ ୧୫୫୦୧ ଏବଂ କୋଣାର୍କରେ ୧୨୧୬୧ ଜଣ ମତଦାତା ମତାଧିକାର ସାବ୍ୟସ୍ତ କରିବେ । ତିନୋଟି ବିଜ୍ଞାପିତ ଅଞ୍ଚଳର ୪୦ଟି ୱାର୍ଡର ୫୪ଟି ବୁଥରେ ୪୩୪୪୪ ଜଣ ମତାଧିକାର ସାବ୍ୟସ୍ତ କରିବେ । ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳରେ ପିଙ୍କ ବୁଥ ଓ ଆଦର୍ଶ ମତଦାନ କେନ୍ଦ୍ର କରାଯିବ ।

ସେହିପରି ପ୍ରାୟ ୩୦୦ ଜଣ ପୋଲିଂ ଅଧିକାରୀ ଓ ୬ ଜଣ ସେକ୍ଟର ଅଧିକାରୀ ନିୟୋଜିତ ହେବେ । ପିପିଲି ପାଇଁ ଜବାହର ବିଦ୍ୟାପୀଠ, ନିମାପଡା ପାଇଁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ତପ, କୋଣାର୍କ ଲାଗି ଆଶ୍ରମ ସ୍କୁଲରେ ଷ୍ଟ୍ରଙ୍ଗ ରୁମ କରାଯିବ । ଆସନ୍ତା ୨୩ ତାରିଖ ମଧ୍ୟାହ୍ନ ସୁଦ୍ଧା ପୋଲିଂ ଅଧିକାରୀ ସେମାନଙ୍କ ମତଦାନ କେନ୍ଦ୍ରରେ ପହଞ୍ଚିବେ ।

ସେହିଭଳି ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ପ୍ରତ୍ୟାହର ପାଇଁ ୧୪ ତାରିଖ ଶେଷ ଦିନ ରହିଛି । ଏହି ଅବସରରେ ପୋଲିଂ ଅଧିକାରୀଙ୍କୁ ତାଲିମ ଦେବା ଲାଗି ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହି ଅବସରରେ ସାଧାରଣ ପର୍ଯ୍ୟବେକ୍ଷକ ଜ୍ୟୋତିରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସୁଭାଷ ଚନ୍ଦ୍ର ନାଥଶର୍ମା, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜିଲ୍ଲା ନିର୍ବାଚନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳର ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.