ETV Bharat / city

ଦଶମୂଳ ମହୌଷଧି ଲାଗି ପ୍ରସ୍ତୁତି ଶେଷ - ପୁରୀ

ସ୍ନାନପୂର୍ଣ୍ଣିମାରେ ୧୦୮ ଗରାରେ ଗାଧୋଇବା ପରେ ଜ୍ବରରେ ପୀଡିତ ଶ୍ରୀବିଗ୍ରହଙ୍କ ଶାସ୍ତ୍ରାନୁମତେ ଚାଲିଛି ଚିକିତ୍ସା । ଆସନ୍ତାକାଲି (ଶନିବାର) ଦଶମୂଳ ମହୌଷଧି ଲାଗି ସହ ଚନ୍ଦନ ଲାଗି ନୀତି କରାଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jun 28, 2019, 8:53 PM IST

ପୁରୀ: ଆଜି(ଶୁକ୍ରବାର) ଅଣସର ଗୃହରେ ମହାପ୍ରଭୁଙ୍କର ଚକାବିଜେ ନୀତି ସମ୍ପନ୍ନ ହେବ । ସ୍ନାନପୂର୍ଣ୍ଣିମାରେ ୧୦୮ ଗରାରେ ଗାଧୋଇବା ପରେ ଜ୍ବରରେ ପୀଡିତ ଶ୍ରୀବିଗ୍ରହଙ୍କ ଶାସ୍ତ୍ରାନୁମତେ ଚାଲିଛି ଚିକିତ୍ସା । ଗୁପ୍ତନୀତି ଓ ଚିକିତ୍ସା ପରେ ଧିରେଧିରେ ସୁସ୍ଥ ହେଉଛନ୍ତି ଦାରୁବିଗ୍ରହ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ଆଜି ଚକାବିଜେ ନୀତି ଅନୁଷ୍ଠିତ ହେବା ସହ ରାଜବୈଦ ମହାପ୍ରଭୁଙ୍କ ଲାଗି ଦଶମୂଳ ମହୌଷଧି ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିବେ । ଆସନ୍ତାକାଲି(ଶନିବାର) ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଏହି ଦଶମୂଳ ମହୌଷଧି ଲାଗି ସହ ଚନ୍ଦନ ଲାଗି ନୀତି କରାଯିବ । ଏନେଇ ମହୌଷଧି ପ୍ରସ୍ତୁତି ଶେଷ ହୋଇଛି ।

ଆସନ୍ତାକାଲି ବିଳମ୍ବିତ ରାତିରେ ମହାପ୍ରଭୁଙ୍କୁ ମହୌଷଧି ଲାଗି ପରେ ସୁସ୍ଥ ହେବେ ଶ୍ରୀଜିଉ । ଏହା ପରେ ଭକ୍ତଙ୍କୁ ନବଯୌବନ ଦର୍ଶନ ଦେବେ ପ୍ରଭୁ । ତେବେ ତାଳପୂର୍ଣ୍ଣି, ଗମ୍ଭାରୀ, ବଲ୍ଲ, ପଣପଣା, ଗୋଖରା ଆଦି ଚୂର୍ଣ୍ଣ କରି ସେଥିରେ ଖୁଆ, ମହୁ ଆଦି ଗୋଳାଇ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଥାଏ । ଆଉ ଏହି ମୋଦକକୁ ଏକାଦଶୀ ଦିନ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ଲାଗି କରିଥାନ୍ତି । ଏହା ପରେ ଦ୍ବାଦଶ ଦିନ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରାଯାଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Slug,, ଚକା ବିଜେ ନୀତି , pkg, puri, 28।6।19

Anc,, ମହାପ୍ରଭୁଙ୍କ ର ଆଜି ଚକା ବିଜେ ନୀତି। ଆସନ୍ତାକାଲି ମହାପ୍ରଭୁ ଅଣସର ଏକାଦଶୀ ତିଥିରେ ଦଶମୂଳ ଔଷଦ ସେବନ କରିବାର ବିଧି ରହିଛି। ଏନେଇ ପ୍ରସ୍ତୁତି ଶେଷ ହୋଇଛି।ଆଜି ଶ୍ରୀମନ୍ଦିର ଯାଇ ରାଜ ବୈଦ୍ୟ ପରିବାର ସଦସ୍ୟ ଦଶମୂଳ ନେଇ ଶ୍ରୀମନ୍ଦିର ଗାରଦ ରେ ପ୍ରଦାନ କରିବେ। ଆସନ୍ତା କାଲି ମହାପ୍ରଭୁଙ୍କ ଦଶମୂଳ ଔଷଧ ଲାଗି ସହ ଚାନ୍ଦନ ଲାଗି ନୀତି ଅନୁଷ୍ଠିତ ହେବ। 

Vo1,, ମହାପ୍ରଭୁ ଏବେ ଅନବସର ରେ। ଚାଲିଛି ଗୁପ୍ତ ନୀତି। ଏହି କ୍ରମରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚକାବିଜେ ନୀତି । ଆଜିର ପରମ୍ପରା ମୁତାବକ ରାଜବୈଦ୍ୟ ମହପ୍ରଭୁଙ୍କ ଲାଗି ଦଶମୂଳ ମହୌଷଧି ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିବେ।  ଏହି ମୋଦକକୁ ଆସନ୍ତାକାଲି ଶ୍ରୀଜିଉମାନଙ୍କୁ ଲାଗି ହେବ । ଯାହାପରେ ଅସୁସ୍ଥ ମହାପ୍ରଭୁ ସଂପୂର୍ଣ୍ଣ ଭାବରେ ସୁସ୍ଥ ହୋଇଯିବେ । ମହାପ୍ରଭୁଙ୍କ  ଅଣସର ଦଶମୀ ଦିନ ଏହି ଦଶ ମୂଳ ଔଷଧ ପ୍ରସ୍ତୁତ କରାଯାଏ। ଆସନ୍ତାକାଲି ଏକାଦଶୀ ରେ ବିଳମ୍ବିତ ରାତିରେ ଏହା ଲାଗିହେବ। ମହାପ୍ରଭୁ ଏହା ଦ୍ୱାରା ସୁସ୍ଥ ହେବା ପରେ ନବଯୌବନ ଦର୍ଶନ ଭକ୍ତ ଙ୍କୁ ଦେବେ।

ବାଇଟ,, ଦଇତାପତି ସେବକ

 Vo2,,  ଏକାଦଶୀ ତିଥିରେ ଏହି ‘ଦଶମୂଳ’ ମୋଦକ ମହାପ୍ରଭୁଙ୍କଠାରେ ଲାଗି ହେବ । ଏ ନେଇ ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁଙ୍କ ସଂପୂର୍ଣ୍ଣ ସୁସ୍ଥ ପାଇଁ ପୁରୀ ଗଜପତିଙ୍କ ନିର୍ଦ୍ଦେଶକ୍ରମେ ରାଜବୈଦ ଦଶମୂଳ ମୋଦକ ପ୍ରସ୍ତୁତ କରି ଦଶମୀ ତିଥିରେ  ଆଜି ଶ୍ରୀମନ୍ଦିରକୁ ଆଣିବେ ।  ତାଳପୂର୍ଣ୍ଣି , ଗମ୍ଭାରୀ, ବଲ୍ଲ, ପଣପଣା, ଗୋଖରା ଆଦି ଚୂର୍ଣ୍ଣ କରି ସେଥିରେ ଖୁଆ,  ମହୁ ଆଦି ଗୋଳାଇ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଥାଏ । ଆଉ ଏହି ମୋଦକକୁ ଏକାଦଶୀ ଦିନ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ସମର୍ପି ଦେଇଥାନ୍ତି । ଆଉ ଏହି ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଆନ୍ତି । ଦ୍ୱାଦଶ ଦିନ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରାଯାଇଥାଏ ।

ବାଇଟ,, ସମରେନ୍ଦ୍ର ମିଶ୍ର,, ରାଜ ବୈଦ୍ୟ ପରିବାର ସଦସ୍ୟ

Fvo,, ଦଇତାପତି ସେବକ ମାନେ ମହାପ୍ରଭୁଙ୍କ  ଶ୍ରୀଅଙ୍ଗ ରେ ଏହି ସବୁ ଜିନିଷ ଲଗାଇ ଥାନ୍ତି ।  ବିଭିନ୍ନ ପ୍ରକାରର ଚେରମୂଳିରୁ ଦଶ ମୂଳ  ଔଷଧ ପ୍ରସ୍ତୁତ କରାଯାଇଛି । ଅଣସର ପରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ଆରମ୍ଭ ହୁଏ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.