ETV Bharat / city

ରାତି ପାହିଲେ ମାଘ ସପ୍ତମୀ ବୁଡ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ମାଘ ସପ୍ତମୀ ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

author img

By

Published : Jan 31, 2020, 9:00 PM IST

magha saptami buda
ମାଘ ସପ୍ତମୀ ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ: ବିଶ୍ବ ପ୍ରସିଦ୍ଧ ମାଘ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଭୋରୁ ବୁଡ ପକାଇବେ ଲୋକେ । ଏଥିପାଇଁ କୋଣାର୍କ ଚନ୍ଦ୍ରଭାଗାରେ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ । ବୁଡ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ବିଶେଷକରି ଚନ୍ଦ୍ରଭାଗା ତିର୍ଥ ପୁଷ୍ପରଣୀରୁ ପଙ୍କ ଉଦ୍ଧାର କରି ବିଶୋଦ୍ଧନ କରାଯାଇଥିବା ବେଳେ ମେଳା ପଡିଆରେ ଆଲୋକୀକରଣ, ଅସ୍ଥାୟୀ ନଳକୂପ,ବ୍ୟାରିକେଡ ବ୍ୟବସ୍ଥା ଓ ଓ୍ଵାଚ ଟାଓ୍ଵାରର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଶୃଙ୍ଖଳିତ ବୁଡ ପକାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ 30 ପ୍ଲାଟୁନ ପୋଲିସ ମୂତୟନ ହୋଇଛନ୍ତି ।

ମାଘ ସପ୍ତମୀ ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମାଘ ସପ୍ତମୀ ବୁଡ଼Body:Anchor-ବିଶ୍ଵ ପ୍ରସିଦ୍ଧ ମାଘ ମେଳା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆଜି ରାତିରେ ଲୋକ ବୁଡ଼ ପକାଇବେ। କୋଣାର୍କ ଚନ୍ଦ୍ରଭାଗାରେ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଉଛି । ବିଶ୍ଵାସ ରହିଛି ଏହି ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଅଶେଷ ପୂର୍ଣ୍ଣ ମିଳିଥାଏ । ଶୃଙ୍ଖଳିତ ବୁଡ ପକାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଆଇନ ଶୃଙ୍ଖଳା ପାଇଁ 30 ପ୍ଲାଟୁର୍ନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
। ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ତିର୍ଥ ପୁଷ୍ପରଣୀରୁ ପଙ୍କ ଉଦ୍ଧାର କରି ବିଶୋଦ୍ଧନ କରାଯାଇଥିବା ବେଳେ ମେଳା ପଡିଆରେ ଆଲୋକିକରଣ, ଅସ୍ଥାୟୀ ନଳକୂପ,ବ୍ୟାରିକେଡ ବ୍ୟବସ୍ଥା,ଓ୍ଵାଚ ଟାଓ୍ଵାରର ବ୍ୟବସ୍ଥା କରାଯାଇଛି । ରିତିନିତୀନୁସାରେ ଇଶାନେଶ୍ଵର,ତ୍ରିବେଣୀଶ୍ଵର,ଦକ୍ଷିଣେଶ୍ଵର ଠାକୁର ମଙ୍ଗଳବାର ରାତ୍ର ସାଢେ 10ଟା ରେ କୋଣାର୍କ ଏନଏଏସି ରେ ପହଂଚିବା ପରେ ସେଠାରୁ 3 ଠାକୁର ସେଠାରୁ ଏକତ୍ର ହୋଇ ଚନ୍ଦ୍ରଭାଗା ପୁଷ୍ପରଣୀ କୁ ଆସିବା ପରେ ଚନ୍ଦ୍ରଭାଗା ପୁଷ୍ପରଣୀ ଠାରେ ସେମାନଙ୍କୁ ପୂଜାର୍ଚ୍ଚନା କରାଯାଇ ଭୋର 3ଟା 30 ମିନିଟରେ ତିନି ଠାକୁର ଏହି ଚନ୍ଦ୍ରଭାଗା ପୁଷ୍ପରଣୀରେ ସ୍ନାନ କରିବେ । ଏହାପରେ ସାଧୁସନ୍ତ ସ୍ନାନ କରିବା ପରେ ଶ୍ରଦ୍ଧାଳୁ ମାନେ ବୁଡ ପକାଇବାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପ୍ରତି ବର୍ଷ ଭଳି ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବ ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.