ETV Bharat / city

ଆଜିଠୁ ପିତୃପକ୍ଷ ଆରମ୍ଭ, ଶ୍ରୀକ୍ଷେତ୍ରରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ - ଆଜିଠୁ ପିତୃପକ୍ଷ ଆରମ୍ଭ

ରବିବାର ଆରମ୍ଭ ହୋଇଛି ପିତୃପକ୍ଷ । ଶ୍ରୀକ୍ଷେତ୍ରରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ । ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ ସମେତ ମହୋଦଧିରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ଆଜିଠୁ ଆରମ୍ଭ ହେଲା ପିଣ୍ଡଦାନ ପ୍ରକ୍ରିୟା
ଆଜିଠୁ ଆରମ୍ଭ ହେଲା ପିଣ୍ଡଦାନ ପ୍ରକ୍ରିୟା
author img

By

Published : Sep 11, 2022, 1:32 PM IST

ପୁରୀ: ଆଜିଠୁ ଆରମ୍ଭ ହେଲା ପିତୃପକ୍ଷ (Pitru Paksha Shradh 2022 ) । ପରିବାର ମଙ୍ଗଳ ଓ ପିତୃପୁରୁଷଙ୍କ ମୋକ୍ଷ, ଶାନ୍ତି ଉଦ୍ଦେଶ୍ୟରେ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀର ବିଭିନ୍ନ ପୁଷ୍କରିଣୀରେ ଗହଳି ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଅର୍ପଣ କରୁଛନ୍ତି ।

ରବିବାର ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ 15ଦିନ ବ୍ୟାପି ପିତୃପକ୍ଷ ଦିବସ ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ନିଜର ପିତୃପୁରୁଷଙ୍କ ମୋକ୍ଷ ଓ ଶାନ୍ତି ପାଇବା ଉଦ୍ଦେଶ୍ୟରେ ଏହି ପୂଜା ଵିଧି ପରମ୍ପରା ଥିବା ବେଳେ ପରିବାରର ସର୍ବ କଲ୍ୟାଣ ଉଦ୍ଦେଶ୍ୟରେ ଏହା କରାଯାଇଥାଏ ବୋଲି ବିଶ୍ୱାସ କରାଯାଏ । ଫୁଲ, ରାଶି, ଚାଉଳ ଆଦି ବିଭିନ୍ନ ଦ୍ରବ୍ୟ ବ୍ୟବହାର କରାଯାଇ ଆଗାମୀ 15 ଦିନ ପର୍ଯ୍ୟନ୍ତ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ଏହି ପିତୃପକ୍ଷ ତର୍ପଣ ପୂଜା କରାଯାଏ । ଏଣୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁ ଭିଡ ଲାଗି ରହିଛି ।

ଆଜିଠୁ ଆରମ୍ଭ ହେଲା ପିଣ୍ଡଦାନ ପ୍ରକ୍ରିୟା

ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । କୁହାଯାଏ ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ ପ୍ରେତତ୍ୱରୁ ମୁକ୍ତି ପାଇଥାନ୍ତି । କନ୍ୟାରାଶିକୁ ଭଗ ନାମକ ସୂର୍ଯ୍ୟ ଗମନ କଲେ ପିତୃରାଜ୍ୟରେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଅବିମୁକ୍ତ ଥିବା ପ୍ରେତମାନେ ଏହି ସୂର୍ଯ୍ୟଙ୍କର କିରଣକୁ ସହ୍ୟ କରିପାରନ୍ତି ନାହିଁ । ତେଣୁ ପିତୃଲୋକମାନେ କନ୍ୟା ସଂଯୁକ୍ତ ହୋଇ ତିଳୋଦଳ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଯଦି ପୁତ୍ର ବା ବଂଶଜମାନେ ତିଳ ତର୍ପଣ ନ କରନ୍ତି ତେବେ ପିତୃପୁରୁଷମାନେ ଉତକ୍ଷିପ୍ତ ହୋଇ ଅଭିଶାପ ପ୍ରଦାନ କରନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.