ETV Bharat / city

ରାଜନୈତିକ ଜୀବନରେ ମହାରଥୀ ଛାଡିଗଲେ ଅଲିଭା ଛାପ...

ମହାଯାତ୍ରାରେ ମହାରଥୀ । କୋରୋନା ସଂକ୍ରମିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ତେବେ ପୁରୀ SCS କଲେଜରୁ ଛାତ୍ର ରାଜନୀତି ଆରମ୍ଭ କରି 7 ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସେ ।

author img

By

Published : Oct 4, 2020, 7:43 AM IST

Updated : Oct 4, 2020, 8:44 AM IST

ରାଜନୈତିକ ଜୀବନରେ ମହାରଥୀ ଛାଡିଗଲେ ଅଲିଭା ଛାପ...
ରାଜନୈତିକ ଜୀବନରେ ମହାରଥୀ ଛାଡିଗଲେ ଅଲିଭା ଛାପ...

ଭୁବନେଶ୍ବର: ଆଉ ନାହାନ୍ତି ବିଜେଡିର ପ୍ରଭାବଶାଳୀ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । ଜୀବନରେ ବହୁ ଯୁଦ୍ଧରେ ଜୟଲାଭ କରିଥିବା ଏହି ବରିଷ୍ଠ ନେତା ଶେଷରେ କୋରୋନାରେ ହାରି ଯାଇଛନ୍ତି । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।

ସେଇ ବିନ୍ଦାସ ଠାଣି ଚାହାଣି ଆଉ ଦେଖିବାକୁ ମିଳିବନି । ହସି ହସି ବେଦମ୍ କରାଉଥିବା ତାଙ୍କର ସେଇ ପଦିଏ କଥା ଆଉ ଶୁଣିବାକୁ ମିଳିବନି । ବିଶାଳ ଚେହେରା ସାଙ୍ଗକୁ ବିଶାଳ ହୃଦୟର ସେହି ଅପରାଜେୟ ମଣିଷ ଜୀବନ ଯୁଦ୍ଧରେ କିନ୍ତୁ ହାରିଯାଇଛନ୍ତି । ସବୁଦିନ ପାଇଁ ସଂସାରରୁ ବିଦାୟ ନେଇଯାଇଛନ୍ତି ସମସ୍ତଙ୍କର ପ୍ରିୟ ପ୍ରଦୀପ ମହାରଥୀ । ‘ସରିନାହିଁ ରାଜନୀତି, ହାରିନାହିଁ ମହାରଥୀ’ ଡାଇଲଗ୍ ଆଉ ଶୁଣିବାକୁ ମିଳିବନି । ୬୫ ବର୍ଷ ବୟସରେ ହାରିଯାଇଛନ୍ତି ଏହି ମହାନ୍ ନାୟକ । ସରିଯାଇଛି ତାଙ୍କର ରାଜନୀତି ।

ମହାରଥୀ କରୋନାରେ ଆକ୍ରାନ୍ତ ହୋଇ ଗତମାସ ୧୪ ତାରିଖରେ ସମ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ବିଶ୍ରାମ ନେବା ପରିବର୍ତ୍ତେ ନିର୍ବାଚନମଣ୍ଡଳୀରେ ଦିନରାତି ବୁଲିବା ଯୋଗୁଁ ପୁଣି ଅସୁସ୍ଥ ହୋଇପଡ଼ିଥିଲେ । ଅବସ୍ଥା ଗୁରୁତର ହେବାରୁ ତିନି ଦିନ ତଳେ ତାଙ୍କୁ ସମ୍ ଅଲଟିମେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବାରୁ ଭେଣ୍ଟିଲେଟରରେ ଥିଲେ । ଶେଷରେ ଆଖି ବୁଜିଦେଇଛନ୍ତି ।

ମହାରଥୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ଓ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ମେଦାନ୍ତ ହସ୍ପିଟାଲ୍ ନେବାକୁ ଯୋଜନା ହୋଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ଏହାର ସବୁ ବନ୍ଦୋବସ୍ତ କରିଥିଲେ । ତେବେ ଶେଷ ମୁହୁର୍ତ୍ତରେ ତାଙ୍କୁ ବାହାରକୁ ନେବା ସମ୍ଭବ ହେଲା ନାହିଁ । ବିକଳ୍ପ ବ୍ୟବସ୍ଥାରେ ମେଦାନ୍ତ ହସ୍ପିଟାଲ୍ ଡାକ୍ତରଙ୍କଠାରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ପରାମର୍ଶ ନିଆଯାଇଥିଲା । ସମ୍ ହସ୍ପିଟାଲ୍ ଡାକ୍ତରମାନଙ୍କୁ ସେମାନେ ଆବଶ୍ୟକ ସହଯୋଗ କରିଥିଲେ । ତେବେ ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇ ପାରିଲେନି । ରାତି ୨.୩୬ ମିନିଟରେ ଆଖି ବୁଜିଦେଇଛନ୍ତି ।

୧୯୫୫ ମସିହା ଜୁଲାଇ ୪ ତାରିଖରେ ପିପିଲିରେ ଜନ୍ମ ଗ୍ରହଣ କରିଥିଲେ ମହାରଥୀ । ଅଶୀ ଦଶକରୁ ଛାତ୍ର ରାଜନୀତିର ଧାର ଧରିଥିଲେ । ପୁରୀ ଏସସିଏସ୍ କଲେଜରେ ପଢ଼ୁଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଲାଗୁ ହୋଇଥିବା ମିଶା ଆଇନ ବଳରେ ଗିରଫ ହୋଇଥିଲେ । ତା’ ପରେ ଏସସିଏସ୍ କଲେଜ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେହିଠାରୁ ମହାରଥୀଙ୍କ ରାଜନୈତିକ କ୍ୟାରିୟର୍ର ମୂଳଦୂଆ ପଡ଼ିଥିଲା ।

ମହାରଥୀ ବିଜୁବାବୁଙ୍କର ଅତି ପ୍ରିୟ ହୋଇଯାଇଥିଲେ । ୧୯୮୫ ମସିହାରେ ବିଜୁବାବୁ ତାଙ୍କୁ ପିପିଲି ବିଧାନସଭା ଆସନରୁ ଟିକେଟ ଦେଇଥିଲେ । ସେଇ ପ୍ରଥମ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା ମହାରଥୀ ୧୯୯୦ ନିର୍ବାଚନରେ ଦ୍ବିତୀୟଥର ଜିତିଥିଲେ । ୧୯୯୫ ନିର୍ବାଚନରେ ମହାରଥୀ ହାରିଯାଇଥିଲେ ମଧ୍ୟ ତାପରଠାରୁ ଲଗାତର ୫ ଥର ଧରି ଜିତି ଆସିଛନ୍ତି । ଏହିଭଳି ୭ ଥର ପିପିଲି ଆସନରୁ ବିଧାୟକ ହୋଇଥିଲେ ମହାରଥୀ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଦୁଇ ଥର ପଞ୍ଚାୟତିରାଜ, କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ସେ ।

ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଭାବରେ ତାଙ୍କର ଯଥେଷ୍ଟ ଖ୍ୟାତି ଥିଲା । ଅପେରା ଜଗତ ସହ ମଧ୍ୟ ସଂପୃକ୍ତ ହୋଇ ନିଜେ ଏକ ଅପେରା ପାର୍ଟି ଗଢ଼ିଥିଲେ । ମହାରଥୀଙ୍କ ଚେହେରା ଓ ଭାଷା ଗମ୍ଭୀର ଥିଲେ ମଧ୍ୟ ତାଙ୍କର ହୃଦୟ ଥିଲା ଅତ୍ୟନ୍ତ କୋମଳ । ଉପକାରୀ ଓ ସ୍ନେହୀ ମଣିଷ ଥିଲେ ସେ । କଥାର ଚାତୁରୀରେ ସମସ୍ତଙ୍କୁ ଆପଣାର କରିପାରୁଥିଲେ । ବିଧାନସଭାରେ ତାଙ୍କର ଭାଷଣ ଶୁଣିବାକୁ ସମସ୍ତଙ୍କର ଉକ୍ରଣ୍ଠା ରହୁଥିଲା । ଅତ୍ୟନ୍ତ ସ୍ପଷ୍ଟ ଭାବରେ ନିଜ ମତ ରଖୁଥିଲେ । ବିଭିନ୍ନ ପ୍ରସଙ୍ଗରେ ଗୃହର ସଦସ୍ୟ ଓ ସାମ୍ବାଦିକମାନଙ୍କୁ ହସାଇ ହସାଇ ବେଦମ୍ କରୁଥିଲେ । ଗୃହରେ ମହାରଥୀଙ୍କ ଅନୁପସ୍ଥିତି ସମସ୍ତଙ୍କୁ ବାରି ହୋଇଯାଉଥିଲା ।

ମହାରଥୀଙ୍କ ମୃତ୍ୟୁରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ମହାରଥୀଙ୍କ ମୃତ୍ୟୁ ଓଡ଼ିଶା ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Oct 4, 2020, 8:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.