ETV Bharat / city

ପିପିଲି ଉପନିର୍ବାଚନ ନେଇ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଅପ୍ରେଲ 17ରେ ପିପିଲି ବିଧାନସଭା ଆସନରେ ହେବ ଉପନିର୍ବାଚନ । ଆରମ୍ଭ ହୋଇଯାଇଛି ପ୍ରଶାସନିକ ପ୍ରସ୍ତୁତି । ଏହି ବିଧାନସଭାମଣ୍ଡଳୀରେ ମୋଟ ୩୪୮ଟି ବୁଥ କରାଯିବ । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଗୁଡ଼ିକ ଚିହ୍ନଟ କରାଯିବ । ଅଧିକ ପଢନ୍ତୁ...

author img

By

Published : Mar 17, 2021, 9:32 PM IST

Pipili byelection preparation by puri administration
ପିପିଲି ଉପନିର୍ବାଚନ ନେଇ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ପୁରୀ: ପିପିଲି ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଆରମ୍ଭ ହୋଇଯାଇଛି ପ୍ରଶାସନିକ ପ୍ରସ୍ତୁତି । ପୁରୀ ସର୍କିଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଗୁଡ଼ିକର ଚିହ୍ନଟ କରାଯାଇ ଖୁବଶୀଘ୍ର ତାଲିକା ଓ ସେହି ଅନୁସାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ପିପିଲି ଉପନିର୍ବାଚନ ବିଗୁଲ ବାଜିବା ପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ୧୧୦ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨,୨୯,୫୮୩ ହୋଇଥିବାବେଳେ ପୁରୁଷ ଭୋଟର ସଂଖ୍ୟା ୧,୧୯,୦୨୦ ଓ ମହିଳା ଭୋଟର ସଂଖ୍ୟା ୧,୧୦,୫୬୨ ଓ ଅନ୍ୟାନ୍ୟ ୨ । ଇଭିଏମର ପ୍ରଥମ ପର୍ଯ୍ୟାୟ ଚେକିଂ ସରିଛି । ଏହି ବିଧାନସଭାମଣ୍ଡଳୀରେ ମୋଟ ୩୪୮ ଟି ବୁଥ କରାଯିବ। ମଧ୍ୟରେ ଡେଲାଙ୍ଗ ବ୍ଲକରେ ୧୩୯ ଓ ପିପିଲି ବ୍ଲକରେ ୧୯୯ଟି ବୁଥ କରାଯିବ । ସମ୍ବେଦନଶୀଳ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନୋଡାଲ ଅଫିସର,୩ଟି ଫ୍ଲାଇଙ୍ଗ ସ୍କାର୍ଡ,୩ଟି ଷ୍ଟାଟିକ ସର୍ଭେଇଲାନ୍ସ ଟିମ,ଗୋଟିଏ ଭିଡ଼ିଓ ସର୍ଭେଇଲାନ୍ସ ଟିମ ମୁତୟନ ହେବେ । ପୋଲିଂ ଅଧିକାରୀଙ୍କ ଡାଟାବେସ ପ୍ରସ୍ତୁତି ସରିଛି । ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ପ୍ରଦୀପ କୁମାର ସାହୁ ଏହି ନିର୍ବାନମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ରହିଛନ୍ତି । ୦୬୭୫୨-୨୨୩୨୩୭ କଣ୍ଟ୍ରୋଲ ରୁମ ନମ୍ବର ଜାରୀ କରାଯାଇଛି । ୮୦ ବର୍ଷରୁ ଅଧିକ ,କୋରୋନା ଆକ୍ରାନ୍ତ ଓ ପ୍ରଭାବିତଙ୍କ ପାଇଁ ଫର୍ମ ୧୨(ଡ଼ି)ରେ ପୋଷ୍ଟାଲ ବ୍ୟାଲେଟର ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଗୁଡ଼ିକର ଚିହ୍ନଟ କରାଯାଇ ଖୁବଶୀଘ୍ର ତାଲିକା ଓ ସେହି ଅନୁସାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ନିର୍ବାଚନ ପରିଚାଳନା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ୯୪୩୭୨୬୯୫୫୯ ନୋଡାଲ ଅଧିକାରୀଙ୍କ ନମ୍ବର ଜାରି କରାଯାଇଛି । ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ସମ୍ବନ୍ଧୀୟ ଯେକୌଣସି ସୂଚନା ଓ ଅଭିଯୋଗ ଦିଆଯାଇପାରିବ । ପିପିଲି,ଡେଲାଙ୍ଗ ଅଞ୍ଚଳରେ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ ଆଜିଠାରୁ ଆରମ୍ଭ କରାଯାଇଛି । ସେହିପରି ୱାରେଣ୍ଟ ଡ୍ରାଇଭ ମଧ୍ୟ ଆରମ୍ଭ କରାଯାଇଛି । ଏହା ମଧ୍ୟରେ ୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଅସ୍ତ୍ରଶସ୍ତ୍ର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଜମା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରମୁଖ ସ୍ଥାନରେ ନାକାବନ୍ଦୀ, ଚେକିଂ, ପାଟ୍ରୋଲିଂକୁ କଡାକଡି କରାଯାଉଛି । ଗ୍ରୀଷ୍ମଋତୁରେ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ପ୍ରତ୍ୟେକ ବୁଥରେ ପର୍ଯ୍ୟାପ୍ତ ପାନୀୟ ଜଳ,ଦିବ୍ୟାଙ୍ଗଙ୍କୁ ଭୋଟଗ୍ରହଣ କେନ୍ଦ୍ରକୁ ନେଵାଆଣିବାର ବ୍ୟବସ୍ଥା ସହ ରାମ୍ପର ବ୍ୟବସ୍ଥା ହେବ । କୌଣସି ପରିସ୍ଥିତରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ହେବାକୁ ଦିଆଯିବ ନାହିଁ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.