ETV Bharat / city

ସାବସ ଆରପିଏଫ ଏସଆଇ, ଦିବ୍ୟାଙ୍ଗକୁ କରାଇଲେ ଜଗା ଦର୍ଶନ

ଟ୍ରେନରେ ଜଣେ ପାରା ଆଥଲେଟ ପୁରୀ ଷ୍ଟେସନରେ ପହଞ୍ଚିଥିଲେ । ମାତ୍ର ଜଗା ଦର୍ଶନ କରିବା ପାଇଁ ତାଙ୍କୁ ହୋଇଥିଲା ବିଭିନ୍ନ ସମସ୍ୟା । ତେବେ ତାଙ୍କୁ ଏତିକି ବେଳେ ଷ୍ଟେସନରେ ସହଯୋଗର ହାତ ବଢାଇଥିଲେ ଆରପିଏଫ୍‌ ଏସଆଇ ଅମରନାଥ ନାୟକ । ଅଧିକ ପଢନ୍ତୁ

ସାବସ ଆରପିଏଫ, ଦିବ୍ୟାଙ୍ଗକୁ ଜଗା ଦର୍ଶନ କରାଇଲେ ପୋଲିସ ଏସଆଇ

author img

By

Published : Mar 28, 2022, 9:34 PM IST

ପୁରୀ: ମହାନତା ଦେଖାଇଲେ ପୋଲିସ ଏସଆଇ । ସହଯୋଗର ହାତ ବଢାଇବା ସହ ଜଗା ଦର୍ଶନ କରାଇଲେ ପୋଲିସ ଏସଆଇ ଅମରନାଥ ନାୟକ । ତେବେ ଜଗନ୍ନାଥ ଧାମ ପୁରୀରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତକାଲି ଟ୍ରେନରେ ଜଣେ ପାରା ଆଥଲେଟ ପୁରୀ ଷ୍ଟେସନରେ ପହଞ୍ଚିଥିଲେ । ମାତ୍ର ଜଗା ଦର୍ଶନ କରିବା ପାଇଁ ତାଙ୍କୁ ହୋଇଥିଲା ବିଭିନ୍ନ ସମସ୍ୟା । ତେବେ ତାଙ୍କୁ ଏତିକି ବେଳେ ଷ୍ଟେସନରେ ସହଯୋଗର ହାତ ବଢାଇଥିଲେ ଆରପିଏଫ୍‌ ଏସଆଇ ଅମରନାଥ ନାୟକ ।

ସାବସ ଆରପିଏଫ, ଦିବ୍ୟାଙ୍ଗକୁ ଜଗା ଦର୍ଶନ କରାଇଲେ ପୋଲିସ ଏସଆଇ

ଟ୍ରେନରୁ ଓହ୍ଲାଇବା ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏହି ପାରା ଆଥଲେଟ । ଏହି ସମୟରେ କାର୍ଯ୍ୟରତ ଥିବା ଆରପିଏଫ୍ ଏସଆଇ ଅମରନାଥ ନାୟକ ତାଙ୍କୁ ସହଯୋଗର ହାତ ବଢାଇବା ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି । ଗୁଜୁରାଟ ବରୋଦାର ଜୟେଶ କୁମାର ଶାହା ଜଣେ ପାରା ଆଥଲେଟ ବୋଲି ଜଣାପଡିଛି । ସେହିପରି ଜୟେଶ ଜଣେ ଜାତୀୟସ୍ତରୀୟ ପାରା ଆଥଲେଟ୍ । ତେବେ ସେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟ ପରିସରରେ ୨୯ରୁ ୩୧ ଯାଏଁ ଅନୁଷ୍ଠିତ ହେବାକୁ ଥିବା ପାରା ଆଥଲେଟ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆସିଛନ୍ତି । ହେଲେ ସେ ପୁରୀ ଷ୍ଟେସନରେ ତାଙ୍କୁ ଓହ୍ଲାଇବା ପାଇଁ ସମସ୍ୟା ହୋଇଥିଲା ।

ଅନ୍ୟପଟେ ଆରପିଏଫ ଏସଆଇ ଅମର ନାଥ ନାୟକ ସହଯୋଗର ହାତ ବଢ଼ାଇ ତାଙ୍କୁ ଅହମଦାବାଦ-ପୁରୀ ଏକ୍ସପ୍ରେସ ଟ୍ରେନରୁ ଓହ୍ଲାଇ ଅଟୋ ଯୋଗେ ଶ୍ରୀମନ୍ଦିର ନେଇ ଦର୍ଶନ କରାଇଥିଲେ । ଆରପିଏଫ ପୋଲିସର ଏହି ମହାନ୍ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । ଏପଟେ ଜଗନ୍ନାଥଙ୍କ ଦର୍ଶନ ପରେ ଜୟେସ ପୁରୀ ଆରପିଏଫ ପୋଲିସ ସହାୟତାକୁ ପ୍ରଶଂସା କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.