ETV Bharat / city

ପୁରୀ ସ୍ବର୍ଗଦ୍ବାରକୁ ବାହାର ମୃତଦେହ ମନା

author img

By

Published : Jul 7, 2020, 7:57 PM IST

Updated : Jul 7, 2020, 8:37 PM IST

ବୁଧବାରଠାରୁ ପୁରୀ ସ୍ବର୍ଗଦ୍ବାରକୁ ବାହାର ମୃତଦେହ ମନା

19:51 July 07

ବୁଧବାର ଠାରୁ ପୁରୀ ସ୍ବର୍ଗଦ୍ବାରକୁ ବାହାର ମୃତଦେହ ମନା

ପୁରୀ: ସ୍ଵର୍ଗଦ୍ବାରରେ ପୁରୀ ଜିଲା ବାହାରୁ କୌଣସି ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ନେଇ ବୁଧବାର ଠାରୁ ଦିଆଯିବ ନାହିଁ ଅନୁମତି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ  ।

କୋରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ବାହାର ଜିଲ୍ଲାର ମୃତଦେହକୁ ଏବେ ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ପାଇ ବାରଣ କରାଯାଇଛି । ଏହି କଟକଣା ଅନିର୍ଦ୍ଦିଷ୍ଟ କାଳ ଜାରି ରହିହ । ନିଷ୍ପତ୍ତି ଅତ୍ୟନ୍ତ କଠୋର ହୋଇଥିଲେ ମଧ୍ୟ ସମସ୍ତଙ୍କ ସୁରକ୍ଷା ପାଇଁ ଏହି କଟକଣା ଲଗାଯାଇଥିବା ଜିଲ୍ଲାପାଳ କହିଛନ୍ତି ।  

ପୁରୀ ଜିଲ୍ଲାପାଳ କହିଛନ୍ତି, ଆଗକୁ ପରିସ୍ଥିତି ସୁଧୁରିଲେ ଏହି କଟକଣା କୋହଳ ହେବ । କେବଳ ପୁରୀ ଜିଲ୍ଲାବାସୀ ନିଜ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ସ୍ବର୍ଗଦ୍ବାରରେ କରିବା ପାଇଁ ଅନୁମତି ମିଳିଛି । ମୃତ ବ୍ୟକ୍ତିଙ୍କ ସହିତ ଆସୁଥିବା ପରିବାର ଲୋକଙ୍କ ମଧ୍ୟରେ କୋରୋନା ଭୂତାଣୁ ଥିବାର ଆଶଙ୍କା ରହିଛି । ଯଦି କାହାର ଜଣଙ୍କ ଦେହରେ ଏହି ଭାଇରସ ରହିଥାଏ ତାହାଲେ ସେ ସମସ୍ତ ଲୋକଙ୍କୁ ସଂକ୍ରମିତ କରିବେ । ସେହିପରି ପୁରୀ ଜିଲ୍ଲାବାସୀ ସ୍ଵର୍ଗଦ୍ବାରକୁ ଅନ୍ତିମ ସଂସ୍କାର ପାଇଁ ଆସୁଥିବା ହେତୁ ଜିଲ୍ଲାରେ ସଂକ୍ରମଣର ବ୍ୟାପକ ଆଶଙ୍କା ରହିଛି । ଏଣୁ ଏଭଳି କଠୋର କଟକଣା ଲଗାଯାଇଥିବାବେଳେ ଏଥିରେ ସମସ୍ତେ ସହଯୋଗ କରିବାକୁ ପୁରୀ ଜିଲ୍ଲାପାଳ ନିବେଦନ କରିଛନ୍ତି ।  

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 7, 2020, 8:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.