ETV Bharat / city

ବୃଦ୍ଧ ବାପାଙ୍କୁ ବଡ ଦାଣ୍ଡରେ ହଜେଇ ଦେଇ ଚାଲିଗଲା ପୁଅ !

ରଥଯାତ୍ରା ଦେଖାଇ ଆଣିଥିଲା ପୁଅ । ତାପରେ ନିଜ ବୃଦ୍ଧ ବାପାଙ୍କୁ ବଡ ଦାଣ୍ଡରେ ହଜେଇ ଦେଇ ଚାଲିଗଲା । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୃଦ୍ଧ ଜଣକ । ଶେଷରେ ପୋଲିସ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲା । ଏନେଇ ଗଣମାଧ୍ୟମରୁ ଖବର ଜାଣିବା ପରେ ପୁଅ ଆସି ପହଞ୍ଚିଛି ହସପିଟାଲରେ । ଅଧିକ ପଢନ୍ତୁ

author img

By

Published : Jul 15, 2022, 10:12 PM IST

ନିଜ ବୃଦ୍ଧ ବାପାଙ୍କୁ ବଡ ଦାଣ୍ଡରେ ଛାଡି ଚାଲିଯିବା ଘଟଣା: ବୃଦ୍ଧଙ୍କୁ ନେଲେ ପରିବାର ଲୋକେ

ପୁରୀ : ରଥଯାତ୍ରା ଦେଖାଇ ଆଣିଥିବା ପୁଅ ନିଜ ବୃଦ୍ଧ ବାପାକୁ ବଡ ଦାଣ୍ଡରେ ଛାଡି ଚାଲିଯିବା ଘଟଣା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବୃଦ୍ଧଙ୍କୁ ନେଲେ ପରିବାର ଲୋକେ । ରଥଯାତ୍ରା ଦେଖିବାକୁ ଆସିଥିବା ଗଞ୍ଜାମ ଛତ୍ରପୁରର ଜଣେ ବୟସ୍କ ବ୍ୟକ୍ତି ବ୍ରଜବନ୍ଧୁ ନାୟକଙ୍କୁ ତାଙ୍କ ପୁଅ ବଡ ଦାଣ୍ଡରେ ଛାଡି ଚାଲିଯାଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଏନେଇ ସମ୍ପୃକ୍ତ ବୃଦ୍ଧ ବ୍ୟକ୍ତିଙ୍କ ପୁଅ ଆସି ପହଞ୍ଚିଛନ୍ତି ପୁରୀ ମେଡିକାଲରେ ।

ବୃଦ୍ଧ ବାପାଙ୍କୁ ବଡ ଦାଣ୍ଡରେ ହଜେଇ ଦେଇ ଚାଲିଗଲା ପୁଅ !

ବାପାଙ୍କ ମାନସିକ ସ୍ଥିତି ଭଲ ନାହିଁ ବୋଲି କହିଛନ୍ତି ପୁଅ । ବଡ଼ଦାଣ୍ଡରେ ବାପା ଙ୍କୁ ଛାଡି ଚାଲିଯିବା ଘଟଣା ନେଇ ଯେଉଁ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି ତାହା ସମ୍ପୂର୍ଣ ଭୁଲ ବୋଲି କହିଛନ୍ତି ପୁଅ । ବ୍ରଜବନ୍ଧୁଙ୍କ ବଡ ପୁଅ ଶିବରାମ କହିଛନ୍ତି ଗତ ବାହୁଡା଼ରେ ତାଙ୍କ ସାନ ଭାଇ ସମୀର ବାପାଙ୍କୁ ଧରି ପୁରୀ ଆସିଥିବା ବେଳେ ଗୁଣ୍ଡିଚା ମନ୍ଦିର ନିକଟରେ ଏକ ମଠରେ ରହିଥିଲେ । ତେବେ ସକାଳୁ ବାପା ବ୍ରଜବନ୍ଧୁ ନାଏକ ଶୌଚ ହେବା ପାଇଁ ଆସି କୁଆଡେ ପଳାଇ ଥିଲେ । ବାପାଙ୍କ ବୟସ 65 ବର୍ଷ ଓ ତାଙ୍କର ସ୍ମରଣ ଶକ୍ତି କମ ରହିଛି ବୋଲି ପୁଅ କହିଛନ୍ତି । ଫଳରେ ବ୍ରଜବନ୍ଧୁ ମଠକୁ ନ ଆସି ପୁରୀର ମାଳତୀ ପାଟପୁର ଚାଲିଚାଲି ପଳାଇ ଥିଲେ ।

ପରେ ସଦର ଥାନା ପୋଲିସ ବୃଦ୍ଧଙ୍କୁ ଉଦ୍ଧାର କରି ପୁରୀ ମେଡିକାଲରେ ଭର୍ତ୍ତି କରିଥିଲେ । ଏନେଇ ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ସେ ପୁରୀ ମେଡିକାଲକୁ ଆସି ବାପାଙ୍କୁ ପାଇଥିବା ନେଇ କହିଛନ୍ତି ଶିବରାମ । ପୂର୍ବରୁ ସେ ବିଭିନ୍ନ ସୋସିଆଲ ମିଡ଼ିଆରେ ବାପାଙ୍କ ନିଖୋଜ ଖବର ଦେଇଥିଲେ । ପୁରୀ ଟାଉନ ଥାନାରେ ମଧ୍ୟ ନିଖୋଜ ନେଇ ପୋଲିସକୁ ଖବର ଦେଇଥିଲେ। ତେବେ ତାଙ୍କ ବାପାଙ୍କ ମାନସିକ ସ୍ଥିତି ଭଲ ନାଥିବାରୁ ଏଣୁତେଣୁ କହୁଛନ୍ତି । ଡାକ୍ତରଙ୍କ ସହ ପରାମର୍ଶ ପରେ ଶିବରାମ ବାପାଙ୍କୁ ଘରକୁ ନେଇଯିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.