ETV Bharat / city

ଅନଲକ ଓଡିଶା; କେବେ ଖୋଲିବ ଶ୍ରୀମନ୍ଦିର ?

author img

By

Published : Jul 31, 2021, 10:10 PM IST

କୋରୋନା କଟକଣା ଯୋଗୁଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବଢିଛି ଦୂରତା । ପୁରୀରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଅଧିକ ପଢନ୍ତୁ...

Odisha Unlock: When Will Puri Jagannath, Lingaraj Temples Reopen?
ଅନଲକ ଓଡିଶା; କେବେ ଖୋଲିବ ଶ୍ରୀମନ୍ଦିର,ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟକୁ ଘୋଷଣା କରାଯାଇଛି ଅନଲକ । ଏନେଇ ଆଜି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଘୋଷଣା କରିଛନ୍ତି । ରାଜ୍ୟରେ ଥମିବାର ନାଁ ଧରୁନି କୋରୋନାର ଦ୍ବିତୀୟ ଲହର । କୋରୋନା ପଜିଟିଭି ସଂଖ୍ୟା ହ୍ରାସ ହୋଇଥିଲେ ମଧ୍ୟ କଟକଣା ମାନିବାକୁ ଲୋକଙ୍କୁ ସଚେତନ କରାଯାଉଛି ।

ଅନଲକ ମଧ୍ୟରେ ରାଜ୍ୟରେ ପାର୍କ,ମଲ, ସିନେମା ହଲ୍, ଥିଏଟର ମଞ୍ଚ ସୀମିତ ଦର୍ଶକ ମଧ୍ୟରେ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ସରକାର । ସେପଟେ କିନ୍ତୁ କୋରୋନା କଟକଣା ଯୋଗୁଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ବଢିଛି । ପୁରୀରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଲକ୍ଷ ଲକ୍ଷ ଭକ୍ତ । ସେହିପରି ଲିଙ୍ଗରାଜ ମନ୍ଦିରରେ ମଧ୍ୟ କୋରୋନା କଟକଣା ଯୋଗୁଁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଏଭଳି ସ୍ଥତିରେ ମନ୍ଦିର କିଭଳି ଖୋଲାଯିବ କଣ ରହିଛି ବ୍ୟବସ୍ଥା ଏସଆରସି କହିଛନ୍ତି ।

ଶନିବାର ଅଗଷ୍ଟ ମାସର କୋରୋନା କଟକଣା ଜାରି କରିବା ବେଳେ ଏସଆରସି କହିଛନ୍ତି, ଯେ ପୁରୀ ମହାପ୍ରଭୁଙ୍କ ମନ୍ଦିର ନିଜସ୍ବ ମନ୍ଦିର ପ୍ରଶାସନିକ ବ୍ୟବସ୍ଥା ରହିଛି । ସାଧାରଣ ଦର୍ଶନ ପାଇଁ ମନ୍ଦିର କେବେ ଖୋଲାଯିବ ସେ ନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ ବୋଲି ସ୍ପଷ୍ଟ କରିଛନ୍ତି ଏସଆରସି । କୋରୋନା କଟକଣା ମଧ୍ୟରେ ଭକ୍ତ ଦର୍ଶନ ପାଇଁ କି ଭଳି ବ୍ୟବସ୍ଥା ରହିବ ସେ ନେଇ ମନ୍ଦିର କର୍ତ୍ତୃପକ୍ଷ ନେବେ ନିଷ୍ପତ୍ତି ।

ସୂଚନାଥାଉକି ଅପ୍ରେଲ ୨୪ ତାରିଖରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ସେହିପରି ରଥଯାତ୍ରା ସମୟରେ ପୁରୀ ସହରକୁ ୪୮ ଘଣ୍ଟା ପାଇଁ ୧୪୪ ଧାରା ଜାରି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.