ETV Bharat / city

ପୁରୀ ରେଳଷ୍ଟେସନ ନାମ ପରିବର୍ତ୍ତନ ପାଇଁ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲା ବିଜେପି ଟିମ - Puri railway station

'ପୁରୀ' ରେଳଷ୍ଟେସନର ନାମ ପରିବର୍ତ୍ତନ କରି ' ଶ୍ରୀ ଜଗନ୍ନାଥ ଧାମ ପୁରୀ' କରିବା ପାଇଁ ଦାବି କରି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ । ଅଧିକ ପଢନ୍ତୁ

Odisha BJP team meet union railway minister
ପୁରୀ ରେଳଷ୍ଟେସନର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲା ବିଜେପି ଟିମ
author img

By

Published : Nov 17, 2021, 9:03 PM IST

ନୂଆଦିଲ୍ଲୀ: ପୁରୀ ରେଳ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ । 'ପୁରୀ' ରେଳଷ୍ଟେସନର ନାମ ପରିବର୍ତ୍ତନ କରି ' ଶ୍ରୀ ଜଗନ୍ନାଥ ଧାମ ପୁରୀ' କରିବା ପାଇଁ ଦାବି କରିଛି ବିଜେପି ପ୍ରତିନିଧି ଦଳ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ।

ବୁଧବାର ନୂଆଦିଲ୍ଲୀରେ ରାଜ୍ୟ ବିଜେପିର ଏକ ପ୍ରତିନଧି ଦଳ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ବିଜେପି ପ୍ରତିନିଧି ଦଳ 'ପୁରୀ' ରେଳଷ୍ଟେସନର ନାମ ପରିବର୍ତ୍ତନ କରି ' ଶ୍ରୀ ଜଗନ୍ନାଥ ଧାମ ପୁରୀ' କରିବା ପାଇଁ ଦାବି କରିଛି। କେନ୍ଦ୍ରମନ୍ତ୍ରୀ ଏନେଇ ସାକାରାତ୍ମକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି।

  • Along with Puri MLA,Brahmagiri MLA & Former Minister Sh @pcsarangi ji met Union Railway Minister Sh @AshwiniVaishnaw ji and requested Him to Change the name of Puri Railway Station to Shri Jagannath Dham Puri.
    He assured us to take the matter forward.
    Jai Jagannath 🙏 pic.twitter.com/UfxEPb23qH

    — Sambit Patra (@sambitswaraj) November 17, 2021 " class="align-text-top noRightClick twitterSection" data=" ">

ତେବେ ଏହି ପ୍ରତିନିଧି ଦଳରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ତାଙ୍କ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ, ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ ପ୍ରସାଦ ପ୍ରଦାନ କରାଯାଇଥିଲା।

ସୂଚନାଥାଉକି ନିକଟରେ ପୁରୀର ନାମକୁ ମଧ୍ୟ ପରିବର୍ତ୍ତନ କରିବା ପାଇଁ ଦାବି ଉଠିଥିଲା । ଏହା ପରେ ଏହାକୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଥିଲା। ତେବେ ରାଜ୍ୟରେ ବର୍ତ୍ତମାନ ନାମ ପରିବର୍ତ୍ତନକୁ ନେଇ ଜୋରଦାର ରାଜନୀତି ହେବାର ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.