ETV Bharat / city

ଓଡିଶା ମାଟିରେ Thailand ବରକୋଳି; ଅଳ୍ପ ଖର୍ଚ୍ଚରେ ଅଧିକ ଆୟ, ବଜାରରେ ରହିଛି ଡିମାଣ୍ଡ

ଓଡିଶା ମାଟିରେ ଥାଇଲାଣ୍ଡ ଦେଶର ବରକୋଳି ରେଡ ଆପୋଲ ବାର (Thailand Jujube fruit ) । ଏହାକୁ ଜମିରେ ଚାଷ କରିଛନ୍ତି ପୁରୀ ଜିଲ୍ଲାର ଜୁଣୁପୁର ଗାଁର ଆଇନଜୀବୀ ତଥା ଚାଷୀ ଦିପ୍ତି ରଞ୍ଜନ। ଅଧିକ ପଢନ୍ତୁ

ଓଡିଶା ମାଟିରେ ଥାଇଲାଣ୍ଡ ଦେଶର ବରକୋଳି,  ଜମିରେ ହସୁଛି ରେଡ ଆପୋଲ ବାର ବରକୋଳି

author img

By

Published : Nov 29, 2021, 5:07 PM IST

ନିଆଳି: ବାଡିରେ ଫଳିଛି ପେନ୍ଥା ପେନ୍ଥା ବର କୋଳି । ଏହା ଖାଲି ବର କୋଳି ନୁହେଁ ବର ଥାଇଲାଣ୍ଡର ବରକୋଳି ( Thailand Jujube fruit) । ଏହାକୁ ରେଡ ଆପୋଲ ବାର (Red Apollo bar ) ବରକୋଳି କୁହାଯାଏ । ଯାହା ଏବେ ଓଡିଶା ମାଟିରେ ଫଳିଛି ।

ଦେଶ ବାହାରେ ଚାଷ ହେଉଥିବା ଏହି କୋଳି ଏବେ ପୁରୀ ଜିଲ୍ଲା ଜୁଣୁପୁର ଗାଁର ଏକ ଏକର ଜମିରେ ଚାଷ ହୋଇଛି । ଏହାକୁ ଚାଷ କରିଛନ୍ତି ଆଇନଜୀବୀ ତଥା ଚାଷୀ ଦିପ୍ତି ରଞ୍ଜନ । ଏହି କୋଳି ପାଚିଲା ସମୟରେ ସେଓ ପରି ଦେଖାଯାଏ । ରେଡ୍ ଆପୋଲ ବାର ବର କୋଳିକୁ ବ୍ୟବସାୟୀ ଦୃଷ୍ଟିରେ ରଖି ଚାଷ କରିଛନ୍ତି ଦିପ୍ତି ରଞ୍ଜନ ।‌ ଏହି ଚାଷ କେଲେ ପ୍ରଥମ ଥର ଖର୍ଚ୍ଚ ହେବ କନ୍ତୁ ପରେ ଏଥି ପ୍ରତି ଆଉ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ଦିପ୍ତି ରଞ୍ଜନ ପ୍ରଧାନ ରେଡ୍ ଆପୋଲ ବାର ବରକୋଳି ଚାଷ ତିନି ମାସ ତଳେ ଆରମ୍ଭ କରିଥିଲେ। ଗଞ୍ଜାମର ଜଣେ ସାଙ୍ଗ ଏହି ଚାଷ କରୁଥିବା ଦେଖି ଦିପ୍ତି ରଞ୍ଜନଙ୍କ ଆଗ୍ରହ ବଢିଥିଲା । କଲିକତାରୁ ରେଡ୍ ଆପୋଲ ବାର ଚାରା କ୍ରୟ କରି ଚାଷ କରିଛନ୍ତି ଦିପ୍ତି ରଞ୍ଜନ ।

ଓଡିଶା ମାଟିରେ ଥାଇଲାଣ୍ଡ ଦେଶର ବରକୋଳି, ଜମିରେ ହସୁଛି ରେଡ ଆପୋଲ ବାର ବରକୋଳି

କୋଲକାତାରୁ ପ୍ରାୟ ୫୦୦ ଶହ ଚାରା ଆଣି ତିନି ମାସ ତଳେ ଜମିରେ ରୋପଣ କରିଥିଲେ ଦିପ୍ତି। ଗୋଟିଏ ଚାରା ପାଇଁ ୯୦ ଟଙ୍କା ଖର୍ଚ୍ଚ କରିଥିଲେ । ଚାରା ରୋପଣ ପାଇଁ ପ୍ରଥମେ ଧାନ ଜମି ଚାଷ କରାଯିବା ସହ ସାର ଦେଇ ଚାରା ରୋପଣ କରିଥିଲେ । ତିନି ମାସର ଚାଷ ପରେ ଗୋଟିଏ ଗୋଟିଏ ଗଛରେ ୪/୫ କିଲୋ ରେଡ ଆପୋଲ ବାର ବର କୋଳି ଫଳ ହୋଇଛି ।

ଆସନ୍ତା ବର୍ଷକୁ ଗୋଟିଏ ଗଛରେ ୩୦ କିଲୋ ଫଳ ଦେବ ବୋଲି ଚାଷୀ ଦିପ୍ତି ରଞ୍ଜନ ପ୍ରଧାନ କହିଛନ୍ତି। ଏହି ରେଡ୍ ଆପୋଲ ବାର ବର କୋଳି ଓଡ଼ିଶା ବଜାରରେ କିଲୋ ପ୍ରତି ଦର ଏକ ଶହରୁ ଉର୍ଦ୍ଧ୍ବ ଟଙ୍କା ରହିଛି । ଦିପ୍ତି ରଞ୍ଜନ ନିଜ ଜମିରେ ପରୀକ୍ଷା ମୂଳକ ଭାବରେ ରେଡ୍ ଆପୋଲ ବାର ବରକୋଳି ଚାଷ କରିଛନ୍ତି । ଏକ ଏକର ଜମିରେ ୮୦ ହଜାର ଟଙ୍କା ପ୍ରଥମ ବର୍ଷ ଖର୍ଚ୍ଚ ହୋଇଥିଲା ବୋଲି କହିଛନ୍ତି ଚାଷୀ ଦିପ୍ତି । ତେବେ ତିନି ମାସରେ ଗଛରେ ଫଳ ଦେଖି ଚାଷୀ ଆହୁରି ଅଧିକ ଚାଷ ପାଇଁ ମନ ବଳାଇଛନ୍ତି।

ନିଆଳିରୁ ଉମେଶଚନ୍ଦ୍ର ମଲ୍ଲୀକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.