ETV Bharat / city

ନୀଳାଚଳେ ଜଗନ୍ନାଥ: ବିଶେଷତ୍ୱ ରଥ ନିର୍ମାଣର... - nilachanchale jagannath

ଜୁନ 23 ରେ ବିଶ୍ବନିୟନ୍ତାଙ୍କ ପବିତ୍ର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏହି ଯାତ୍ରାରେ ରଥ ବେଶ ଗୁରୁତ୍ବ ବହନ କରୁଥିବାରୁ ଦୃତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

nilachanchale-jagannath-chariot-construction-is-done-in-a-special-way
ନିଳାଚଳେ ଜଗନ୍ନାଥ: ବିଶେଷତ୍ୱ ରଥ ନିର୍ମାଣର...
author img

By

Published : Jun 14, 2020, 6:04 AM IST

Updated : Jun 14, 2020, 2:35 PM IST

ପୁରୀ: ପବିତ୍ର ଘୋଷଯାତ୍ରାର ମୁଖ୍ୟ ଆକର୍ଷଣ ତିନି ଗୋଟି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ । ଦର୍ପଦଳନ ରଥକୁ କେହିକେହି ଦେବୀଦଳନ ରଥ କହିଥାନ୍ତି । କାରଣ ଏହି ରଥରେ ଦେବୀ ସୁଭଦ୍ରା ବିରାଜମାନ କରି ଯାତ୍ରା କରିଥାନ୍ତି । ଏହି ଯାତ୍ରାରେ ମହାପ୍ରଭୁ ଭାଇ-ଭଉଣୀଙ୍କ ସହ ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯାଇଥାନ୍ତି । ଏହି ଯାତ୍ରାକୁ ରଥଯାତ୍ରା, ଘୋଷଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ବୋଲି ମଧ୍ୟ କୁହାଯାଇଥାଏ । ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ତିନି ରଥର ନିର୍ମାଣ କାର୍ଯ୍ୟ ।

ନିଳାଚଳେ ଜଗନ୍ନାଥ: ବିଶେଷତ୍ୱ ରଥ ନିର୍ମାଣର...

ତେବେ ଏହି ତିନି ବିଶାଳ ରଥ ଏକ ସ୍ବତନ୍ତ୍ର ପ୍ରକ୍ରିୟାରେ ତିଆରି ହୋଇଥାଏ । ପ୍ରତିବର୍ଷ ଶ୍ରୀପଞ୍ଚମୀ ବା ସରସ୍ବତୀ ପୂଜା ଦିନ ରଥକାଠ ଅନୁକୂଳ ହୋଇଥାଏ । ଅନୁକୂଳ ପରେ ରଥକାଠ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୁଏ । ତିନି ରଥ ପାଇଁ ମୋଟ 865 ଖଣ୍ଡ କାଠଗଡର ଅବଶ୍ୟକତା ରହିଥାଏ । ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଏ । ପ୍ରତ୍ୟେକ ବର୍ଷ ରଥନିର୍ମାଣ କାର୍ଯ୍ୟ ଶ୍ରୀନଅର ସମ୍ମୁଖରେ ଆରମ୍ଭ ହେଉଥିବା ବେଳେ ଚଳିତବର୍ଷ କୋରାନା ପାଇଁ ମନ୍ଦିର ବେଢାରେ ରଥନିର୍ମାଣ ପାଇଁ ପାରମ୍ପରିକ ଭାବେ ଶୁଭ ଦିଆଯାଇଥିଲା । ପାରମ୍ପରିକ ପୂଜାର୍ଚ୍ଚନା ପରେ ବିଶ୍ବକର୍ମା ସେବକ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିରେ ଭୋଇ ସେବକ, ରୂପକାର, କମାର, କରତି ସେବକମାନଙ୍କର ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । 2 ଶହ ସେବକ ଏହି ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ସମ୍ପୂର୍ଣ୍ଣ ରଥ ନିର୍ମାଣ ପାଇଁ 58 ଦିନର ସମୟ ଲାଗିଥାଏ । ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ଦିନ ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ନିଆଯାଇଥାଏ।

ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ରଥ ନିର୍ମାଣ ପାଇଁ ଲାଗୁଥିବା କାଠକୁ କୌଣସି ଫୁଟ ଓ ମିଟର ଆକାରରେ ମପା ଯାଏନାହିଁ । ତିନି ରଥପାଇଁ ଚକ, ଅର, ଦଣ୍ଡା, ନାହାକା, ଦଧିନଉତି ତଥା ରଥର ସମ୍ପୂର୍ଣ୍ଣ କାର୍ଯ୍ୟ ବିଶ୍ବକର୍ମା ସେବକ ଆଙ୍ଗୁଳି ମାପ କୌଶଳ ପୂର୍ବଜଙ୍କ ଠାରୁ ଶିଖି ନିର୍ମାଣ କରିଥାନ୍ତି । ଯାହାକି ଅନ୍ୟ କେଉଁଠି ଦେଖିବାକୁ ମିଳି ନଥାଏ । ସେହିପରି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଉଚ୍ଚତା 33 ହାତ 5 ଆଙ୍ଗୁଳି, 16ଟି ଚକ ଥିବାବେଳେ ଏଥିରେ 832 ଖଣ୍ଡ କାଠ ଲାଗିଥାଏ । ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଉଚ୍ଚତା 31 ହାତ, ଏଥିରେ 593 ଖଣ୍ଡ କାଠ ଲାଗିଥାଏ । ଏହି ରଥ ଚକର ସଂଖ୍ୟା 12 । ସେହିପରି ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥର ଉଚ୍ଚତା 32 ହାତ 10 ଆଙ୍ଗୁଳି ଥିବାବେଳେ 763 ଖଣ୍ଡ କାଠରେ ନିର୍ମାଣ ହୋଇଥାଏ । ଏହି ରଥରେ 14ଟି ଚକ ଲାଗିଥାଏ । ତେବେ ତିନି ରଥରେ 12ଟି ଲେଖାଏଁ ମୋଟ 36ଟି ସଖୀ, 11ଟି ଲେଖାଏଁ 33ଟି ପାର୍ଶ୍ଵ ଦେବାଦେବୀ, 6ଟି ଶୁଆ ଲାଗି ହୋଇଥାଏ । ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦୀଆ, ଦର୍ପଦଳନ ପାଇଁ ନାଲି ଓ କଳା, ତାଳଧ୍ବଜ ରଥପାଇଁ ନାଲି ଓ ସବୁଜ ରଙ୍ଗର କପଡା ଲାଗିଥାଏ । ସାରଥି ଓ ଘୋଡା ମଧ୍ୟ ରଥର ଶୋଭାକୁ ଦ୍ବିଗୁଣିତ କରିଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 14, 2020, 2:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.