ETV Bharat / city

ନୀଳାଚଳେ ଜଗନ୍ନାଥ: ମହାତ୍ମ୍ୟ ଆଡପ ମଣ୍ଡପର...

author img

By

Published : Jun 21, 2020, 7:03 AM IST

ଭକ୍ତଟିଏ ବର୍ଷ ତମାମ ଚାହିଁ ରହିଥାଏ, ଶ୍ରୀଗୁଣ୍ଡିଚା ମନ୍ଦିର ବା ଆଡପ ମଣ୍ଡପରେ ଚତୁର୍ଦ୍ଧା ମୁରତୀଙ୍କୁ ଦର୍ଶନ କରି ଆଡପ ଅଭଡା ପାଇବାକୁ । ଅଧିକ ପଢନ୍ତୁ..

nilachale-jagannath-know-about-sri-gundicha-temple-and-adap-mandap
ନୀଳାଚଳେ ଜଗନ୍ନାଥ: ମହାତ୍ମ୍ୟ ଆଡପ ମଣ୍ଡପର...

ପୁରୀ: ରଥଯାତ୍ରା ସମୟରେ ଶ୍ରୀଜିଉ ନବଦିନାତ୍ମକ ଯାତ୍ରା କରିଥାନ୍ତି। ଶ୍ରୀମନ୍ଦିର ବା ରତ୍ନବେଦୀରୁ ମହାପ୍ରଭୁ ଭାଇ ଭଉଣୀଙ୍କ ସହ ଯେଉଁ ମନ୍ଦିରକୁ ବିଜେ କରିଥାନ୍ତି ତାକୁ ଶ୍ରୀଗୁଣ୍ଡିଚା ମନ୍ଦିର ବୋଲି କୁହାଯାଇଥାଏ । ଏହି ମନ୍ଦିରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଗଢ଼ା ଯାଇଥିବାରୁ ଏହାକୁ ଶ୍ରୀଜିଉ ମାନଙ୍କ ଜନ୍ମସ୍ଥାନ ବୋଲି ବିବେଚନା କରାଯାଏ।

ନୀଳାଚଳେ ଜଗନ୍ନାଥ: ମହାତ୍ମ୍ୟ ଆଡପ ମଣ୍ଡପର...

ଏହି ମନ୍ଦିର ଭିତରେ ଥିବା ସିଂହାସନକୁ ଜନ୍ମବେଦୀ, ଯଜ୍ଞବେଦୀ, ମହାବେଦୀ ବା ଆଡପମଣ୍ଡପ ବୋଲି କୁହାଯାଏ । ଆଡପମଣ୍ଡପର ଅର୍ଥ ହେଉଛି ଆଡମ୍ବରପୂର୍ଣ୍ଣ ମଣ୍ଡପ । ଏହି ମଣ୍ଡପରେ ଶ୍ରୀଜିଉ ସାତଦିନ ଅବସ୍ଥାନ କରନ୍ତି ।

ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରୀବିଗ୍ରହଙ୍କୁ ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡିରେ ନିଆଯାଏ। ଚତୁର୍ଦ୍ଧା ମୁରତି ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶଠାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ମନ୍ଦିରରେ ଯେଉଁ ପ୍ରସାଦ ହୋଇଥାଏ। ତାକୁ ଆଡ଼ପ ଅବଢ଼ା କୁହାଯାଏ ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଆଡପ ମଣ୍ଡପ ଅଭଡା ପାଇଲେ ଶହେ ଜନ୍ମର ପାପକ୍ଷୟ ହୋଇଥାଏ । ସେହିପରି ପୂର୍ବପୁରୁଷ ମଧ୍ୟ ମୋକ୍ଷପ୍ରାପ୍ତି ପାଇଁ ଆଡପ ଅଭଡାକୁ ଅପେକ୍ଷା କରି ରହିଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.