ETV Bharat / city

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ DGP ସୁନୀଲ, ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କଲେ କାମନା

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନୂଆ ଡିଜିପି ସୁନୀଲ କୁମାର ବଂଶଲ (dgp sunil bansal visits puri )। ନୂଆବର୍ଷରେ ଦାୟିତ୍ବ ନେବା ପରେ ପ୍ରଥମେ ଶ୍ରୀମନ୍ଦିର ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ନେଇଛନ୍ତି ଡିଜିପି । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୋଲିସ ଡିଜି
ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୋଲିସ ଡିଜି
author img

By

Published : Jan 3, 2022, 2:30 PM IST

ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନୂଆ ଡିଜିପି ସୁନୀଲ କୁମାର ବଂଶଲ (dgp visits puri )। ନୂଆବର୍ଷରେ ଦାୟିତ୍ବ ନେବା ପରେ ପ୍ରଥମେ ଶ୍ରୀମନ୍ଦିର ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ନେଇଛନ୍ତି ଡିଜିପି । ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିବା କହିଛନ୍ତି ଡିଜିପି ସୁନୀଲ ।

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୋଲିସ ଡିଜି

ଆଜି ଶ୍ରୀମନ୍ଦିର ଖୋଲିବା ପରେ ଡିଜିପି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଡିଜିପିଙ୍କ ସହ ତାଙ୍କ ପତ୍ନୀ, ଅତିରିକ୍ତ ଡିଜି ଆଇନଶୃଙ୍ଖଳା ରାଧାକୃଷ୍ଣ ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ରାଜ୍ୟବାସୀଙ୍କୁ ସେବା କରିବାର ସୁଯୋଗ ମିଳିଛି। ସମସ୍ତଙ୍କ ସହଯୋଗରେ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରାଯାଇ ରାଜ୍ୟକୁ ଅପରାଧ ମୁକ୍ତ କରିବା ସହ ନିଶା କାରବାରକୁ ବନ୍ଦ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଡିଜିପି ।

ସେ ଆହୁରି କହିଛନ୍ତି ରାଜ୍ୟରେ ଚାଲିଥିବା 5T ସରକାର ମାଧ୍ୟମରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯିବା ସହ ନୂଆବର୍ଷ ଅବସରରେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିବା କହିଛନ୍ତି ନୂଆ ଡିଜିପି । ପୋଲିସ ଡିଜି ଶ୍ରୀମନ୍ଦିର ନିକଟରେ ପହଁଚିବା ପରେ ଶ୍ରୀମନ୍ଦିର ପ୍ରଶାସନ, କୌଳିକ ପଣ୍ଡାଙ୍କ ପକ୍ଷରୁ ସ୍ବାଗତ କରାଯାଇ ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା । ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିରରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ବୁଲି ପୂଜାର୍ଚ୍ଚନା କରିଥିଲେ ଡିଜିପି ।

କାଳିଆଙ୍କୁ ଦର୍ଶନ କରିବାକୁ ତାଙ୍କର ବହୁତ ଇଚ୍ଛା ଥିଲା । କାର୍ଯ୍ୟ ବ୍ୟସ୍ତରେ ସେ ଆସିପାରୁ ନଥିଲେ । ମହାପ୍ରଭୁଙ୍କ ଇଚ୍ଛାରୁ ଏଠାରେ ନିଯୁକ୍ତି ପାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥିବା କହିଛନ୍ତି ଡିଜିପି ସୁନୀଲ କୁମାର ବଂଶଲ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.