ETV Bharat / city

ଶ୍ରୀକ୍ଷେତ୍ରର ନେତପିଲା, ଶିବଙ୍କ ଭଳି ବରପ୍ରାପ୍ତି ଉଦ୍ଦେଶ୍ୟରେ କରନ୍ତି ପୂଜା - netapila ritual

ଓଡିଶାରେ ବାର ମାସରେ ତେରପର୍ବ । ସେହି ପର୍ବ ଭିତରୁ ଅନ୍ୟତମ 'ନେତପିଲା' । ଶିବଙ୍କ ଭଳି ବର ପ୍ରାପ୍ତି ଉଦ୍ଦେଶ୍ୟରେ ପୁରୀ ସେବାୟତ ପରିବାରର ପିଲାମାନେ ପାରମ୍ପରିକ ବେଶଭୂଷା ସହ ହରପାର୍ବତୀଙ୍କୁ ପୂଜିଥାନ୍ତି । ଅଧିକ ପଢନ୍ତୁ...

ଶ୍ରୀକ୍ଷେତ୍ରର ନେତପିଲା, ଶିବଙ୍କ ଭଳି ବରପ୍ରାପ୍ତି ଉଦ୍ଦେଶ୍ୟରେ କରନ୍ତି ପୂଜା

author img

By

Published : Oct 12, 2021, 3:15 PM IST

ପୁରୀ: 'ନେତପିଲା' ପୁରୀ ସେବାୟତ ସମ୍ପ୍ରଦାୟର ଏକ ବିଶେଷ ପର୍ବ । ଶହ ଶହ ବର୍ଷର ପୁରୁଣା ଏହି ପର୍ବ । 'ନେତପିଲା' ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ପ୍ରତିଟି ସେବାୟତ ପରିବାରରେ ପାଳନ ହୋଇଆସୁଛି । ଶାରଦୀୟ ଦୁର୍ଗା ପୂଜା ଅବସରରେ ସେବାୟତ କୂଳର କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଓ ଅଳଙ୍କାରରେ ଭୂଷିତ ହୋଇ ପୂଜାର୍ଚ୍ଚନା କରିଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ, ମା ପାର୍ବତୀ ଶିବଙ୍କୁ ପତି ରୂପେ ପାଇବା ଉଦ୍ଦେଶ୍ୟରେ ଏହି ପୂଜା କରିଥିଲେ । ସେଥିପାଇଁ ଶିବଙ୍କ ଭଳି ବର ପ୍ରାପ୍ତି ଉଦ୍ଦେଶ୍ୟରେ ସେବାୟତ କୂଳର କନ୍ୟାମାନେ ହରପାର୍ବତୀଙ୍କୁ ଏହି ପୂଜା କରିଥାନ୍ତି ।

ଶ୍ରୀକ୍ଷେତ୍ରର ନେତପିଲା, ଶିବଙ୍କ ଭଳି ବରପ୍ରାପ୍ତି ଉଦ୍ଦେଶ୍ୟରେ କରନ୍ତି ପୂଜା

ଆଶ୍ବିନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ। ପରମ୍ପରା ଅନୁଯାୟୀ, ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେବାୟତ ପରିବାରର କନ୍ୟାମାନେ ୨୧ଦିନ ଧରି ବଳି ପୂଜା କରିଥାନ୍ତି । ଏହି ୨୧ଦିନର ଶେଷ ୪ ଦିନ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି ଏହି ନେତପିଲାମାନେ । ଏହାପରେ ମାର୍କଣ୍ତ ପୁଷ୍କରଣୀ ଠାରେ ଏହି ପୂଜାର୍ଚ୍ଚନା କରାଯାଇଥାଏ ।

ନେତପିଲା ପାରମ୍ପରିକ ବେଶରେ ମାର୍କଣ୍ତ ପୁଷ୍କରିଣୀକୁ ଯାଇ ପୁଷ୍କରିଣୀ କୂଳରେ ବସି ବଡ଼ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି । ବିଭିନ୍ନ ପ୍ରକାର ଫଳ, ପାଣିକଖାରୁ, ଜହ୍ନି, ପରିବା ଓ ଗୁଆ ଆଦି ଅର୍ପଣ କରି ପୂଜା କରାଯାଇଥାଏ । ଏହି ଅବସରରେ ସେମାନେ ବଳି ଗୀତ ଗାନ କରିଥାନ୍ତି। କନ୍ୟାମାନେ ସେହିଭଳି ପାରମ୍ପରିକ ବେଶଭୂଷା ସହ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘରକୁ ବୁଲି ଯିବାର ମଧ୍ୟ ବିଧି ରହିଛି ।

ବାର ମାସରେ ତେର ପର୍ବ ପାଳିଥାନ୍ତି ଓଡିଆ । ସେହି ପର୍ବ ମଧ୍ୟରୁ ଶ୍ରୀମନ୍ଦିରର ସେବାୟତ ପରିବାରରେ ନେତପିଲା ପର୍ବ ଅନ୍ୟତମ । ଏହି ପର୍ବ ଅବସରରେ ସେବାୟତ ଘରଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଥାଏ । କାହିଁ କେଉଁ କାଳରୁ ଶ୍ରୀକ୍ଷେତ୍ରରେ ସେବାୟତ କୂଳରଏଭଳି ନିଆରା ପରମ୍ପରା ପାଳିତ ହୋଇଆସୁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.