ETV Bharat / city

ନ୍ୟାୟ ଦେବାରେ ପିପିଲି ପୋଲିସ ବିଫଳ, ବିକ୍ଷୋଭ ପ୍ରଦର୍ଶନ କଲା ଆଦିବାସୀ ସଂଘ - puri news

ଦଳିତ ଲୋକଙ୍କୁ ନ୍ୟାୟ ଦେବାରେ ପୋଲିସ ବିଫଳ, ପ୍ରତିବାଦ କଲା ଜାତୀୟ ଦଳିତ ଆଦିବାସୀ ମାଇନୋରୋଟି ସଂଘ । ଅଧିକ ପଢନ୍ତୁ

ନ୍ୟାୟ ଦେବାରେ ପିପିଲି ପୋଲିସ ବିଫଳ
ନ୍ୟାୟ ଦେବାରେ ପିପିଲି ପୋଲିସ ବିଫଳ
author img

By

Published : Oct 14, 2022, 9:18 AM IST

ପୁରୀ: ପିପିଲିରେ ଦଳିତ ଲୋକଙ୍କ ଉପରେ ବଢୁଛି ଅତ୍ୟାଚାର । ପୋଲିସକୁ ଅଭିଯୋଗ କଲେ ମାମଲା ରୁଜୁ ନକରି ଓଲଟି ମିଛ ମାମଲାରେ ଦଳିତ ଲୋକଙ୍କୁ ଫସାଇ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ପିପିଲି ଜାତୀୟ ଦଳିତ ଆଦିବାସୀ ମାଇନୋରୋଟି ସଂଘ ପକ୍ଷରୁ ଗତକାଲି(ଗୁରୁବାର) ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନରେ ଶହଶହ ଦଳିତ ପରିବାର ସାମିଲ ହୋଇ ଫ୍ଲାକାର୍ଡ ଧରି ରାଲି କରିଥିଲେ ।

ନ୍ୟାୟ ଦେବାରେ ପିପିଲି ପୋଲିସ ବିଫଳ

ଗତ କିଛି ଦିନ ହେବ କିଛି ବିଲ୍ଡର ପିପିଲି ଅଞ୍ଚଳରେ ଦଳିତ ଲୋକଙ୍କ ଜମି କବଜା କରି ନିଜ ବ୍ୟବସାୟ କରୁଛନ୍ତି। ହେଲେ ପୋଲିସ ଦଳିତ ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ବିଲ୍ଡରଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ କୌଣସି ପଦକ୍ଷେପ ନେଉ ନାହିଁ । ତେବେ ପିପିଲି ପୋଲିସ ଦଳିତଙ୍କୁ ସୁରକ୍ଷା ନଦେଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଆଗରେ ପ୍ରତିବାଦ କରାଯିବ ବୋଲି ଜାତୀୟ ଦଳିତ ଆଦିବାସୀ ମାଇନୋରୋଟି ସଂଘ ଚେତାବନୀ ଦେଇଛି।

ଏହା ମଧ୍ୟ ପଢନ୍ତୁ-ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ ସିଟି ସ୍କାନ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏନେଇ ଜାତୀୟ ଦଳିତ ଆଦିବାସୀ ମାଇନୋରୋଟି ସଂଘ ସଭାପତି ବିଜୟ ସେଠୀ କହିଛନ୍ତି ଯେ, ''ଜିଲ୍ଲା ପ୍ରଶାସନ ଯେଉଁ ଗରିବ ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି, ସୁଦର୍ଶନ ବେହେରାର ଜମିକୁ ପୋଡି ଦେଇଛନ୍ତି କିଛି ଦୁର୍ବୃତ୍ତ, ଏନେଇ ଏସପି , ଡିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜଣାଇଛୁ, କିନ୍ତୁ ପୋଲିସ ସେମାନଙ୍କୁ ଗିରଫ କରିନାହିଁ, ଫଳରେ ନ୍ୟାୟ ପାଇବାରେ ବିଫଳ ସୁଦର୍ଶନ । ରାକେଶ ସାମଲ ପରି ଜମି ମାଫିଆ ପିପିଲିରେ ଆତଙ୍କ ସୃଷ୍ଟି କରିଛି, ପିପିଲିରେ ଯେଉଁ ଥାନା ଅଧିକାରୀ ଓ କର୍ମଚାରୀ ତାଙ୍କୁ ସୁରକ୍ଷା ଦେଉଛନ୍ତି, ତେଣୁ ପୁରୀ ଜିଲ୍ଲା ପୋଲିସ ବିରୋଧରେ ଆଜିର ଏବି ବିଶାଳ ଶୋଭାଯାତ୍ରା କରାଯାଇଛି'' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.