ETV Bharat / city

ନାଗାର୍ଜୁନ ବେଶ ସୁରକ୍ଷିତ ରହିଛି, ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ - ନାଗାର୍ଜୁନ ବେଶ

ସୁରକ୍ଷିତ ରହିଛି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ । ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Nagarjuna besha of lord jagannath is quite safe, the temple administration said
ନାଗାର୍ଜୁନ ବେଶ ସୁରକ୍ଷିତ ରଖିଛି, ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ
author img

By

Published : Dec 7, 2020, 11:39 PM IST

ପୁରୀ: ସୁରକ୍ଷିତ ରହିଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସୂଚନା ଅନୁଯାୟୀ ମହାପ୍ରଭୁଙ୍କ ବେଶର ସମସ୍ତ ସାମଗ୍ରୀ ସମ୍ପୂର୍ଣ ସୁରକ୍ଷିତ ରହିଛି । ଏହି ଦିବ୍ୟ ବେଶକୁ ଶ୍ରୀମନ୍ଦିର ପରିସରରେ ଥିବା ନିଳାଦ୍ରୀ ବିହାର ସଂଗ୍ରହାଳୟରେ ସୁରକ୍ଷିତ ଭାବରେ ରଖାଯାଇଛି । ଏହାସହ ଏହି ବେଶର କୌଣସି ସାମଗ୍ରୀ ଗାୟବ ହୋଇ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ।

ନାଗାର୍ଜୁନ ବେଶ ସୁରକ୍ଷିତ ରଖିଛି, ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ

ଗତ ନଭେମ୍ବର 27 ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ସାମଗ୍ରୀ ଭିତରୁ ସୋଲରେ ନିର୍ମିତ ଚନ୍ଦ୍ର ଓ ସୂର୍ଯ୍ୟ ଗାୟବ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁ ସୋଲ ର ନିର୍ମିତ ଚନ୍ଦ୍ର ସୂର୍ଯ୍ୟ ବାହାରେ ଦେଖା ଯାଇଥିବା ଅଭିଯୋଗ ହୋଇଥିଲା ସେ ନେଇ ମଧ୍ୟ ସ୍ପଷ୍ଟୀକରଣ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ନାଗାର୍ଜୁନ ବେଶର ସମସ୍ତ ସାମଗ୍ରୀର ତାଲିକା ଶ୍ରୀମନ୍ଦିର କମାଣ୍ଡର ମୁଖ୍ୟ କାରିଗର ବସନ୍ତ ମହାରଣାଙ୍କୁ ଦିଆଯାଇଥିଲା। ମହାପ୍ରଭୁଙ୍କ ଲାଗି ହେଉଥିବା ଚନ୍ଦ୍ର ସୂର୍ଯ୍ୟ ସୁବର୍ଣ୍ଣ ନିର୍ମିତ ଲାଗିଥାଏ। ଏଣୁ ଏହା ତିଆରି ପାଇଁ କୁହାଯାଇନଥିଲା। ଏହା ସତ୍ତ୍ବେ ମୁଖ୍ୟ କାରିଗର ସୋଲ ର ଦୁଇ ସେଟ ଚନ୍ଦ୍ର ଓ ସୂର୍ଯ୍ୟ ନିର୍ମାଣ କରିଥିଲେ।

Nagarjuna besha of lord jagannath is quite safe, the temple administration said
ନାଗାର୍ଜୁନ ବେଶ ସୁରକ୍ଷିତ ରଖିଛି, ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ସମସ୍ତ ସାମଗ୍ରୀ ଶ୍ରୀମନ୍ଦିରକୁ ଆସିବା ପରେ ସୋଲରେ ନିର୍ମିତ ଦୁଇଟି ସେଟ ଚନ୍ଦ୍ର ଓ ସୂର୍ଯ୍ୟ ମୁଖ୍ୟ କାରିଗରଙ୍କୁ ଫେରାଇ ଦିଆଯାଇଥିଲା। ସେଥି ମଧ୍ୟରୁ ଗୋଟିଏ ଭଣ୍ଡାର ମେକାପ ମଧୁସୂଦନ ମେକାପ ବ୍ୟକ୍ତିଗତ ଅନୁରୋଧ କରି ଏହି ବେଶ ସାମଗ୍ରୀକୁ ଭଣ୍ଡାର ଲୋକନାଥଙ୍କୁ ଲାଗି କରିବାକୁ କାରୀଗରଙ୍କ ଠାରୁ ନେଇଥିଲେ। ଅନ୍ୟଟି ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ନୀଳମାଧବଙ୍କୁ ଲଗାଇ ଥିଲେ । ପରେ ଏହା ଗଣମାଧ୍ୟମକୁ ଆସିବା ପରେ ବେଶ ଚର୍ଚ୍ଚା ହୋଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.