ପୁରୀ: ଅସ୍ତରଙ୍ଗ ଦିଲ୍ଲୀପ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁନା ବିଶ୍ବାଳ ଗରିଫ । ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅରୁଣ କୁମାର ଜେନା । ମୁନା ଓରଫ ରାଧାମୋହନ ବିଶ୍ବାଳଙ୍କ ସହିତ ଏହି ହତ୍ୟାକାଣ୍ଡରେ ଜଡିତ ଥିବା ଅନ୍ୟ ଏକ ଅଭିଯୁକ୍ତ ବୁବୁନା ବେହେରାକୁ ଗିରଫ କରିଛି ପୋଲିସ । ପୂର୍ବରୁ ଏହି ଘଟଣାରେ ତିନି ଜଣକୁ ପୋଲିସ ଗିରଫ କରିସାରିଛି ।
ସୂଚନାଯୋଗ୍ୟ, ଗତ 5ତାରିଖରେ ବରୁଣ ବିଶ୍ବାଳ ଏକ ବାଇକ ଯୋଗେ ଯାଉଥିବା ବେଳେ ଦିଲ୍ଲୀପ ସ୍ବାଇଁ ସହ ଓଭରକ ଟେକକୁ ନେଇ ବଚସା ହୋଇଥିଲା । ପରେ ବରୁଣ ମୁନାକୁ ଡାକି ଆଳି ଛକରେ ମୃତକ ଦିଲ୍ଲୀପଙ୍କ ବାପା ସହିତ ପାଟିତୁଣ୍ଡ କରିଥିଲେ । ଯାହାକୁ ପ୍ରତିବାଦ କରିବାକୁ ମୁନା ଏଥିରେ ଉତକ୍ଷିପ୍ତ ହୋଇ ଦିଲ୍ଲୀପକୁ ଛୁରା ମାଡ କରିଥିଲେ ।
ଏହାପରେ ଦିଲ୍ଲୀପକୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ମଧ୍ୟ ତାର ମୃତ୍ୟୁ ହୋଇଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ