ETV Bharat / city

ମହାସପ୍ତମୀକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର - ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଦଶହରାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଧୁମ୍‌ଧାମରେ ପାଳନ ହେଉଛି ମହାସପ୍ତମୀ ।

ମହାସପ୍ତମୀକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର
author img

By

Published : Oct 4, 2019, 5:17 PM IST

ପୁରୀ: ଶାରଦୀୟ ଦୁର୍ଗାପୂଜା ପାଇଁ ପୁରୀ ସହରରେ ଆଧ୍ୟତ୍ମିକ ପରିବେଶ । ଆଜି(ଶୁକ୍ରବାର) ଶ୍ରୀକ୍ଷେତ୍ରରେ ପାଳନ ହେଉଛି ମହାସପ୍ତମୀ ।

ମହାସପ୍ତମୀକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ସେହିପରି ପୂଜା ମଣ୍ଡପ ଗୁଡିକରେ ଆଜି(ଶୁକ୍ରବାର) ଷଷ୍ଠୀ ପୂଜା ଅନୁଷ୍ଠିତ ହେଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଉଜ୍ଵଳ ଆଲୋକ ମାଳାରେ ସଜ୍ଜିତ ହୋଇଛି ମଣ୍ଡପ । ମା' ବିମଳାଙ୍କ ପ୍ରତିନିଧି ସ୍ବରୂପା ମା' କାକୁଡି ଖାଇ, ମା' ଜହ୍ନି ଖାଇ , ମା' ବାରବାଟୀ, ମା' ମହାତେଶ୍ବରୀ, ମା' ଜମ କୋଟ, ମା' ଚାମୁଣ୍ଡା, ମା' ଶୂନ୍ୟ ଗୋଶାଣୀ ଆଦି ପ୍ରାୟ 30ରୁ ଅଧିକ ଦେବୀ ପ୍ରତିମା ମଣ୍ଡପରେ ପୂଜା ପାଇବେ ।

ମହା ସପ୍ତମୀ ଅବସରରେ ପାଣି ତୋଳା ଯାଇ ଠାକୁରାଣୀଙ୍କର 3 ଦିନ ବ୍ୟାପି ସ୍ବତନ୍ତ୍ର ପୂଜାବିଧି ଅନୁଷ୍ଠିତ ହେବ । ଏନେଇ ଆଜି(ଶୁକ୍ରବାର) ମହା ସପ୍ତମୀ , ଶନିବାର ମହାଷ୍ଟମୀ, ରବିବାର ମହା ନବମୀ ଅନୁଷ୍ଠିତ ହେବ । ପୁନଃ ମଙ୍ଗଳବାର ପବିତ୍ର ଦଶହରା ପୂଜା ଅନୁଷ୍ଠିତ ହେବ । ଏକାଦଶୀରେ ଗୋଷାଣୀ ବିସର୍ଜନ ହେବ । ଅନ୍ୟପଟେ ଅସନ୍ତାକାଲି ମହାଷ୍ଟମୀ ଅବସରରେ ସନ୍ଧି ପୂଜା, ବଳି, ପନ୍ତି ଭୋଗ, ଶଙ୍ଖୁଡ଼ି ଭୋଗ ଆଦି ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମହାସପ୍ତମୀ ପୂଜା Body:ଶାରଦୀୟ ଦୁର୍ଗାପୂଜା ପାଇଁପୁରୀ ସହରରେ ଅଧ୍ୟତ୍ମିକ ପରିବେଶ। ଆଜି ଶ୍ରୀକ୍ଷେତ୍ର ରେ ମହା ଶପ୍ତମୀ । ଦେବୀ ପୀଠ ମାନଙ୍କ ରେ ତିନି ପୂଜା ଅନୁଷ୍ଠିତ ହେବ। ସେହିପରି ପୂଜା ମଣ୍ଡପ ଗୁଡିକ ରେ ଆଜି ଷଷ୍ଠୀ ପୂଜା । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି।ଉଜ୍ଵଳ ଆଲୋକ ମାଳା ରେ ମଣ୍ଡପ ସଜିତ ହୋଇଛି। ମା ବିମଳା ଙ୍କ ପ୍ରତିନିଧି ସ୍ୱରୂପା ମା କାକୁଡି ଖାଇ, ମା ଜହ୍ନି ଖାଇ , ମା ବାରବାଟୀ , ମା ମହାତେଶ୍ୱରୀ , ମା ଜମ କୋଟ, ମା ଚାମୁଣ୍ଡା, ମା ଶୂନ୍ୟ ଗୋଶାଣୀ ଆଦି ପ୍ରାୟ 30 ରୁ ଅଧିକ ଦେବୀ ପ୍ରତିମା ମଣ୍ଡପ ରେ ପୂଜା ପାଇବେ। ମହା ସପ୍ତମୀ ଅବସର ରେ ପାଣି ତୋଳା ଯାଇ ଠାକୁରାଣୀ ମାନଙ୍କ ର 3 ଦିନ ବ୍ୟାପି ସ୍ୱାତନ୍ତ୍ର୍ୟ ପୂଜା ବିଧି ଅନୁଷ୍ଠିତ ହେବ। ଶୁକ୍ରବାର ମହା ସପ୍ତମୀ , ଶନିବାର ମହାଷ୍ଟମୀ, ରବିବାର ମହା ନବମୀ , ଅନୁଷ୍ଠିତ ହେବ। ସୋମବାର ବିଶ୍ରାମ । ମଂଗଳ ବାର ପବିତ୍ର ଦଶହରା ପୂଜା ଅନୁଷ୍ଠିତ ହେବ। ଏକାଦଶୀ ରେ ଗୋଶାଣୀ ବିସର୍ଜନ ହେବ। ଅନ୍ୟପଟେ ଅସନ୍ତା କାଲି ମହାଷ୍ଟମୀ ଅବସର ରେ ସନ୍ଧି ପୂଜା , ବଳି , ପନ୍ତି ଭୋଗ , ଶଙ୍ଖୁଡ଼ି ଭୋଗ ଆଦି ଅନୁଷ୍ଠିତ ହେବ।

ବାଇଟ, କାଳନ୍ଦୀ ଚନ୍ଦ୍ର ପଣ୍ଡା ,, ପୂଜକ , ମା କାକୁଡି ଖାଇConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.