ETV Bharat / city

ଜାଲ କାଗଜପତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ହଡ଼ପ ଅଭିଯୋଗ - Shree Jagannath

ଜାଲ୍ କାଗଜ ପତ୍ର ସାହାଯ୍ୟରେ ଲୁଟି ନେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶହ ଶହ ଏକର ଜମି । ଆଉ ଏହି ଘଟଣାରେ ଏବେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭିଟାମାଟି ଅଧିକାର ମଞ୍ଚ ଦାବି କରିଛି । ଅଧିକ ପଢନ୍ତୁ...

ଜାଲ କାଗଜପତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ହଡ଼ପ ଅଭିଯୋଗ

author img

By

Published : Oct 19, 2021, 7:03 PM IST

ପୁରୀ: ଜମି ମାଫିଆଙ୍କ ସହ କିଛି ଅସାଧୁ କର୍ମଚାରୀ ଜାଲ ଦସ୍ତାବିଜ ଓ କାଗଜପତ୍ର ପ୍ରସ୍ତୁତ କରି ମହାପ୍ରଭୁଙ୍କ ଜମି ହଡପ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ୭ଟି ରାଜ୍ୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ୬୦ ହଜାର ୮୨୨ ଏକର ଜମି ରହିଛି । ସେଥି ମଧ୍ୟରୁ କେବଳ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିଛି ୬୦ ହଜାର ୪୨୬ ଏକର ଜମି । ତେବେ ବାଲେଶ୍ବର ଜିଲ୍ଳା ସୋର ତହସିଲ ରାଇପୁର ମୌଜାରେ ୩ଜଣ ଆବେଦନକାରୀଙ୍କ ନାମରେ ଜମି ମାଲିକାନା ରେକର୍ଡ କରିବାକୁ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଜାଲ ଦସ୍ତଖତ ଥିବା ଚିଠି ସୋର ତହସିଲଦାରଙ୍କ ନିକଟରେ ଦାଖଲ ହୋଇଥିଲା ।

ଜାଲ କାଗଜପତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ହଡ଼ପ ଅଭିଯୋଗ

ଆଉ ଏହି ଚିଠି ସହ ଶ୍ରୀମନ୍ଦିର ଜମି ଜବରଦଖଲକାରୀଙ୍କ ନାମରେ ଶ୍ରୀଜଗନ୍ନାଥଙ୍କ ଜମି ରେକର୍ଡ କରିବାକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଏକ ଜାଲ୍ ଆଦେଶନାମାକୁ ସୋର ତହସିଲ ଆବେଦନ ସହ ସଂଯୋଗ କରାଯାଇଥିଲା । ତେବେ ଦରଖାସ୍ତ ଗୁଡିକ ଉପରେ ସୋର ତହସିଲଦାର ସନ୍ଦେହ ପ୍ରକାଶ କରି ଶ୍ରୀମନ୍ଦିର ପ୍ରଶାସନକୁ ଏନେଇ ଚିଠି ଲେଖିଥିବାବେଳେ ତାର ପ୍ରତି ଜବାବରେ ଶ୍ରୀମନ୍ଦିର ପ୍ରଶାସନ ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି । ସେପଟେ ଯାଞ୍ଚ ସମୟରେ ସୋର ତହସିଲଦାରଙ୍କ ନିକଟରେ ଦାଖଲ ହୋଇଥିବା କାଗଜପତ୍ର ଜାଲ୍ ଥିବା ଜଣାପଡିଛି । ଆଉ ଏହି ତଥ୍ୟ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାଲେଶ୍ବର ଓ ପୁରୀ ଜିଲ୍ଲାର ଏସପି ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି । ତେବେ ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଅତି ଗୁରୁତର ସହ ନେଇଥିବା ବେଳେ ଏନେଇ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି ।

ସେପଟେ ଏଭଳି ଜାଲିଆତି କାଗଜପତ୍ର ପ୍ରସ୍ତୁତ କରି ଜମି ହାତେଇବା ପାଇଁ ଚେଷ୍ଟା କରିଥିବା ଜମି ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ତଥା ଲ୍ୟାଣ୍ତ କମିଟି ସଦସ୍ୟ ମତ ରଖିଛନ୍ତି । ଶ୍ରୀମନ୍ଦିର ଜମି ଦଖଲଦାରଙ୍କ ନାମରେ ରେକର୍ଡ କରିବାକୁ ସୁପ୍ରିମକୋର୍ଟଙ୍କ ଆଦେଶର ଜାଲ୍ କାଗଜପତ୍ର ଦର୍ଶାଯାଇଛି । ସେହିଭଳି ଶ୍ରୀମନ୍ଦିର ପ୍ରଶାସକଙ୍କ ନାମକୁ ଜାଲିଆତି କରି ଅଫିସ ନିର୍ଦ୍ଦେଶ ଇସ୍ୟୁ ହୋଇଛି ।

ଜବତ ତିନୋଟି ଚିଠି ମଧ୍ୟରୁ ଗୋଟିଏ ୨୦୨୦ ସେପ୍ଟେମ୍ବର ଏବଂ ୨୦୨୧ ଜାନୁଆରୀ ଓ ଫେବୃଆରୀ ମାସର ଜାଲ ନମ୍ବର ବୋଲି ଜଣାପଡିଛି । ଜାଲ କୋର୍ଟ ଆଦେଶ ଆଧାରରେ ଶ୍ରୀଜଗନ୍ନାଥ ମନ୍ଦିର ବିଜେ ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ରେକର୍ଡ ହୋଇଥିବା ସୋର ତହସିଲର ଜମିକୁ ହାତେଇବାକୁ ଆବେଦନକାରୀମାନେ ଷଡଯନ୍ତ୍ର କରିଥିଲେ । ଏହି ବିରାଟ ଷଡଯନ୍ତ୍ର ପଛରେ ଏକ ବିରାଟ ରାକେଟ କାମ କରୁଥିବା ଅଭିଯୋଗ ହୋଇଛି । ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ସହ ରାଜ୍ୟ ସରକାର ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଜମି ମାଫିଆଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ଦାବି ହୋଇଛି । ଏବେ ମହାପ୍ରଭୁଙ୍କ ଜମି ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇଉଠିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.