ETV Bharat / city

ନାଗାର୍ଜୁନ ବେଶରେ ବିଭୂଷିତ ହେଲେ ମହାପ୍ରଭୁ - ମହାପ୍ରଭୁ ଜଗନ୍ନାଥ

ବହୁ ପ୍ରତିକ୍ଷିତ ତଥା ବହୁ ଦୁର୍ଲଭ ନାଗାର୍ଜୁନ ବେଶ ଶେଷ ହୋଇଛି । ମହାପ୍ରଭୁ ନାଗାର୍ଜୁନ ବେଶରେ ବିଭୂଷିତ ହୋଇଛନ୍ତି । ଅଧିକ ପଢନ୍ତୁ...

ନାଗାର୍ଜୁନ ବେଶରେ ବିଭୂଷିତ ହେଲେ ମହାପ୍ରଭୁ
ନାଗାର୍ଜୁନ ବେଶରେ ବିଭୂଷିତ ହେଲେ ମହାପ୍ରଭୁ
author img

By

Published : Nov 27, 2020, 4:58 PM IST

Updated : Nov 27, 2020, 8:47 PM IST

ପୁରୀ: ବିନା ଭକ୍ତରେ ଦୀର୍ଘ 25 ବର୍ଷ ପରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି । ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ 3 ଘଣ୍ଟା ବିଳମ୍ବରେ ସରିଛି ବେଶ । ସମସ୍ତ ସେବାୟତ ମହାପ୍ରଭୁଙ୍କ ଏହି ବେଶ ଦେଖିବାର ସୁଯୋଗ ପାଇଥିଲେ । ନାଗାର୍ଜୁନ ବେଶ ପାଇଁ ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ 144 ଧାରା ଜାରି କରାଯାଇଥିଲା । ପୁରୀର କିଛି ସ୍ଥାନୀୟ ଭକ୍ତ ବ୍ୟାରିକେଡ ବାହାରୁ କେବଳ ପତିତପାବନଙ୍କୁ ଦର୍ଶନ କରିଥିଲେ ।

ନାଗାର୍ଜୁନ ବେଶରେ ବିଭୂଷିତ ହେଲେ ମହାପ୍ରଭୁ

ଗୁରୁବାର ରାତି 2.45 ରେ ଶ୍ରୀମନ୍ଦିର ଦ୍ବାର ଫିଟିବା ପରେ ହରଚଣ୍ଡୀ ସାହି ସ୍ଥିତ ଚକ୍ରକୋଟ ଜାଗାରେ ନାଗାର୍ଜୁନ ବେଶ ପୂଜାର୍ଚ୍ଚନା କରାଯାଇ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କଡା ସୁରକ୍ଷା ମଧ୍ୟରେ ବେଶ ଅଣାଯାଇଥିଲା । ଘଣ୍ଟ ଘଣ୍ଟା, ଛତ୍ରୀ, କାହାଳୀ ଓ ଜୟ ଜଗନ୍ନାଥ ଧ୍ବନି ମଧ୍ୟରେ 4.10ରେ ବେଶ ଶ୍ରୀମନ୍ଦିରକୁ ଆସିଥିଲା ।

ଏପଟେ 3.35ରେ ମଙ୍ଗଳଆଳତୀ ମଇଲମ, ତଡପ ଲାଗି, ଅବକାଶ ପରେ 4.45 ରେ ବେଶ ଆରମ୍ଭ ହୋଇଥିଲା । ତେବେ ରତ୍ନସିଂହାସନ ଉପରକୁ ସିଂହାରୀ ସେବାୟତଙ୍କ ଚଢିବା ସଂଖ୍ୟାକୁ ନେଇ ସିଂହାରୀ ଓ ମେକାପ ସେବାୟତଙ୍କ ମଧ୍ୟରେ ଦ୍ବନ୍ଦ୍ବ ଉପୁଜିଥିଲା ।

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଥିଲା । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର 4 ଟାରୁ ବେଶ ଆରମ୍ଭ ହୋଇ ସକାଳ 7ଟାରେ ଶେଷ ହେବାର ଥିଲେ ମଧ୍ୟ 10.15ରେ ବେଶ ଶେଷ ହୋଇଥିଲା ।

ଶ୍ରୀକ୍ଷେତ୍ରରେ ସାହିଯାତର ପରମ୍ପରା ସହିତ ରାମାୟଣରେ ପର୍ଶୁରାମ ବର୍ଣ୍ଣିତ ରୂପ ସହ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସାଦୃଶ୍ୟ ରହିଥିବାରୁ ରାମାନନ୍ଦଙ୍କ ପ୍ରଭାବରେ ଏହି ବେଶ ଆରମ୍ଭ ହୋଇଥିବା ବିଶ୍ବାସ ରହିଛି । ପୌରାଣିକ ମତ ଅନୁଯାୟୀ ପର୍ଶୁରାମଙ୍କ ସହସ୍ରାର୍ଜୁନ ବଦ୍ଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ବରୂପ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଦୀର୍ଘ 25ବର୍ଷ ପରେ ଏହି ଦୁର୍ଲଭ ନାଗାର୍ଜୁନ ବେଶ ହୋଇଥିଲେ ହେଁ କୋରୋନା ମହାମାରୀ ପାଇଁ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇ ଭାବ ବିହ୍ବଳ ହୋଇପଡିଥିଲେ ।

ମରିଚିକୋଟ ଛକରୁ ବ୍ୟାରିକେଡ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ 144 ଧାରା ଜାରି କରାଯାଇଥିଲା । ବେଶ ଓଲାଗି ପରେ ପତିତପାବନଙ୍କ ଦର୍ଶନ ସ୍ବାଭାବିକ ହୋଇଥିଲା । ବେଶ ପରେ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ହୋଇଥିଲା । ଜଗନ୍ନାଥ ବଲ୍ଲଭ ମଠରେ ଭକ୍ତଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା ହୋଇଥିଲା । ଅପରାହ୍ନରେ ବେଶ ଓଲାଗି ହୋଇଛି । ଏହି ବେଶକୁ ଭକ୍ତଙ୍କ ଦେଖିବା ପାଇଁ ସଂରକ୍ଷଣ କରି ରଖାଯିବ ବୋଲି ସୂଚନା ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 27, 2020, 8:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.