ETV Bharat / city

ଅଣସର ଦ୍ୱାଦଶୀରେ ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି

ଆଜି ଶ୍ରୀଜୀଉଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି । ଅଣସର ଦ୍ୱାଦଶୀ ତିଥି ଅବସରରେ ଅନୁଷ୍ଠିତ ହୋଇଥାଏ ଏହି ନୀତି । ଅଧିକ ପଢନ୍ତୁ

author img

By

Published : Jun 25, 2022, 2:10 PM IST

ମହାପ୍ରଭୁଙ୍କ ଅଣସର ଦ୍ୱାଦଶୀ ଓ ରାଜ ପ୍ରସାଦ ବିଜେ ନୀତି

ପୁରୀ: ଆଜି ଶ୍ରୀଜିଉଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି । ପ୍ରତିବର୍ଷ ଅଣସର ଦ୍ୱାଦଶୀ ତିଥି ଅବସରରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇ ଥିବାବେଳେ ଶ୍ରୀଜୀଉଙ୍କୁ ଶ୍ରୀବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା ।

not drag
not drag

ବୈଦ୍ୟଙ୍କ ଉପଚାରରେ ମହାପ୍ରଭୁ ଆରୋଗ୍ୟ ଲାଭ କରିବା ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇଛନ୍ତି ଦଇତାପତି ଓ ବିଦ୍ୟାପତିମାନେ । ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.