ETV Bharat / city

ଶ୍ରୀମନ୍ଦିରରେ ମହାପଞ୍ଚୁକ ନୀତି; ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ - ପଞ୍ଚୁକ ଆରମ୍ଭ

ପଞ୍ଚୁକର ପାଞ୍ଚଦିନରେ ବିଭିନ୍ନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଆଜି ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ ।

ପଞ୍ଚୁକ ଆରମ୍ଭ:  ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ

author img

By

Published : Nov 15, 2021, 7:38 AM IST

Updated : Nov 15, 2021, 10:40 AM IST

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଞ୍ଚୁକ ନୀତି । ଏହି ଅବସରରେ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ । ଆଜି ପ୍ରଥମ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥଙ୍କର ଅନ୍ୟ ସବୁ ବେଶ ପରି ଲକ୍ଷ୍ମୀ ନାରାୟଣ ବେଶ ମଧ୍ୟ ଖୁବ ସୁନ୍ଦର। କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଆଜି ‘ଲକ୍ଷ୍ମୀ ନାରାୟଣ ଵା ଠିଆକିଆ’ ବେଶ ଅନୁଷ୍ଠିତ ହେବ । ଏଥିସହ ଆଜି ମହାପ୍ରଭୁଙ୍କ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ୟାଦି ନୀତି ହୋଇଥାଏ । ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରାଯିବ।

ଶ୍ରୀମନ୍ଦିରରେ ମହାପଞ୍ଚୁକ ନୀତି; ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ

କାର୍ତ୍ତିକ ମାସରେ ଅନୁଷ୍ଠିତ ମହାପ୍ରଭୁଙ୍କ ରାଧାଦାମୋଦର ବେଶରେ ଶ୍ରୀହସ୍ତରେ ନଳୀଭୁଜ ଧାରଣ କରୁଥିବା ବେଳେ ଲକ୍ଷ୍ମୀ ନାରାୟଣ ବେଶରେ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଓ କେତେକ ଅଧିକ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି । ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତ୍ତନ ହୁଏ ନାହିଁ। ଏତଦ ବ୍ୟତୀତ ସୁନାବେଶ ଭଳି ଏହି ବେଶରେ ଠାକୁରଙ୍କ ମସ୍ତକରେ ସ୍ୱର୍ଣ୍ଣକିରୀଟ ଶୋଭାପାଏ ଓ କିରୀଟ ପଛ ପାର୍ଶ୍ଵରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ । ତେବେ ରାଜବେଶରେ ତିନିଗୋଟି ସୁନା କିରୀଟ ଲାଗି ହୁଅନ୍ତି। ଏହି ବେଶ ସ୍ନାନ ନୀତି ପରେ ଆରମ୍ଭ ହୁଏ ଏବଂ ବାଳଧୂପ ପର୍ଯ୍ୟନ୍ତ ରହେ। କାର୍ତ୍ତିକ ମାସରେ ବାଳଧୂପ କରାଯାଏ। ଏହି ବେଶର ଅନ୍ୟନାମ ହେଲା ଠିଆକିଆ ବେଶ। ମସ୍ତକରେ ସୁବର୍ଣ୍ଣ କିଆ ଠିଆ ଭାବରେ ଲାଗି ହେଉଥିବାରୁ ଏହି ବେଶର ନାମ ଏପରି କରାଯାଇଛି। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁ ନିଦ୍ରା ଯାଇଥିଲେ। ଆଉ ଆଜି କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ବା ପବିତ୍ର ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ନିଦ୍ରାଭଙ୍ଗ କରିଥାନ୍ତି । ଯାହାକୁ ହରିଉତ୍ଥାପନ ଏକାଦଶୀ କୁହାଯାଇଥାଏ।

ସେପଟେ ଶ୍ରୀମନ୍ଦିର sop ଅନୁଯାୟୀ ଆଜି ସାଧାରଣ ଦର୍ଶନ ବନ୍ଦ ରହିଛି। ଆଜି ବଡ଼ ଏକାଦଶୀରେ ଭକ୍ତଙ୍କ ଭିଡ଼ ହେବା ଆଶଙ୍କାକୁ ଦୃଷ୍ଟିରେ ରଖିକୋଭିଡ କଟକଣା ଅନୁଯାୟୀ ଦର୍ଶନ ବନ୍ଦ ରହିଛି । ଏଣୁ ପବିତ୍ର ପଞ୍ଚୁକର ପ୍ରଥମ ଦିବସରେ ମହାପ୍ରଭୁଙ୍କ ଆକର୍ଷଣୀୟ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଛନ୍ତି । ତେବେ ଆସନ୍ତାକାଲି(ମଙ୍ଗଳବାର) ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ଥିବା ବେଳେ ମହାପ୍ରଭୁଙ୍କର ବାଙ୍କ ଚୁଡ଼ ବେଶ ଦର୍ଶନ କରି ପାରିବେ । ପରେ ଦୁଇ ଦିନ ମଧ୍ୟ ତ୍ରିବିକ୍ରମ ବେଶ, ଲକ୍ଷ୍ମୀ ନୃସିଂହ ବେଶ ମଧ୍ୟ ଭକ୍ତ ଦର୍ଶନ କରି ପାରିବେ ଭକ୍ତ । ମହାପ୍ରଭୁ କାର୍ତ୍ତିକ ପୂର୍ଣ୍ଣିମାରେ ସୁନା ବେଶ ତଥା ରାଜଧିରାଜ ବେଶରେ ବିଭୂଷିତ ହେବେ। ଦର୍ଶନ କଟକଣା ଥିବାରୁ ଭକ୍ତ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ ହେବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 15, 2021, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.