ETV Bharat / city

ଆଜିଠୁ କୋଣାର୍କ ମହୋତ୍ସବ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଅର୍କକ୍ଷେତ୍ର

author img

By

Published : Dec 1, 2019, 10:23 AM IST

Updated : Dec 1, 2019, 12:13 PM IST

ଆଜିଠୁ ଆରମ୍ଭ ହେବାକୁ ଯାଉଛି କୋଣାର୍କ ମହୋତ୍ସବ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ 5 ଦିନ ଧରି ଚାଲିବ । ଏନେଇ ରଙ୍ଗୀନ ଆଲୋକ ମାଳାରେ ସଜେଇ ହେଇଛି ଅର୍କକ୍ଷେତ୍ର କୋଣାର୍କ ।

konark festival
ଆଜିଠୁ କୋଣାର୍କ ଉତ୍ସବ

ପୁରୀ: ଆଜିଠୁ କୋଣାର୍କ ମହୋତ୍ସବ । ରଙ୍ଗୀନ ଆଲୋକ ମାଳାରେ ସଜେଇ ହେଇଛି ଅର୍କକ୍ଷେତ୍ର କୋଣାର୍କ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ 30ତମ କୋଣାର୍କ ମହୋତ୍ସବ 5 ଦିନ ଧରି ଏହି ଚାଲିବ । ଆଜି ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶୀ, କୁଚିପୁଡି, କଥକ, ଭାରତନାଟ୍ୟମ ଭଳି ଶାସ୍ତ୍ରୀୟ ନୃତ୍ୟ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେବ । ଓଡ଼ିଶାର କଳା, ସଂସ୍କୃତି, ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ପାଳିତ ହେଉଛି ଏହି ମହୋତ୍ସବ ।

ଆଜିଠୁ କୋଣାର୍କ ଉତ୍ସବ

ସେହିପରି ଚନ୍ଦ୍ରଭାଗାର ସ୍ବର୍ଣ୍ଣିମ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ବାଲୁକା ଶଯ୍ୟା ମଧ୍ୟ ବାଲୁକାଶିଳ୍ପୀଙ୍କ ହାତସ୍ପର୍ଶ ଅପେକ୍ଷାରେ ରହିଛି । ଚଳିତବର୍ଷ କୋଣାର୍କ ଉତ୍ସବର ଶୁଭାରମ୍ଭ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇ କଥକ ନୃତ୍ୟରେ ଶେଷ ହେବ । କୋଣାର୍କ ଉତ୍ସବ ପାଇଁ ସମଗ୍ର ଅଞ୍ଚଳରେ ଉତ୍ସାହ ବୃଦ୍ଧି ପାଇଛି । ଦେଶ ବିଦେଶର ବିଶିଷ୍ଠ ବାଲୁକା ଶିଳ୍ପୀମାନେ ଏହି ଉତ୍ସବରେ ଭାଗ ନେବେ । ଆମେରିକା, ରୁଷିଆ, ଡ଼େନମାର୍କ, ଆଫ୍ରିକା କାନାଡ଼ା, ଆୟରଲ୍ୟାଣ୍ଡର ବାଲୁକା ଶିଳ୍ପୀମାନେ ବାଲୁକା କଳା ପ୍ରଦର୍ଶନ କରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଆଜି ଠୁ କୋଣାର୍କ ଉତ୍ସବ Body:ଆଜିଠୁ କୋଣାର୍କ ମହୋତ୍ସବ । ରଙ୍ଗୀନ ଅଲୋକ ମାଳାରେ ସଜେଇ ହୋଇଛି ଅର୍କକ୍ଷେତ୍ର କୋଣାର୍କ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ୩୦ ତମ କୋଣାର୍କ ମହୋତ୍ସବ ଆଜିଠୁ ପାଂଚ ଦିନ ଧରି ଅନୁଷ୍ଠିତ ହେବ । ଆଜି ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶୀ, କୁଚିପୁଡ଼ି, କଥକ, ଭାରତନାଟ୍ୟମ୍ ଭଳି ଶାସ୍ତ୍ରୀୟ ନୃତ୍ୟ ମୁକ୍ତାକାଶ ରଙ୍ଗମଂଚରେ ପରିବେଷଣ ହେବ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟ ନେଇ ଅନୁଷ୍ଠିତ ହୋଇ ଆସୁଥିବା କୋଣାର୍କ ଉତ୍ସବ ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇ ପାଞ୍ଚ ତାରିଖରେ ଉଦ୍‌ଯାପିତ ହେବ।ସେହିପରି ଚନ୍ଦ୍ରଭାଗାର ସ୍ବର୍ଣ୍ଣିମ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ବାଲୁକା ଶଯ୍ୟା ମଧ୍ୟ ବାଲୁକାଶିଳ୍ପୀଙ୍କ ହାତସ୍ପର୍ଶ ଅପେକ୍ଷାରେ ରହିଛି। ଚଳିତବର୍ଷ କୋଣାର୍କ ଉତ୍ସବର ଶୁଭାରମ୍ଭ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇ କଥକ ନୃତ୍ୟରେ ଶେଷ ହେବ । କୋଣାର୍କ ଉତ୍ସବ ପାଇଁ ସମଗ୍ର ଅଞ୍ଚଳରେ ଉତ୍ସାହ ବୃଦ୍ଧି ପାଇଛି।ଦେଶ ବିଦେଶର ବିଶିଷ୍ଠ ବାଲୁକା ଶିଳ୍ପୀ ମାନେ ଏହି ଉତ୍ସବରେ ଭାଗ ନେବେ । ଆମେରିକା, ରୁଷିଆ, ଡ଼େନମାର୍କ, ଆଫ୍ରିକା କାନାଡ଼ା, ଆର୍ୟଲାଣ୍ଡର ବାଲୁକା ଶିଳ୍ପୀ ମାନେ ବାଲୁକା କଳା ପ୍ରଦର୍ଶନ କରିବେ ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Dec 1, 2019, 12:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.