ETV Bharat / city

ସାଆନ୍ତେଙ୍କ ସେବାରେ ସୁନା କୂଅ, ବର୍ଷକେ ଥରେ କଢାଯାଏ ଜଳ - ସୁବର୍ଣ୍ଣ କୂପ

ଶ୍ରୀମନ୍ଦିରର ଉତ୍ତର ଦ୍ବାରରେ ଥିବା ଭଗବତୀ ଶୀତଳା ଦେବୀଙ୍କ ମନ୍ଦିର ଆଗରେ ରହିଛି ଏହି ରହସ୍ୟମୟୀ ଦିବ୍ୟ ସୁବର୍ଣ୍ଣ କୂପ । ଯାହାର ଜଳ କେବଳ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ସ୍ନାନ ପାଇଁ ବ୍ୟବହାର କରାଯାଏ । କୁହାଯାଏ ଯେ ଦେବୀ ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହ ଏହି କୂଅକୁ ସୁରକ୍ଷିତ ରଖି ଥାନ୍ତି । ଜାଣନ୍ତୁ ଏହା ପଛରେ କଣ ରହିଛି କାହାଣୀ...

the golden well of sri mandira, ଶ୍ରୀମନ୍ଦିରର ସୁନା କୂଅ, ମହାପ୍ରଭୁଙ୍କ ଅଲୌକିକ ଲୀଳା, ଶୀତଳାଙ୍କ ମନ୍ଦିର ନିକଟ ସୁନା କୂଅ, ସାଆନ୍ତେଙ୍କ ସେବାରେ ସୁନା କୂଅ, ସୁବର୍ଣ୍ଣ କୂପ
ସାଆନ୍ତେଙ୍କ ସେବାରେ ସୁନା କୂଅ, ଏହି ଦିନ ଖୋଲେ ଢାଙ୍କୁଣୀ
author img

By

Published : Jun 25, 2021, 7:09 AM IST

ପୁରୀ: ଦାରୁବ୍ରହ୍ମଙ୍କ ଲୀଳା କ୍ଷେତ୍ର ପୁରୁଷୋତ୍ତମ ଧାମରେ ରହିଛି ଅନେକ କଥା, କାହାଣୀ, କିମ୍ବଦନ୍ତୀ । ଆଉ ତା ମଧ୍ୟରେ ମହାପ୍ରଭୁଙ୍କ ଅଲୌକିକ ଲୀଳା । ଶ୍ରୀମନ୍ଦିରରେ ଏମିତି ଅନେକ ସ୍ଥାନ ରହିଛି ଯାହା ବିଷୟରେ ଜାଣିବା ପାଇଁ ଭକ୍ତଙ୍କ ମନରେ ଉତ୍ସାହ ଓ ଉତ୍କଣ୍ଠା ଜାଗ୍ରତ ହୁଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଥିବା ମହାପ୍ରଭୁଙ୍କ ସୁବର୍ଣ୍ଣ କୂପ ।

ସାଆନ୍ତେଙ୍କ ସେବାରେ ସୁନା କୂଅ, ଏହି ଦିନ ଖୋଲେ ଢାଙ୍କୁଣୀ

ଶ୍ରୀମନ୍ଦିର ପରିସରରେ ଅନେକ ଗୁଡ଼ିଏ କୂଅ ରହିଛି । ରୋଷ ଶାଳା ନିକଟରେ ରହିଥିବା ଗଙ୍ଗା କୂପ, ଯମୁନା କୂପ, ଦେବୀ ବିମଳାଙ୍କ ମନ୍ଦିର ଆଗରେ ମଧ୍ୟ ଅନ୍ୟ ଏକ କୂଅ ରହିଛି । ତେବେ ଏସବୁ କୂଅର ପାଣି ବର୍ଷ ସାରା ମହାପ୍ରସାଦ ପ୍ରସ୍ତୁତି ତଥା ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ପାଇଁ ବ୍ୟବହୃତ ହୋଇଥାଏ । କିନ୍ତୁ ଉତ୍ତର ଦ୍ବାରରେ ମାତ ଶୀତଳାଙ୍କ ମନ୍ଦିର ନିକଟରେ ଥିବା ସୁନା କୂଅର ରହିଛି ସ୍ବତନ୍ତ୍ରତା ।

ବର୍ଷ ସାରା ଏହି କୂପ ବ୍ୟବହାର ହେଉନଥିବା ବେଳେ କେବଳ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ସ୍ନାନ ପାଇଁ ବ୍ୟବହାର ହୁଏ ଏହାର ଜଳ । ଶ୍ରୀମନ୍ଦିରର ଉତ୍ତର ଦ୍ବାର ବା ଦେବ ଯାନ ମାର୍ଗ (ଦେବତା ମାନଙ୍କର ଯାତାୟତ ମାର୍ଗ)ରେ ଥିବା ଭଗବତୀ ଶୀତଳା ଦେବୀଙ୍କ ମନ୍ଦିର ଆଗରେ ରହିଛି ଏହି ରହସ୍ୟମୟୀ ଦିବ୍ୟ କୂପ। କୁହାଯାଏ ଯେ ଦେବୀ ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହ ଏହି କୂଅକୁ ସୁରକ୍ଷିତ ରଖି ଥାନ୍ତି । ପରମ୍ପରା ବିଧିବିଧାନ ଅନୁଯାୟୀ ସ୍ନାନଯାତ୍ରା ପୁର୍ବ ଦିନ ଏହି ସୁନା କୂଅରୁ ସୁନା ଗୋସେଇଁ ସେବକ ଜଳ ଆଣି ଥାନ୍ତି। ପରେ ଏହି ଜଳକୁ ବୈଦିକ ରୀତିରେ ଅଭିମନ୍ତ୍ରୀତ କରି ରଖାଯାଏ । ସ୍ନାନଯାତ୍ରା ଦିନ ସେବକମାନେ 108 ଗଡୁ ଜଳ ନେଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଇ ଥାନ୍ତି । ତେବେ କୁହାଯାଏ ଯେ ସ୍ନାନ ଯାତ୍ରା ପୂର୍ବରୁ ବିଭିନ୍ନ ତୀର୍ଥ କ୍ଷେତ୍ରର ଜଳ ଏହି କୂପରେ ସ୍ବୟଂ ଆସି ମିଶିଥାନ୍ତି। ଏହି ପବିତ୍ର ଜଳରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହୋଇଥାଏ ।

ସୁନା କୂପର ମହାତ୍ମ୍ୟ ବିଷୟରେ ବର୍ଣ୍ଣିତ ରହିଛି ଯେ, ପୂର୍ବ କାଳରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ନିମନ୍ତେ ଭାରତ ବର୍ଷର ବିଭିନ୍ନ ତୀର୍ଥ କ୍ଷେତ୍ରରୁ ଆସୁଥିଲା ପବିତ୍ର ଜଳ । ଯାହାକୁ ସୁବର୍ଣ୍ଣ ପାତ୍ରରେ ରଖାଯାଇ ମହାପ୍ରଭୁଙ୍କ ମହାସ୍ନାନ ତଥା ସ୍ନାନଯାତ୍ରା ଅନୁଷ୍ଠିତ ହେଉଥିଲା। ତେବେ ପରବର୍ତ୍ତୀ ସମୟରେ ଏହା ଆଉ ସମ୍ଭବ ହେଲା ନାହିଁ । ତେଣୁ ଉତ୍ତର ଦ୍ବାର ନିକଟରେ ସେହି ପବିତ୍ର ଜଳର ସୂବର୍ଣ୍ଣ ପାତ୍ର ରଖି ସେଠାଏ ଏକ କୂଅ ଖୋଳାଇଥିଲେ ରାଜା ଇନ୍ଦ୍ରଦ୍ୟୁମ୍ନ। ସୂବର୍ଣ୍ଣ ପାତ୍ର ଅବସ୍ଥାପିତ ହୋଇଥିବାରୁ ସେହି କୂପର ନାମ ହେଲା ସୁବର୍ଣ୍ଣ କୂପ । ସେବେଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ କୂଅରୁ ସ୍ନାନଯାତ୍ରା ପାଇଁ ଜଳ ଅଣାଯାଇ ଅଭିମନ୍ତ୍ରୀତ କରି ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି।

ଶ୍ରୀମନ୍ଦିର ଭିତରେ ଅନେକ କୂଅ ଥିଲେ ମଧ୍ୟ ଉତ୍ତର ଦ୍ବାରରେ ଦେବୀ ଶୀତଳାଙ୍କ ମନ୍ଦିର ନିକଟରେ ଥିବା ସୁନା କୁଅର ମହତ୍ଵ ସବୁଠୁ ଅଧିକ । ଶ୍ରୀଜଗନ୍ନାଥ ଯେପରି ଠିକ୍‌ ସେହି ପରି ତାଙ୍କ ଶ୍ରୀ ମନ୍ଦିର । ରହସ୍ୟ ଓ ଅଲୌକିକତାରେ ପରିପୂର୍ଣ୍ଣ । ସେ ଅସରନ୍ତି ଭଣ୍ଡାର ବିଷୟରେ ଯେତେ ଜାଣିଲେ ବି ଆହୁରି ଅନେକ ରହିଯାଏ ବାକି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.