ETV Bharat / city

ଶ୍ରୀମନ୍ଦିର ଖୋଲିବା ନେଇ ଲୋଡ଼ିଲେନି ମତାମତ, ଅସନ୍ତୁଷ୍ଟ ଜଗତଗୁରୁ - ଶ୍ରୀମନ୍ଦିର ଭକ୍ତ ପାଇଁ ଖୋଲିବା ପ୍ରସଙ୍ଗ

ଶ୍ରୀମନ୍ଦିର ଭକ୍ତ ପାଇଁ ଖୋଲିବା ନେଇ ସରକାର ଶଙ୍କରାଚାର୍ଯ୍ୟଙ୍କ ମତାମତ ନ ଲୋଡ଼ିବା ନେଇ ଜଗତ ଗୁରୁଙ୍କ କ୍ଷୋଭ । ଅଧିକ ପଢ଼ନ୍ତୁ...

Jagat Guru Shankaracharya, government has not sought jagatguru's opinion,  reopening of the srimandir for devotees, ମତାମତ ଲୋଡ଼ିଲେନି ସରକାର, ଅସନ୍ତୁଷ୍ଟ ଜଗତଗୁରୁ, ଶ୍ରୀମନ୍ଦିର ଭକ୍ତ ପାଇଁ ଖୋଲିବା ପ୍ରସଙ୍ଗ
ମତାମତ ଲୋଡ଼ିଲେନି ସରକାର, ଅସନ୍ତୁଷ୍ଟ ଜଗତଗୁରୁ
author img

By

Published : Jul 24, 2021, 10:41 PM IST

ପୁରୀ: ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ଖୋଲିବା ନେଇ ଗୋବର୍ଦ୍ଧନ ମଠର ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । ମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଏପର୍ଯ୍ୟନ୍ତ ତାଙ୍କ ମତାମତ ନେଇ ନାହାନ୍ତି ସେନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।

ମତାମତ ଲୋଡ଼ିଲେନି ସରକାର, ଅସନ୍ତୁଷ୍ଟ ଜଗତଗୁରୁ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଜଗତଗୁରୁଙ୍କ କୌଣସି ମତ ନିଆଯାଉନାହିଁ । ଶ୍ରୀମନ୍ଦିର ପ୍ରଶାସନ ମୋ ସହ ଆଲୋଚନା କଲେ ମୁଁ ଏହା ଉପରେ ମତ ରଖିବି ବୋଲି ଜଗତଗୁରୁ କହିଛନ୍ତି। ସେପଟେ ଗୁରୁପୁର୍ଣ୍ଣିମା ଅବସରରେ ଗୋବର୍ଦ୍ଧନ ମଠରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଜଗତଗୁରୁଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.